ପ୍ରବଳ ବର୍ଷାରେ ଭିଜିଲା ଦିଲ୍ଲୀ, ଆଇଏମଡି ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି
Advertisement

ପ୍ରବଳ ବର୍ଷାରେ ଭିଜିଲା ଦିଲ୍ଲୀ, ଆଇଏମଡି ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି

ଭାରୀ ବର୍ଷାରେ ଭିଜିଛି  ଦିଲ୍ଲୀ।

ପ୍ରବଳ ବର୍ଷାରେ ଭିଜିଲା ଦିଲ୍ଲୀ, ଆଇଏମଡି ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି

ନୂଆଦିଲ୍ଲୀ: ବୁଧବାର ଭାରତୀୟ ପାଣିପାଗ ବିଭାଗ-ଆଇମଡି(Indian Metreological Department-IMD) ଦିଲ୍ଲୀ ଲାଗି ଅରେଞ୍ଜ ଆଲର୍ଟ(Orange Alert ) ଜାରି କରିଛି। ଦିଲ୍ଲୀ, ଭିୱାନୀ, ଜିନ୍ଦ, କୈଥଲ, ଗୋହାନା, ଗାନ୍ନୌର, ସୋନିପାଟ, ବାଗପତ, ମେରଟ, କୋସଲି, ଫାରୁଖନଗର, ନୁହୁଁ, ଭିୱାରୀ, ନୋଏଡା, ଗ୍ରେଟର ନୋଏଡା,  ଫରିଦାବାଦ, ପଲୱଲ, ଗାଜିଆବାଦ, ହାପୁଡ, ମୋଦିନାଗର, ମୁଜାଫରନଗର, ବୁଲନ୍ଦସହର, ସାମଲି, ଗୁରୁଗ୍ରାମ, ପାନିପାତ, ରୋହତକ,  ଝଜର, କର୍ଣ୍ଣାଲ, କୁରୁକ୍ଷେତ୍ର ଆଦି ଅଞ୍ଚଳରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭବନା ରହିଥିବା ନେଇ ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଗତ ଦୁଇ ଦିନ ଧରି ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟମ ଧରଣର ବର୍ଷା ହୋଇଛି । ଅନ୍ୟପଟେ ବୁଧବାର ଦିନ ୧୦ଟାରୁ ବେଶ କିଛି ସମୟ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଭାରୀ ବର୍ଷା ହୋଇଛି । ରବିବାର ହୋଇଥିବା ବର୍ଷା କାରଣରୁ  ଦିଲ୍ଲୀ-ଏନସିଆର ରାସ୍ତାରେ ପାଣି ଜମା ହୋଇଯାଇଥିଲା । ଜୁଲାଇ ୨୫ ପର୍ଯ୍ୟନ୍ତ ହାଲୁକା ବର୍ଷା ସହିତ ଆକାଶ ସାଧାରଣତଃ ମେଘୁଆ ରହିବା ନେଇ ଆଇଏମଡି ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରାଜଧାନୀରେ ସର୍ବନିମ୍ନ ଏବଂ ସର୍ବାଧିକ ତାପମାତ୍ରା ୨୩ ଡିଗ୍ରୀ ଏବଂ ୩୫ ଡିଗ୍ରୀ ସେଲସିୟସ ମଧ୍ୟରେ ରହିବ ।