ସୂଚନାଯୋଗ୍ୟ ଯେ,ଭାରତରେ ଆରୋଗ୍ୟ ସେତୁ(Arogya Setu) ଆପ୍ ଦ୍ରୁତଗତିରେ ଡାଉନଲୋଡ୍ ଓ ଇନଷ୍ଟଲ କରାଯାଉଛି । ଲଞ୍ଚ ହେବାର କିଛି ଦିନ ମଧ୍ୟରେ ଏହି ଆପ୍ ଲକ୍ଷ ଲକ୍ଷ ଥର ଡାଉନଲୋଡ୍ ହୋଇସାରିଛି ।
Trending Photos
ନୂଆଦିଲ୍ଲୀ: ଦେଶରେ ଚାଲିଥିବା କୋରୋନା ସଙ୍କଟ ମଧ୍ୟରେ ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ କର୍ମଚାରୀ ତଥା ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ପାଇଁ ଆରୋଗ୍ୟ ସେତୁ(Arogya Setu) ଆପ୍ ବାଧ୍ୟତାମୂଳକ କରିଛି । ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବୟାନରେ କୁହାଯାଇଛି ଯେ, ଯେକୌଣସି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ପାଖରେ ମେ ୪ରୁ ସେମାନଙ୍କ ମୋବାଇଲରେ ଆରୋଗ୍ୟ ସେତୁ ଆପ୍ ରହିବା ଆବଶ୍ୟକ । ଯଦି କୌଣସି କର୍ମଚାରୀଙ୍କ ପାଖରେ ଆପ୍ ହେବ ନାହିଁ, ତେବେ ଏହାର ଉତ୍ତରଦାୟିତ୍ୱ କମ୍ପାନୀର ମୁଖ୍ୟଙ୍କ ରହିବ । ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଘରୁ କାମ କରୁଥିବା ଲୋକଙ୍କ ପାଇଁ ଏହା ବାଧ୍ୟତାମୂଳକ କରାଯାଇ ନାହିଁ । ଆସନ୍ତା କିଛି ସପ୍ତାହ ମଧ୍ୟରେ କେନ୍ଦ୍ର ସରକାର ୩୦ କୋଟି ଆପ୍ ଡାଉନଲୋଡ୍ କରିବାକୁ ମଧ୍ୟ ଲକ୍ଷ୍ୟ ରଖିଛନ୍ତି ।
ସୂଚନାଯୋଗ୍ୟ ଯେ,ଭାରତରେ ଆରୋଗ୍ୟ ସେତୁ(Arogya Setu) ଆପ୍ ଦ୍ରୁତଗତିରେ ଡାଉନଲୋଡ୍ ଓ ଇନଷ୍ଟଲ କରାଯାଉଛି । ଲଞ୍ଚ ହେବାର କିଛି ଦିନ ମଧ୍ୟରେ ଏହି ଆପ୍ ଲକ୍ଷ ଲକ୍ଷ ଥର ଡାଉନଲୋଡ୍ ହୋଇସାରିଛି । ବର୍ତ୍ତମାନ ସର୍ବଶେଷ ସୂଚନା ଅନୁଯାୟୀ, ଆରୋଗ୍ୟ ସେତୁ ଆପ୍ ୭.୫ କୋଟି (75 ମିଲିୟନ) ଥର ଡାଉନଲୋଡ୍ କରାଯାଇଛି । ଆରୋଗ୍ୟ ସେତୁ ଆପ୍ ଏପ୍ରିଲ ୨ରେ ଲଞ୍ଚ କରାଯାଇଥିଲା । ସେବେଠାରୁ ଦ୍ରୁତ ଗତିରେ ଏହାର ଡାଉନଲୋଡ ବୃଦ୍ଧି ପାଉଛି । ଅନ୍ୟପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆରୋଗ୍ୟ ସେତୁ ଆପକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି ଯେ, ସରକାରକୁ ଭୟର ଫାଇଦା ଉଠାଇବା ଉଚିତ୍ ନୁହେଁ ।