)
ନୂଆଦିଲ୍ଲୀ: ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ୫୬୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଣ୍ଟା ମଧ୍ୟରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି । ସେହିପରି ଏହି ସମୟ ମଧ୍ୟରେ ୧୪୦ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ଦେଶରେ ଏପର୍ଯ୍ୟନ୍ତ ୧ଲକ୍ଷ ୬ହଜାର ୭୫୦ ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୩୩୦୩ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ୬୧୧୪୬ ମାମଲା ଏବେ ଆକ୍ଟିଭ ରହିଛି । ଅନ୍ୟମାନେ ସୁସ୍ଥ ହୋଇଛନ୍ତି । ତେବେ ଦିନକୁ ଦିନ ଯେଉଁ ପରିମାଣରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ତାହା ବେଶ୍ ଚିନ୍ତାଜନକ । ଏହାକୁ ନିୟନ୍ତ୍ରଣକୁ ଆଣିବା ସରକାରଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।
Highest ever spike of 5,611 #COVID19 cases & 140 deaths in the last 24 hours. Total number of cases in the country now at 106750, including 61149 active cases & 3303 deaths: Ministry of Health and Family Welfare pic.twitter.com/kj95C6b8Is
— ANI (@ANI) May 20, 2020