ଆଗାମୀ କିଛି ମାସ ପାଇଁ ଲୋକମାନେ ବଜାରରୁ ସହଜରେ “ଗ୍ଲୋ ଆଣ୍ଡ ଲଭଲି” କିଣିବାକୁ ସକ୍ଷମ ହେବେ । ଭବିଷ୍ୟତରେ କମ୍ପାନୀ ଅନ୍ୟ ପରିବର୍ତ୍ତନ ମଧ୍ୟ କରିପାରେ । ଏହା ସହିତ କମ୍ପାନୀ ପୁରୁଷମାନଙ୍କ ପାଇଁ ଏହାର କ୍ରିମର ନାମକୁ "ଫେୟାର ଆଣ୍ଡ ହ୍ୟାଣ୍ଡସମ" ପରିବର୍ତ୍ତନ କରି "ଗ୍ଲୋ ଆଣ୍ଡ ହ୍ୟାଣ୍ଡସମ" କରିଛି ।
Trending Photos
ନୂଆଦିଲ୍ଲୀ: ହିନ୍ଦୁସ୍ତାନ ୟୁନିଲିଭର ନିଜର ସ୍କିନ୍ କେୟାର ବ୍ରାଣ୍ଡ "ଫେୟାର ଆଣ୍ଡ ଲଭଲି" (Fair & Lovely)ର ନାଁ ପରିବର୍ତ୍ତନ କରି "ଗ୍ଲୋ ଆଣ୍ଡ ଲଭଲି"(Glow & Lovely)ରେ ନାମିତ କରିଛି । କମ୍ପାନୀ ଗୁରୁବାର ଏହାର ସୂଚନା ଦେଇଛି । ବିଶ୍ୱ ଗ୍ରାହକ କମ୍ପାନୀ ୟୁନିଲିଭରର ଭାରତୀୟ ଶାଖା ହିନ୍ଦୁସ୍ତାନ ୟୁନିଲିଭର ଗୁରୁବାର ନିଜ ସ୍କିମ କେୟାର କମ୍ପାନୀକୁ ରିବ୍ରାଣ୍ଡିଂ କରି କ୍ରିମର ନୂତନ ନାମ "ଗ୍ଲୋ ଆଣ୍ଡ ଲଭଲି" ଘୋଷଣା କରିଛି ।
ଆପଣଙ୍କୁ କହି ରଖୁଛୁ ଯେ, ହିନ୍ଦୁସ୍ତାନ ୟୁନିଲିଭର ଏହାର ସ୍କିନ କେୟାର ବ୍ରାଣ୍ଡର ପୁରୁଣା ନାଁ "ଫେୟାର ଆଣ୍ଡ ଲଭଲି" ହେତୁ ତ୍ୱଚାର ରଙ୍ଗକୁ ନେଇ ଭେଦଭାବ କରିବାର ଅଭିଯୋଗର ସମ୍ମୁଖୀନ ହୋଇଛି । ଏଭଳି ପରିସ୍ଥିତିରେ କମ୍ପାନୀ ଶେଷରେ ଏହାର ସ୍କିନ କେୟାର ବ୍ରାଣ୍ଡ ନାମ ବଦଳାଇ ଦେଇଛି । ଏକ ସକରାତ୍ମକ ପଦକ୍ଷେପ ସହିତ ସ୍କିନ କେୟାର ବ୍ରାଣ୍ଡର ନାମ ପରିବର୍ତ୍ତନ କରି ହିନ୍ଦୁସ୍ତାନ ୟୁନିଲିଭର ଏହାର ପରବର୍ତ୍ତୀ ପଦକ୍ଷେପ ଘୋଷଣା କରିଛି ।
ଆଗାମୀ କିଛି ମାସ ପାଇଁ ଲୋକମାନେ ବଜାରରୁ ସହଜରେ “ଗ୍ଲୋ ଆଣ୍ଡ ଲଭଲି” କିଣିବାକୁ ସକ୍ଷମ ହେବେ । ଭବିଷ୍ୟତରେ କମ୍ପାନୀ ଅନ୍ୟ ପରିବର୍ତ୍ତନ ମଧ୍ୟ କରିପାରେ । ଏହା ସହିତ କମ୍ପାନୀ ପୁରୁଷମାନଙ୍କ ପାଇଁ ଏହାର କ୍ରିମର ନାମକୁ "ଫେୟାର ଆଣ୍ଡ ହ୍ୟାଣ୍ଡସମ" ପରିବର୍ତ୍ତନ କରି "ଗ୍ଲୋ ଆଣ୍ଡ ହ୍ୟାଣ୍ଡସମ" କରିଛି ।
ସୂଚନାଯୋଗ୍ୟ ଯେ, କମ୍ପାନୀ ଏହାର ସ୍କିନ୍ କେୟାର ବ୍ରାଣ୍ଡ ନାମକୁ ନେଇ ତ୍ୱଚାର ରଙ୍ଗ ଏବଂ ଗୋରା ରଙ୍ଗର ତ୍ୱଚାକୁ ନେଇ ଦଶନ୍ଧି ଧରି ଷ୍ଟେରିଓଟାଇପ୍ ସୃଷ୍ଟି କରିଥିବା ଅଭିଯୋଗ ହୋଇଛି ।