RSS ମୁଖ୍ୟ ମୋହନ ଭଗବତଙ୍କ ବଡ଼ ବୟାନ; ହିନ୍ଦୁ-ମୁସଲମାନଙ୍କର ପୂର୍ବଜ ଏକ, ପ୍ରତ୍ୟେକ ଭାରତୀୟ ହିନ୍ଦୁ
Advertisement

RSS ମୁଖ୍ୟ ମୋହନ ଭଗବତଙ୍କ ବଡ଼ ବୟାନ; ହିନ୍ଦୁ-ମୁସଲମାନଙ୍କର ପୂର୍ବଜ ଏକ, ପ୍ରତ୍ୟେକ ଭାରତୀୟ ହିନ୍ଦୁ

ମୋହନ ଭାଗବତ (Mohan Bhagwat) କହିଛନ୍ତି ଯେ, ଭାରତର ସଂଖ୍ୟାଲଘୁ ସମ୍ପ୍ରଦାୟକୁ କୌଣସି ଜିନିଷକୁ ଭୟ କରିବା ଉଚିତ୍ ନୁହେଁ, କାରଣ ହିନ୍ଦୁମାନେ କାହା ସହିତ ଶତ୍ରୁତା ରଖେ ନାହିଁ ।

RSS ମୁଖ୍ୟ ମୋହନ ଭଗବତଙ୍କ ବଡ଼ ବୟାନ; ହିନ୍ଦୁ-ମୁସଲମାନଙ୍କର ପୂର୍ବଜ ଏକ, ପ୍ରତ୍ୟେକ ଭାରତୀୟ ହିନ୍ଦୁ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ର ସରସଂଘଚାଲକ ମୋହନ ଭାଗବତ (Mohan Bhagwat) ହିନ୍ଦୁ ଓ ମୁସଲମାନମାନଙ୍କୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ ହିନ୍ଦୁ ଓ ମୁସଲମାନମାନଙ୍କର ପୂର୍ବପୁରୁଷ ଏକ ହିଁ ଥିଲେ ଓ ପ୍ରତ୍ୟେକ ଭାରତୀୟ ନାଗରିକ ଜଣେ ହିନ୍ଦୁ । ପୁଣେରେ ଗ୍ଲୋବାଲ୍ ଷ୍ଟ୍ରାଟେଜିକ୍ ପଲିସି ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ, ବୁଦ୍ଧିମାନ ମୁସଲମାନ ନେତାମାନେ ଉଗ୍ରବାଦୀଙ୍କ ବିରୋଧରେ ଦୃଢ଼ ଭାବରେ ଛିଡ଼ା ହେବା ଉଚିତ୍ ।

ହିନ୍ଦୁମାନେ କାହା ସହିତ ଶତ୍ରୁତା ରଖେ ନାହିଁ: ଭାଗବତ 

ମୋହନ ଭାଗବତ (Mohan Bhagwat) କହିଛନ୍ତି ଯେ, "ଭାରତର ସଂଖ୍ୟାଲଘୁ ସମ୍ପ୍ରଦାୟକୁ କୌଣସି ଜିନିଷକୁ ଭୟ କରିବା ଉଚିତ୍ ନୁହେଁ, କାରଣ ହିନ୍ଦୁମାନେ କାହା ସହିତ ଶତ୍ରୁତା ରଖେ ନାହିଁ । ସେ କହିଛନ୍ତି, 'ହିନ୍ଦୁ ଶବ୍ଦ ମାତୃଭୂମି, ପୂର୍ବଜ ଏବଂ ଭାରତୀୟ ସଂସ୍କୃତି ସହିତ ସମାନ । ଏହା ଅନ୍ୟ ଦୃଷ୍ଟିକୋଣ ପ୍ରତି ଅସମ୍ମାନ ନୁହେଁ । ଆମକୁ ମୁସଲମାନ ସର୍ବୋଚ୍ଚତା ବିଷୟରେ ନୁହେଁ, ବରଂ ଭାରତୀୟ ସର୍ବୋଚ୍ଚତା ବିଷୟରେ ଚିନ୍ତା କରିବାକୁ ପଡିବ । ଭାରତର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତେ ଏକାଠି କାମ କରିବା ଉଚିତ୍ ।"

