ଦେଶରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ପାର୍
Advertisement
Article Detail0/zeeodisha/odisha686218

ଦେଶରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୪ ହଜାର ପାର୍

ଏପର୍ଯ୍ୟନ୍ତ ଦେଶରେ ୧ଲକ୍ଷ ୩୮ ହଜାର ୮୪୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ମୃତ୍ୟୁ ସଂଖ୍ୟା ୪୦୨୧ରେ ପହଞ୍ଚିଛି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଭାରତରେ ମଧ୍ୟ କୋରୋନା ତାଣ୍ଡବ ରଚିପାରେ । ବର୍ତ୍ତମାନ ଯେଉଁ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି, ଏଭଳି କିଛି ଆଶଙ୍କା କରିବା ସ୍ୱାଭାବିକ କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟାକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୬୯୭୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ୧୫୪ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ତେବେ ଏପର୍ଯ୍ୟନ୍ତ ଦେଶରେ ୧ଲକ୍ଷ ୩୮ ହଜାର ୮୪୫ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ମୃତ୍ୟୁ ସଂଖ୍ୟା ୪୦୨୧ରେ ପହଞ୍ଚିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆକ୍ରାନ୍ତଙ୍କ ମଧ୍ୟରୁ ୫୭୭୨୦ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ଆଉ ୭୭୧୦୩ଟି ଆକ୍ସିଭ କେସ ରହିଛି । 

ଏବେ ନଜର ପକାନ୍ତୁ ଓଡ଼ିଶାରେ କୋରୋନାର ସ୍ଥିତି ଉପରେ...

ରାଜ୍ୟରେ ଆଉ ୧୦୩ ଆକ୍ରାନ୍ତ ଚିହ୍ନଟ । ଆଉ ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୫୫୦ ଜଣ ସୁସ୍ଥ ହୋଇ ଘରକୁ ଫେରିଲେଣି । ସେହିପରି ପୂର୍ବରୁ ୭ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଅର୍ଥାତ ଏବେ ଆଉ ୮୮୧ଟି ଆକ୍ଟିଭ କେସ ରହିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । 

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ମାମଲା ଦେବଗଡ଼ରୁ ଆସିଛି । ଜିଲ୍ଲାରେ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେନ୍ଦ୍ରପଡ଼ାରୁ ୧୫, ଜଗତସିଂହପୁରରୁ ୧୦, ମାଲକାନଗିରିରୁ ୯, ଭଦ୍ରକରୁ ୮, ବଲାଙ୍ଗୀରରୁ ୮, କୋରାପୁଟରୁ ୬, ଗଜପତିରୁ ୬, ବାଲେଶ୍ୱରରୁ ୫, ଖୋର୍ଦ୍ଧାରୁ ୫ ଓ ଗଞ୍ଜାମରୁ ୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର ଓ ଢେଙ୍କାନାଳରୁ ଗୋଟିଏ ଗୋଟିଏ ନୂଆ ମାମଲା ସାମ୍ନାକୁ ଆସିଛି । 

;