ନେପାଳରେ ଭାରୀବର୍ଷାର ତାଣ୍ଡବ, ଭୂସ୍ଖଳରେ ୧୧ ମୃତ, ୨୩ ନିଖୋଜ
Advertisement

ନେପାଳରେ ଭାରୀବର୍ଷାର ତାଣ୍ଡବ, ଭୂସ୍ଖଳରେ ୧୧ ମୃତ, ୨୩ ନିଖୋଜ

ନେପାଳରେ ତାଣ୍ଡବ ମଚାଇଛି ଭାରୀବର୍ଷା ଏବଂ ଭୂସ୍ଖଳନ। 

ନେପାଳରେ ଭାରୀବର୍ଷାର ତାଣ୍ଡବ, ଭୂସ୍ଖଳରେ ୧୧ ମୃତ, ୨୩ ନିଖୋଜ

କାଠମାଣ୍ଡୁ: ପଡୋଶୀ ନେପାଳର ମାୟାଗାଡି ଜିଲ୍ଲାରେ ପ୍ରବଳ ବର୍ଷା କାରଣରୁ ହୋଇଥିବା ଭୂସ୍ଖଳନ କାରଣରୁ ୧୧ ଜଣଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ ୨୩ ଲୋକ ନିଖୋଜ ହୋଇଥିବାର ଖବର ମିଳିଥିବାବେଳେ, ସେମାନଙ୍କୁ ଉଦ୍ଧାର କରିବା ଲାଗି ଅଭିଯାନ ଜାରି ରହିଛିଛି । ସ୍ଥାନୀୟ ଗଣମାଧ୍ୟମ କାଠମାଣ୍ଡୁ ପୋଷ୍ଟ ଅନୁସାରେ, ଦେଶର ମାରଙ୍ଗରୁ ୧୦ ଏବଂ ଥାଡଖାନି ଅଞ୍ଚଳରୁ ଜମଙ୍କ ମୃତଦେହ ଉଦ୍ଧାର କରାଯାଇଛି। 

ଭୂସ୍ଖଳନ ପରେ ରିଖ୍, କଲ୍ଲେନୀ, ରାମଚେ, ନାମରୂକ୍ ଏବଂ କାମଡି ଅଞ୍ଚଳରୁ ୧୧, ମଲିକ ଗ୍ରାମୀଣ ନଗର ପାଳିକାରୁ ୯ ଏବଂ ତାକାମରୁ ନିଖୋଜ ହୋଇଥିବା ୩ ଲୋକଙ୍କୁ ଖୋଜିବା ଲାଗି ଉଦ୍ୟମ ଜାରି ରହିଛି । ମାୟାଗାଡି ପୋଲିସ ମୁଖ୍ୟ ଡିଏସପି କିରଣ କୁନୱାର କହିଛନ୍ତି, ଜିଲ୍ଲାର ନିମ୍ନ ଅଞ୍ଚଳରେ ପାଣିପାଗ ଜନିତ ସ୍ଥିତି ସୁଧାରିବା ପରେ ଉଦ୍ଧାର କାର୍ଯ୍ୟ ଲାଗି ଆବଶ୍ୟକୀୟ ସାମଗ୍ରୀ ସହିତ ହେଲିକପ୍ଟରକୁ ସତର୍କ ରଖାଯାଇଛି।

ନେପାଳରେ ହୋଇଥିବା ଭୂସ୍ଖଳନରେ ପ୍ରାୟ ୪୩ଟି ଘର ଦବିଯାଇଛି । ଏହି ପ୍ରାକୃତିକ ବିପର୍ଯ୍ୟୟରେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ସେ ନେଇ କିଛି ଜଣାପଡିନାହିଁ । ସ୍ଥାନୀୟ ମ୍ୟୁନିସିପାଲିଟି ଅଧିକାରୀ କହିଛନ୍ତି ପ୍ରାୟ ୪୦୦ରୁ ଅଧିକ ପ୍ରଭାବିତ ଲୋକଙ୍କୁ ତାକାମ, ମାରଙ୍ଗ ଏବଂ ବେଲୱାଙ୍ଗ ଠାରେ ଥିବା ଆଶ୍ରୟସ୍ଥଳ ଏବଂ ବିଦ୍ୟାଳୟରେ ଆଶ୍ରୟ ନେଉଛନ୍ତି ।