'ମୁସଲମାନ ନେତାମାନେ ଅନାବଶ୍ୟକ ପ୍ରସଙ୍ଗକୁ ବିରୋଧ କରିବା ଉଚିତ୍'

ମୋହନ ଭାଗବତ କହିଛନ୍ତି, "ଇସଲାମ ଆକ୍ରମଣକାରୀଙ୍କ ସହ ଭାରତ ଆସିଥିଲା । ଏହା ହେଉଛି ଇତିହାସ ଓ ଏହାକୁ ସେହି ଭାବେ ବର୍ଣ୍ଣନା କରିବା ଆବଶ୍ୟକ । ଜ୍ଞାନୀ ମୁସଲମାନ ନେତାମାନେ ଅନାବଶ୍ୟକ ପ୍ରସଙ୍ଗକୁ ବିରୋଧ କରିବା ଉଚିତ ଓ  ଉଗ୍ରବାଦୀ ତଥା ଚରମପନ୍ଥୀଙ୍କ ବିରୋଧରେ ଦୃଢ଼ ଭାବରେ ଠିଆ ହେବା ଉଚିତ୍ । ଆମେ ଯେତେ ଶୀଘ୍ର ଏହା କରିବା, ସମାଜକୁ କମ୍ କ୍ଷତି ହେବ ।"

ଆମ ପାଇଁ ପ୍ରତ୍ୟେକ ଭାରତୀୟ ଜଣେ ହିନ୍ଦୁ: ମୋହନ ଭଗବତ 

ଆରଏସଏସ ମୁଖ୍ୟ କହିଛନ୍ତି ଯେ," ଏକ ସୁପର ପାୱାର ଭାବରେ ଭାରତ କାହାକୁ ଡରାଇବ ନାହିଁ । ରାଷ୍ଟ୍ର ପ୍ରଥମ ତଥା ରାଷ୍ଟ୍ର ସର୍ବୋଚ୍ଚ ସେମିନାରରେ ସେ କହିଛନ୍ତି ଯେ ହିନ୍ଦୁ ଶବ୍ଦ ଆମ ମାତୃଭୂମି, ପୁର୍ବଜ ଏବଂ ସଂସ୍କୃତିର ସମୃଦ୍ଧ ଐତିହ୍ୟ ସହିତ ସମକକ୍ଷ । ଏହି ପ୍ରସଙ୍ଗରେ ଆମ ପାଇଁ ପ୍ରତ୍ୟେକ ଭାରତୀୟ ଜଣେ ହିନ୍ଦୁ, ତାଙ୍କର ଧାର୍ମିକ, ଭାଷାଭିତ୍ତିକ ଏବଂ ଜାତିଗତ ଆଭିମୁଖ୍ୟ ଯାହା ମଧ୍ୟ ହେଉଥାଉ ।" ସେ କହିଛନ୍ତି ଯେ ଭାରତୀୟ ସଂସ୍କୃତି ବିଭିନ୍ନ ଦୃଷ୍ଟିକୋଣକୁ ଗ୍ରହଣ କରେ ଓ ଅନ୍ୟ ଧର୍ମକୁ ସମ୍ମାନ କରେ ।

ଅଧିକ ପଢ଼ନ୍ତୁ:-ଫିକ୍ସଡ୍ ଡିପୋଜିଟ୍ କରିଥିବା ଲୋକଙ୍କ ପାଇଁ ଜରୁରୀ ଖବର, RBI ବଦଳାଇଲା ଏହି ନିୟମ

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ଆସିଲା ଗୁଡ୍ ନ୍ୟୁଜ୍!

ଅଧିକ ପଢ଼ନ୍ତୁ:-ଜାରି ହେଲା ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଚେକ୍ କରନ୍ତୁ ଆପଣଙ୍କ ସହରରେ କ'ଣ ରହିଛି ରେଟ୍

ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନ ପ୍ରସଙ୍ଗରେ ଯେକୌଣସି ପ୍ରକାରର ଚ୍ୟାଲେଞ୍ଜର ମୁକାବିଲା କରିବାକୁ ଋଷ ପାଖରେ ରହିଛି ଏସବୁ ବିକଳ୍ପ