ଚୀନରୁ ବ୍ୟାପି ନାହିଁ କୋରୋନା ଭୂତାଣୁ, ଏହା କହିବା ଅତ୍ୟନ୍ତ କଷ୍ଟକର: WHO
Advertisement

ଚୀନରୁ ବ୍ୟାପି ନାହିଁ କୋରୋନା ଭୂତାଣୁ, ଏହା କହିବା ଅତ୍ୟନ୍ତ କଷ୍ଟକର: WHO

ଜେନେଭାରେ ମାଇକ୍ ରିଆନ (Mike Ryan) ଙ୍କୁ ପଚରାଯାଇଥିଲା ଯେ ଏହା ହୋଇପାରେ କି କୋଭିଡ୍-19 ପ୍ରଥମେ ଚୀନ୍ ବ୍ୟତୀତ ଅନ୍ୟ କୌଣସି ସ୍ଥାନରୁ ଆସିଛି? ରିୟାନ୍ କହିଛନ୍ତି ଯେ ଚୀନ୍‌ରୁ ଏହି ରୋଗ ଆସି ନାହିଁ ବୋଲି କହିବା ଆମ ପାଇଁ କଷ୍ଟସାଧ୍ୟ ।

ଚୀନରୁ ବ୍ୟାପି ନାହିଁ କୋରୋନା ଭୂତାଣୁ, ଏହା କହିବା ଅତ୍ୟନ୍ତ କଷ୍ଟକର: WHO

ନୂଆଦିଲ୍ଲୀ: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ରୁ ତରଫରୁ କୋରୋନା ଭୂତାଣୁ (Coronavirus) କୁ ନେଇ ଏକ ବଡ ବୟାନ ସାମ୍ନାକୁ ଆସିଛି । ସଂଗଠନର ବରିଷ୍ଠ ବିଶେଷଜ୍ଞ ମାଇକ ରିଆନ (Mike Ryan) କହିଛନ୍ତି ଯେ, ଏହି ରୋଗ ଚାଇନାରୁ ଆସି ନାହିଁ ବୋଲି କହିବା କଷ୍ଟକର । ଖାସ୍ କଥା ହେଉଛି ଯେ ଚୀନ ଉପରେ କୋରୋନା ଭୂତାଣୁ ବିସ୍ତାର କରିବାର  ଅଭିଯୋଗ ଆସିଛି । ଏଥି ସହିତ WHO ମଧ୍ୟ ସୂଚନା ନଦେବା ଅଭିଯୋଗରେ ଘେରି ରହିଛି । କୋରୋନା ଭୂତାଣୁରୁ ହେଉଥିବା ରୋଗ କୋଭିଡ-19 (COVID-19) ର ପ୍ରଥମ ରୋଗୀ ଚାଇନାରୁ ସାମ୍ନାକୁ ଆସିଥିଲେ ।

ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ଭରପୂର ଲାଭ

ଜେନେଭାରେ ମାଇକ୍ ରିଆନ (Mike Ryan) ଙ୍କୁ ପଚରାଯାଇଥିଲା ଯେ ଏହା ହୋଇପାରେ କି କୋଭିଡ୍-19 ପ୍ରଥମେ ଚୀନ୍ ବ୍ୟତୀତ ଅନ୍ୟ କୌଣସି ସ୍ଥାନରୁ ଆସିଛି? ରିୟାନ୍ କହିଛନ୍ତି ଯେ ଚୀନ୍‌ରୁ ଏହି ରୋଗ ଆସି ନାହିଁ ବୋଲି କହିବା ଆମ ପାଇଁ କଷ୍ଟସାଧ୍ୟ । କୋରୋନା ଭୂତାଣୁ ସମ୍ବନ୍ଧୀୟ ସୂଚନାକୁ ନେଇ WHO କୁ ମଧ୍ୟ ଅନେକ ଦେଶ ତରଫରୁ ଦୃଢ଼ ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (Donald Trump) ଆମେରିକାକୁ WHO ରୁ ଅଲଗା କରି ନେଇଥିଲେ । ଶୁକ୍ରବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବୈଷୟିକ ମୁଖ୍ୟ ମାରିଆ ୱେନ କରାଖୋଭ କହିଛନ୍ତି ଯେ ଯେଉଁ ଦେଶରେ କୋରୋନା ମାମଲା ହ୍ରାସ ପାଉଛି, ସେମାନଙ୍କୁ ତଥାପି ସତର୍କ ରହିବାକୁ ପଡ଼ିବ ।

ନିକଟରେ ଚୀନରେ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଥିବା ଅନେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା ଯେ ଅନ୍ୟ ଦେଶରୁ ଆସୁଥିବା ଖାଦ୍ୟ ପଦାର୍ଥରେ କୋଭିଡ-19 ମିଳିଛି । ଏହି ରିପୋର୍ଟ ଅନୁଯାୟୀ, ଭାରତରୁ ଯାଉଥିବା ମାଛର ସାମଗ୍ରୀରେ କୋରୋନା ଭୂତାଣୁ ମଧ୍ୟ ଦେଖିବାକୁ ମିଳିଛି । ଏହି ରିପୋର୍ଟ ମାଧ୍ୟମରେ ବିଦେଶୀ ମାର୍ଗ ମାଧ୍ୟମରେ ଚୀନରେ କୋରୋନା ଭୂତାଣୁ ଆସିବାର ଅଭିଯୋଗ ହୋଇଛି । ଶୁକ୍ରବାର ଚୀନ୍ ଦାବି କରିଛି ଯେ କୋଭିଡ-19 ର ପ୍ରଥମ ମାମଲା ୱୁହାନ (Wuhan) ରେ ମିଳିବାର ଅର୍ଥ ନୁହେଁ ଯେ ଏହି ଭୂତାଣୁ ଚାଇନାରୁ ବ୍ୟାପିଛି ।