Heavy rain Alert: ବେଙ୍ଗାଲୁରୁ ପରେ ଏବେ ପୁନେ ଉପରେ କଳାବାଦଲ, ପ୍ରବଳ ବର୍ଷିବ
Advertisement
Article Detail0/zeeodisha/odisha1348444

Heavy rain Alert: ବେଙ୍ଗାଲୁରୁ ପରେ ଏବେ ପୁନେ ଉପରେ କଳାବାଦଲ, ପ୍ରବଳ ବର୍ଷିବ

ଆଗାମୀ ଦୁଇ ଦିନ ମଧ୍ୟରେ ପୁନେ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଅରେଞ୍ଜ ଆର୍ଲଟ ଜାରି କରିଛି  ପାଣିପାଗ ବିଭାଗ। ଆଇଏମଡି କହିଛି କି ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। 

Heavy rain Alert: ବେଙ୍ଗାଲୁରୁ ପରେ ଏବେ ପୁନେ ଉପରେ କଳାବାଦଲ, ପ୍ରବଳ ବର୍ଷିବ

Heavy rain Alert:  ପୁନେ: ବେଙ୍ଗାଲୁରୁ ପରେ ଏବେ ପୁନେରେ ପ୍ରବଳ ବର୍ଷା ଜାରି ରହିଛି। ରବିବାର ପୁନେରେ ପ୍ରବଳ ବର୍ଷା ରେକର୍ଡ ହୋଇଛି। ପାଖାପାଖି ଦେଢ ଘଣ୍ଟା ବର୍ଷା ହେବା ଫଳରେ ରାସ୍ତାଘାଟରେ ଜଳମଗ୍ନ ହୋଇ ପଡ଼ିଛି। ଫଳରେ ପୁରା ସହର ଏକ ପ୍ରକାର ଟପ ହୋଇଯାଇଛି। ପ୍ରବଳ ବର୍ଷା କାରଣରୁ ସହରର ପ୍ରମୁଖ ରାସ୍ତା ଗୁଡ଼ିକ ଜଳମଗ୍ନ ହୋଇ ପଡ଼ିଛି। ରାସ୍ତାଘାଟରେ ଜଳଭର୍ତ୍ତି ହେବା କାରଣରୁ ଗାଡ଼ିଗୁଡ଼ିକ ଭାସୁଥିବା ନଜର ଆସିଥିଲା। ଟ୍ରାଫିକ ବ୍ୟବସ୍ଥା ଏକ ପ୍ରକାର ଭୁଶୁଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ଗତକାଲି ସନ୍ଧ୍ୟା ସାଢେ ୪ଟାରୁ ୬ଟା ପର୍ଯ୍ୟନ୍ତ ପୁନେ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିବା ପାଣିପାଗ ରେକର୍ଡ କରିଛି। ପୁରା ସହରର ୨୫ଟି ସ୍ଥାନରେ ଜଳମଗ୍ନ ହୋଇ ପଡ଼ିଥିବା ଦେଖିବାକୁ ମିଳିଛି। 

ପାଣିପାଗ ବିଭାଗ ସୂଚନା ଦେଇ କହିଛି ଯେ ଆଗାମୀ ଦୁଇ ଦିନ ମଧ୍ୟରେ ପୁନେ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଅରେଞ୍ଜ ଆର୍ଲଟ ଜାରି କରିଛି  ପାଣିପାଗ ବିଭାଗ। ଆଇଏମଡି କହିଛି କି ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ହାଲୁକା ରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମିଡ଼ିଆ ରିପୋର୍ଟ ଅନୁଯାୟୀ ପୁନେ ନଗର ନିଗମକୁ ବର୍ଷା ଜଳ ନିଷ୍କାସନ ଓ ରାସ୍ତାରେ ପଡ଼ିଥିବା ଗଛକୁ ପରିସ୍କାର କରିବା ପାଇଁ ପାଖାପାଖି ୨୦ଟି କଲ ଆସିଥିଲା। ଅଗ୍ନିଶମ ବାହିନୀ ଏହାକୁ ଯଥାଶୀଘ୍ର ହଟାଇଥିବା ଜଣାପଡ଼ିଛି। ଫଳରେ ଯାତାୟତ ସ୍ୱାଭାବିକ ହୋଇଥିବା ଜଣାପଡ଼ିଛି। ତେବେ କେହି ମୃତାହତ ହୋଇ ନଥିବା ସୂଚନା ରହିଛି। 

ସେହିପରି ରବିବାର ହାଇଦ୍ରାବାଦରେ ମଧ୍ୟ ହାଲୁକା ଧରଣର ବର୍ଷା ହୋଇଥିବା ନେଇ ସୂଚନା ରହିଛି। ପାଣିପାଗ ବିଭାଗ କହିଛି କି ଆଗାମୀ ୪୮ ଘଣ୍ଟାରେ ତେଲଙ୍ଗାନାରେ କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ତେଲଙ୍ଗାନା ପାଣିପାଗ ବିଭାଗ କହିଛି କି ତେଲଙ୍ଗାନାର ଉତ୍ତର ଭାଗ ଓ ତେଲଙ୍ଗାନାରେ ଆଗାମୀ ୪୮ ଘଣ୍ଟାରେ ଭାରୀ ବର୍ଷା ହେବାର ସମ୍ବାବନା ରହିଛି। କିଛି ଜିଲ୍ଲାପାଇଁ ଅରେଞ୍ଜ ଆର୍ଲଟ ଜାରି କରାଯାଇଛି। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ନେଇ ସୂଚନା ରହିଛି। 

