ଆଗକୁ ସମ୍ଭାଳି ହେବ ତ ? ଦିନକରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ
Advertisement

ଆଗକୁ ସମ୍ଭାଳି ହେବ ତ ? ଦିନକରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ

ଦେଶରେ ଏପର୍ଯ୍ୟନ୍ତ ୧୦ଲକ୍ଷ ୭୭ ହଜାର ୬୧୮ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୬ ହଜାର ୮୧୬ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।

ଆଗକୁ ସମ୍ଭାଳି ହେବ ତ ? ଦିନକରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ନିୟନ୍ତ୍ରଣ ବାହାରକୁ ଚାଲିଯିବ କି କୋରୋନା ? ବର୍ତ୍ତମାନ ଯେଉଁ ଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇଲାଣି, ଏପରି ଆଶଙ୍କା କରିବା ସ୍ୱାଭାବିକ କଥା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୮ ହଜାର ୯୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦିନକରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବାରେ ଏହା ପ୍ରଥମ ଘଟଣା । ସେହିପରି ଏହି ସମୟ ମଧ୍ୟରେ ୫୪୩ ଜଣଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । 

ଦେଶରେ ଏପର୍ଯ୍ୟନ୍ତ ୧୦ଲକ୍ଷ ୭୭ ହଜାର ୬୧୮ ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୨୬ ହଜାର ୮୧୬ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ସେପଟେ ଆକ୍ରାନ୍ତଙ୍କ ମଧ୍ୟରୁ ୬ଲକ୍ଷ ୭୭ ହଜାର ୪୨୩ ଜଣ ସୁସ୍ଥ ହୋଇସାରିଛନ୍ତି । ଅନ୍ୟପଟେ ୩ଲକ୍ଷ ୭୩ ହଜାର ୩୭୯ ଆକ୍ଟିଭ କେସ ରହିଛି । ତେବେ ଲଗାତାର ଭାବେ ଆକ୍ଟିଭ କେସ ସଂଖ୍ୟା ବୃଦ୍ଧି ପାଇଲାଣି । ତେଗୁ ଆଗକୁ ଯେ ସ୍ଥିତି ଆହୁରି ଗମ୍ଭୀର ହେବ, ଏଭଳି ଆଶଙ୍କା ଦେଖାଦେଇଛି । 

ଏବେ ନଜର ପକାଇବା ବିଶ୍ୱବ୍ୟାପୀ କୋରୋନା ସ୍ଥିତି ଉପରେ । ସମଗ୍ର ବିଶ୍ୱରେ ଏବେ ୧କୋଟି ୪୪ ଲକ୍ଷ ୨୭ ହଜାର ୭୩୧ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସେହିପରି ୬ଲକ୍ଷ ୪ ହଜାର ୯୬୩ ଜଣଙ୍କ ମୃତ୍ୟୁ ହେଲାଣି । ତେବେ ଆଶ୍ୱସ୍ତିକର ଖବର ଏହା ଯେ, ୮୬ଲକ୍ଷ ୧୮ ହଜାର ୧୦୦ ଜଣ ଆକ୍ରାନ୍ତ ସୁସ୍ଥ ମଧ୍ୟ ହୋଇସାରିଛନ୍ତି । ଏବେ ୫୨ ଲକ୍ଷରୁ ଉର୍ଦ୍ଧ୍ୱ ଆକ୍ଟିଭ କେସ ରହିଛି ।