CM Hemant Soren: ED କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ, ଚାଲିଛି ଘନଘନ ଜେରା
Advertisement

CM Hemant Soren: ED କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ, ଚାଲିଛି ଘନଘନ ଜେରା

ଇଡ଼ି କାର୍ଯ୍ୟାଳୟ ଯିବା ସମୟରେ ହେମନ୍ତଙ୍କ ସହିତ ତାଙ୍କ ଭାଇ ବସନ୍ତ ସୋରେନ ଓ ଗଣମାଧ୍ୟମ ଉପଦେଷ୍ଟା ଅଭିଷେକ ପ୍ରସାଦ ଓରଫ ପିଣ୍ଟୁ ସାଥିରେ ରହିଥିଲେ। ତେବେ ଇଡ଼ି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଅଭିଷେକ ପ୍ରସାଦ ଓ ବସନ୍ତଙ୍କୁ ଭିତରକୁ ଯିବାକୁ ଦିଆଯାଇନଥିଲା। 

CM Hemant Soren: ED କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ, ଚାଲିଛି ଘନଘନ ଜେରା

CM Hemant Soren ରାଞ୍ଚି: ବେଆଇନ ଖଣି ଖନନ ସମେତ ବିଭିନ୍ନ ଅର୍ଥ ହେରଫେର ମାମଲାରେ ଇଡ଼ି (Enforcement Directorate) ଆଜି ଝାଡ଼ଖଣ୍ଡରେ (Jharkhand) ତନାଘନା ଆରମ୍ଭ କରିଦେଇଛି। ଏଥିପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟକୁ ଡକାଇଛି। ଡକରା ପାଇ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଆଜି ଦିନ ପ୍ରାୟ ସାଢେ ୧୧ଟାରେ କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। ତେବେ ଇଡ଼ି କାର୍ଯ୍ୟାଳୟରେ (Enforvement Directorate Office) ପହଞ୍ଚିବା ପୂର୍ବରୁ ହେମନ୍ତ ସୋରେନ ଗଣମାଧ୍ୟମକୁ ସମ୍ବୋଧିତ କରିଥିଲେ। 

ତେବେ ଇଡ଼ି କାର୍ଯ୍ୟାଳୟ ଯିବା ସମୟରେ ହେମନ୍ତଙ୍କ ସହିତ ତାଙ୍କ ଭାଇ ବସନ୍ତ ସୋରେନ ଓ ଗଣମାଧ୍ୟମ ଉପଦେଷ୍ଟା ଅଭିଷେକ ପ୍ରସାଦ ଓରଫ ପିଣ୍ଟୁ ସାଥିରେ ରହିଥିଲେ। ତେବେ ଇଡ଼ି କାର୍ଯ୍ୟାଳୟରେ ପହଞ୍ଚିବା ପରେ ଅଭିଷେକ ପ୍ରସାଦ ଓ ବସନ୍ତଙ୍କୁ ଭିତରକୁ ଯିବାକୁ ଦିଆଯାଇନଥିଲା। କେବଳ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ କାର୍ଯ୍ୟାଳୟ ମଧ୍ୟକୁ ଯାଇଥିଲେ। ବାହାରେ ଅପେକ୍ଷା କରିଥିଲା ବସନ୍ତଙ୍କୁ ଘେରି ଯାଇଥିଲେ ଗଣମାଧ୍ୟମ ପ୍ରତିନିଧି। ପରବର୍ତ୍ତି ମୁଖ୍ୟମନ୍ତ୍ରୀ କିଏ ହେବ ନେଇ ବସନ୍ତଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। 

ଅଧିକ ପଢନ୍ତୁ: Supreme Court ରେ କଏଦୀର ଯୁକ୍ତି: 'ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀଙ୍କୁ ଛାଡିଦେଲ, ମୋତେ ମଧ୍ୟ ମୁକ୍ତ କର'

ତେବେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ରଖି ବସନ୍ତ କହିଥିଲେ କି ପରବର୍ତ୍ତି ମୁଖ୍ୟମନ୍ତ୍ରୀ ମଧ୍ୟ ହେମନ୍ତ ହିଁ ହେବେ ବୋଲି ସେ କହିଥିଲେ। ଗଣମାଧ୍ୟମକୁ ସୂଚନା ଦେଇ ସେ ରାଜ୍ୟପାଳଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ କି ରାଜ୍ୟପାଳ ରମେଶ ବୈଶ ଏଠାରେ ରାଜନୀତି କରୁଛନ୍ତି। ଗୋଟିଏ ପଟେ ରାଜ୍ୟପାଳ ଆଟମ ବମ ବିସ୍ଫୋରଣ ହେବା ନେଇ କହୁଥିବା ବେଳେ ଅନ୍ୟ ପଟେ ଇଡ଼ି ଓ ଆୟକର ବିଭାଗ ଚଢାଉ କରୁଛନ୍ତି। ରାଜ୍ୟପାଳ ସାମ୍ବିଧାନିକ ପଦରେ ରହିବା ସତ୍ତ୍ୱେ ଷଡ଼ଯନ୍ତ୍ରକାରୀ ଦଳକୁ ସୂଚନା ଦେଉଛନ୍ତି। 

ସେପଟେ ଆଜି ଦିନ ସାଢେ ୧୧ଟା ସମୟରେ ହେମନ୍ତ ସୋରେନ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଥିଲେ। ସେପଟେ ମୁଖ୍ୟମନ୍ତ୍ରୀ ଇଡ଼ି କାର୍ଯ୍ୟାଳୟ ଆସୁଥିବା ନେଇ ରାଞ୍ଚି ସହରରେ ସୁରକ୍ଷାକୁ କଡ଼଼ାକଡ଼ି କରି ଦିଆଯାଇଥିଲା। କେବଳ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟ ବାହାରେ ୫୦୦ ପ୍ଲାଟୁନ ପୋଲିସ ରହିଥିଲେ। ସେଠାରେ ୧୪୪ ଧାରା ଜାରି କରାଯିବା ସହିତ ନିଷେଧାଦେଶ ଜାରି କରାଯାଇଥିଲା। ସେହିପରି ହେନୁ ବିମାନବନ୍ଦର ରୋଡ଼ରେ ମଧ୍ୟ ୧୪୪ ଧାରା ଲାଗୁ କରିଦିଆଯାଇଛି। ଏଠାରେ କୌଣସି ପ୍ରକାରର ଚଳପ୍ରଚଳ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ୫ରୁ ଅଧିକ ଲୋକ ଏକତ୍ରିତ ନ ହେବାକୁ ପୋଲିସ ପ୍ରଶାସନ ନିକଟରୁ କଡ଼ା ନିର୍ଦ୍ଦେଶ ରହିଛି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଆବାସ ନିକଟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପାଇଁ ବ୍ୟାରିକେଡ଼ିଂ କରାଯାଇଥିଲା। 

ଅଧିକ ପଢନ୍ତୁ: DAMaN Hindi Dubbing: ଏହି ଦିନ ହିନ୍ଦୀରେ ରିଲିଜ ହେବ 'ଦମନ', ବାବୁଶାନଙ୍କ ଭଏସ୍ ଦେବେ ନାହିଁ ସଙ୍କେତ ମାତ୍ରେ

ଅଧିକ ପଢନ୍ତୁ: Shraddha Murder Case: ହତ୍ୟାକାରୀକୁ କିଭଳି ମିଳିବ ଦଣ୍ତ ? ,ଫିଲ୍ମ ଅନ୍ଦାଜରେ ରାମ ଗୋପଳ ଭର୍ମା ଦେଲେ ଉଦାହରଣ