ହାଇଦ୍ରାବାଦର ପାଣିପାଗ ବିଜ୍ଞାନୀ କୋମାରାମା ଭୀମ, ଆସିଫାବାଦ, ନିଜାମାବାଦ, ମୁଲୁଗୁ, ପେଦ୍ଦାପଲ୍ଲୀ, ମେଞ୍ଚେରିୟାଲ, ଜୟଶଙ୍କର ଭୁପାଲପଲ୍ଲୀ, ରାଜନ୍ନା ସିରସିଲ୍ଲା ଓ ଜଗତିୟାଲ ଅଞ୍ଚଳକୁ ଅରେଞ୍ଜ ଆର୍ଲଟ ଜାରି କରିଛି ପାଣିପାଗ ବିଭାଗ। 

ସେପଟେ ଓଡ଼ିଶାରେ ମଧ୍ୟ ବର୍ଷା ଆର୍ଲଟ ରହିଛି। ଦକ୍ଷିଣ ଛତିଶଗଡ ଉପରେ ଅବପାତ ଅବସ୍ଥିତ ଅଛି। ଏହା ଧୀରେ ଧୀରେ ପଶ୍ଚିମ ଦିଗରେ ଗତି କରିବା ସହ ଆଗାମୀ ୧୨ ଘଣ୍ଟା ମଧ୍ୟରେ ଦୁର୍ବଳ ହେବାର ସମ୍ଭାବନା ରହିଛି। ଭବାନୀପାଟଣା ଠାରୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ୧୯୦ କିମି ଦୂରରେ ଅବପାତ କେନ୍ଦ୍ରୀଭୂତ ହୋଇଛି। ଫଳରେ ସୋମବାର ଓ ମଙ୍ଗଳବାର ରାଜ୍ୟରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। ଏଥିପାଇଁ ବିଶେଷ କରି ପଞ୍ଚିମ ଓଡିଶାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପୁଣିଥରେ ମୌସୁମୀ ସକ୍ରିୟ ହୋଇଛି। ଯାହାର ପ୍ରଭାବରେ ସୋମବାର ବି ରାଜ୍ୟରେ ବିସ୍ତୃତି ବର୍ଷା ସମ୍ଭାବନା ଅଛି।  ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ଆକଳନ କରାଯାଇଛି। ୧୩ ତାରିଖ ଯାଏଁ ଓଡିଶା ଉପକୂଳ ଅଶାନ୍ତ ରହିବ, ସେଥିପାଇଁ ଆସନ୍ତା ଦୁଇ ଦିନ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା ହୋଇଛି। ବଙ୍ଗୋପସାଗରରେ ଲଘୁଚାପକୁ ଦୃଷ୍ଟିରେ ରଖି ପୁରୀ, ଗୋପାଳପୁର, ଧାମରା ଏବଂ ଚାନ୍ଦବାଲିରେ ୩ ନମ୍ବର ବିପଦ ସଙ୍କେତ ଜାରି କରାଯାଇଛି। ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଛି। ସେହିପରି ପ୍ରବଳ ବର୍ଷା ଯୋଗୁ ବଂଶଧାରା ନଦୀ ମଧ୍ୟ ଫୁଲୁଛି।

ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁସାରେ, ସୋମବାର ୧୬ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ତେଣୁ ନବରଙ୍ଗପୁର, କଳାହାଣ୍ଡି, ନୂଆପଡା, କନ୍ଧମାଳ, ବଲାଙ୍ଗିର, ସୋନପୁର, ବୈଦ୍ଧ, ବରଗଡ, ସମ୍ବଲପୁର, ଅନୁଗୁଳ, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, କେନ୍ଦୁଝର, ଢେଙ୍କାନାଳ ଓ ମୟୂରଭାଞ୍ଜକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହି ସବୁ ଜିଲ୍ଲାରେ ମଙ୍ଗଳାବର ସକାଳ ସାଢେ ୮ଟା ଯାଏ ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। କିନ୍ତୁ ଏହି ସମୟରେ ରାଜ୍ୟର ଉପକୂଳ ଜିଲ୍ଲାରେ ପ୍ରାୟତଃ ଶୁଖିଲା ପାଗ ରହିବ। ସେହିପରି ମଙ୍ଗଳବାର ମଧ୍ୟ ପଞ୍ଚିମ ଓଡିଶାରେ ବର୍ଷା ଜାରି ରହିବ। ତେଣୁ କଳାହାଣ୍ଡି, ନୂଆପଡା, ବଲାଙ୍ଗିର, ସୋନପୁର, ବରଗଡ, ସମ୍ବଲପୁର, ଝାରସୁଗୁଡା, ଦେବଗଡ, ସୁନ୍ଦରଗଡ, କେନ୍ଦୁଝରକୁ ସତର୍କ କରାଯାଇଛି