Delhi Rains: ଦିଲ୍ଲୀରେ ପ୍ରବଳ ବର୍ଷା, ଜନଜୀବନ ପ୍ରଭାବିତ
Advertisement

Delhi Rains: ଦିଲ୍ଲୀରେ ପ୍ରବଳ ବର୍ଷା, ଜନଜୀବନ ପ୍ରଭାବିତ

ନୂଆଦିଲ୍ଲୀ, Delhi Rains: କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ, ଏହାର ଆଖପାଖ ଅଞ୍ଚଳ ତଥା ଏନସିଆର ଅଞ୍ଚଳରେ ବୁଧବାର ଓ ଗୁରୁବାର ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିଛି।

Delhi Rains: ଦିଲ୍ଲୀରେ ପ୍ରବଳ ବର୍ଷା, ଜନଜୀବନ ପ୍ରଭାବିତ

ନୂଆଦିଲ୍ଲୀ, Delhi Rains: କେନ୍ଦ୍ରୀୟ ରାଜଧାନୀ ନୂଆଦିଲ୍ଲୀ, ଏହାର ଆଖପାଖ ଅଞ୍ଚଳ ତଥା ଏନସିଆର ଅଞ୍ଚଳରେ ବୁଧବାର ଓ ଗୁରୁବାର ଦୁଇଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଏହି ଅଞ୍ଚଳଗୁଡ଼ିକରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ଅନେକ ସ୍ଥାନରେ ଗାଡ଼ି ଚାଳକ ଏବଂ ପଥଚାରୀମାନେ ଜଳଭର୍ତ୍ତି ରାସ୍ତାରେ ଯିବାଆସିବା କରୁଥିବା ଦେଖାଯାଇଥିଲା। ବର୍ଷା ସମ୍ପର୍କରେ ଦିଲ୍ଲୀ-ଏନସିଆର ପାଇଁ ପାଣିପାଗ ବିଭାଗ ଏକ ଅରେଞ୍ଜ ଆଲର୍ଟ ଜାରି କରିଛି। ଉତ୍ତର ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନ କହିଛି ଯେ ଦିଲ୍ଲୀର କିରାଡି, ବୁରାରୀ ଏବଂ ରୋହିଣୀ ସମେତ ୧୬ଟି ବିଭିନ୍ନ ଅଞ୍ଚଳରେ ବର୍ଷା ପାଣି ଭର୍ତ୍ତି ହୋଇଯାଇଛି। ସାତୋଟି ବିଭିନ୍ନ ସ୍ଥାନରେ ଗଛ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଗଛ ପଡ଼ି ଘରଦ୍ୱାର ଭାଙ୍ଗିଯାଇଥିବାର କିଛି ଚିତ୍ର ମଧ୍ୟ ସାମ୍ନାକୁ ଆସିଥିବା ଦେଖାଯାଇଛି |

ଗୁରୁବାର ରାତିରୁ ଗୁରୁଗ୍ରାମ ଅଞ୍ଚଳରେ ବର୍ଷା ଜାରି ରହିଥିଲା। ଫଳରେ ବିଭିନ୍ନ ସ୍ଥାନରେ ଜଳଭର୍ତ୍ତି ହୋଇ ଯାଇଥିଲା। ଏପରି ଦୁରାବସ୍ଥା ଦେଖି ଦିଲ୍ଲା ପ୍ରଶାସନର ଅପାରଗପଣିଆ ପଦାରେ ପଡ଼ିଛି | ଗୁରୁଗ୍ରାମ ଡେପୁଟି କମିଶନର ବିନୟ ପ୍ରତାପ ସିଂ କହିଛନ୍ତି ଯେ ସହରରେ ୧୩୦ ମିଲିମିଟର ବର୍ଷା ହୋଇଥିଲା। ଗଲ୍ଫ କୋର୍ସ ରୋଡରେ ଥିବା ଅଣ୍ଡରପାସ୍ ମଧ୍ୟ ପାଣିରେ ବୁଡ଼ି ଯାଇଛି। ରାସ୍ତାରେ ପାଣି ଥିବାରୁ ଅନେକ ଗାଡି ଅଟକି ରହିଛି। ପୋଲିସ କର୍ମଚାରୀ ସେମାନଙ୍କୁ ରାସ୍ତାରୁ ହଟାଉଥିବା ଦେଖିବାକୁ ମିଳିଛି ।

ନୋଏଡାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି | ଅନେକ ଗୁଡ଼ିଏ ରାସ୍ତା ଓ ଆବାସିକ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ବହୁ ମହଲା ବିଶିଷ୍ଟ ଅଟ୍ଟାଳିକାର ବାସିନ୍ଦାମାନେ ତଳ ମହଲାରେ ପାଣି ବନ୍ଦ ହୋଇଥିବାର ଅଭିଯୋଗ କରିଛନ୍ତି। ନୋଏଡାଠାରେ ୬୨, ୬୩, ୧୦, ୧୨ ଓ ୩୨ ସେକ୍ଟର ସମେତ ଅନ୍ୟ ନିକଟବର୍ତ୍ତି ଅଞ୍ଚଳଗୁଡିକ ମଧ୍ୟ ଜଳବନ୍ଦୀ ହୋଇ ରହିଥିଲା। ଗୁରୁଗ୍ରାମରେ ବର୍ଷାପାଣି ଭରିବା ସମସ୍ୟାକୁ ବିରୋଧୀମାନେ ନିନ୍ଦା କରିଛନ୍ତି।