Advertisement
Article Detail0/zeeodisha/odisha698896
Zee OdishaOdisha National-Internationalଦିଲ୍ଲୀରେ ଏବେ ହୋମ୍ କ୍ୱାରେଣ୍ଟାଇନ୍ ହୋଇପାରିବେ କୋରୋନା ପଜିଟିଭ

ଦିଲ୍ଲୀରେ ଏବେ ହୋମ୍ କ୍ୱାରେଣ୍ଟାଇନ୍ ହୋଇପାରିବେ କୋରୋନା ପଜିଟିଭ

ବାସ୍ତବରେ ବିଗତ ଦିନରେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ କୋରୋନା ଭାଇରସ ପଜିଟିଭ ରୋଗୀଙ୍କୁ ଘର କ୍ୱାରେଣ୍ଟାଇନ ରହିବାକୁ ବାରଣ କରିଥିଲେ । ପ୍ରଥମ ୫ ଦିନ ପାଇଁ ଦିଲ୍ଲୀରେ କୋରୋନା ସଂକ୍ରମିତ ରୋଗୀଙ୍କୁ ବାଧ୍ୟତାମୂଳକ ଆନୁଷ୍ଠାନିକ କ୍ୱାରେଣ୍ଟାଇନ୍ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସେ । ତେବେ ବର୍ତ୍ତମାନ ଉପରାଜ୍ୟପାଳ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛନ୍ତି ।

ଦିଲ୍ଲୀରେ ଏବେ ହୋମ୍ କ୍ୱାରେଣ୍ଟାