)
ନୂଆଦିଲ୍ଲୀ: ଆଜି ସକାଳେ କେରଳର ପ୍ରମାଦମ୍ ସ୍ଥିତ ରାଜୀବ ଗାନ୍ଧୀ ଇନଡୋର ଷ୍ଟାଡିୟମରେ ହେଲି ପ୍ୟାଡ୍ ରେ ଫସିଗଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବସିଥିବା ହେଲିକପ୍ଟର । ଲ୍ୟାଣ୍ଡିଂ କରିବା ପରେ ଏହି ଅଘଟଣ ଘଟିଥିଲା । ନୂଆ କରି ତିଆରି ହୋଇଥିବା କଂକ୍ରିଟ୍ ହେଲିପ୍ୟାଡରେ ଫସିଯାଇଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ହେଲିକପ୍ଟର ।
ହେଲିପ୍ୟାଡରେ ହେଲିକପ୍ଟର ଫସିଯିବା ପରେ ତୁରନ୍ତ ସ୍ଥାନୀୟ ପୋଲିସ ଓ ଏୟାରଫୋର୍ସ ଅଧିକାରୀମାନେ ହେଲିକେପ୍ଟରକୁ ଠେଲି ଠେଲି ନେଇଥିଲେ । ହେଲିକେପ୍ଟରକୁ ପ୍ରଥମେ ନୀଲାକ୍କାଲ୍ ରେ ଲ୍ୟାଣ୍ଡି କରିବାର ଥିଲା କିନ୍ତୁ ଖରାପ ପାଗ ପାଇଁ ପ୍ଲାନରେ ପରିବର୍ତ୍ତନ କରାଯାଇଥିଲା । ମଙ୍ଗଳବାର ବିଳମ୍ବିତ ରାତିରେ ରାଜୀବ ଗାନ୍ଧୀ ଇନଡୋର ଷ୍ଟାଡିୟମରେ ହେଲିପ୍ୟାଡ୍ ପ୍ରସ୍ତୁତ କରାଯାଇଥିଲା, କିନ୍ତୁ ସକାଳ ସୁଦ୍ଧା କଂକ୍ରିଟ୍ ସମ୍ପୂର୍ଣ୍ଣ ଟାଣ ହୋଇନଥିଲା। ହେଲିକପ୍ଟର ଅବତରଣ କରିବା ସମୟରେ କଂକ୍ରିଟ୍ ରେ ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା । ଫଳରେ ହେଲିକପ୍ଟରଟି ସେଥିରେ ଦବିଯାଇଥିଲା ।