)
ସିମଲା: ଦେଶରେ ପ୍ରତିଟି ଘରକୁ ଜାଳେଣୀ ଯୋଗାଇ ଦେବା ପାଇଁ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଛନ୍ତି। ଏପରିକି ଏହି ଯୋଜନାରେ ସମସ୍ତଙ୍କୁ ଜାଳେଣି ଯୋଗାଇ ଦେବା ପାଇଁ ପ୍ରୟାସ ମଧ୍ୟ କରୁଛନ୍ତି ସରକାର। କିନ୍ତୁ ଏହାରି ମଧ୍ୟରେ ହିମାଚଳ ପ୍ରଦେଶ ସରକାର ରାଜ୍ୟର ପ୍ରତିଟି ଲୋକଙ୍କୁ ଏଲପିଜି ଗ୍ୟାସ ଯୋଗାଇ ଦେଇଥିବା ନେଇ ଦାବି କରିଛନ୍ତି।
ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି କି, ରାଜ୍ୟର ସମସ୍ତ ଘରକୁ ଏଲପିଜି ଗ୍ୟାସ ଯୋଗାଇ ଦେବା ପାଇଁ ସରକାର ହିମାଚଳ ଗୃହିଣୀ ସୁବିଧା ଯୋଜନା ପ୍ରଣୟନ କରିଛନ୍ତି। ଏହାରି ମାଧ୍ୟମରେ ରାଜ୍ୟର ସମସ୍ତ ମହିଳାଙ୍କୁ ଗ୍ୟାସ ଯୋଗାଇ ଦିଆଯାଇଛି। ଏଣିକି ମହିଳାମାନଙ୍କୁ ଧୁଆଁରୁ ମୁକ୍ତି ମିଳିପାରିବ।
ସେ ଆହୁରି ମଧ୍ୟ କହିଥିଲେ କି, ପୂର୍ବରୁ ରାଜ୍ୟରେ ମହିଳାମାନେ କାଠ, ଶୁଖିଲା ଗୋବର ମାଧ୍ୟମରେ ଜାଳେଣି ପ୍ରସ୍ତୁତ କରୁଥିଲେ। ମାତ୍ର ବର୍ତ୍ତମାନ ସେ ସବୁ ଚିନ୍ତାରୁ ମୁକ୍ତି ମିଳିବ। ଏଣିକି ରାଜ୍ୟରେ ମହିଳାମାନେ ଏଲପିଜି ଗ୍ୟାସରେ ରୋଷେଇ କରିବେ। ଧୁଆଁରୁ ମୁକ୍ତି ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।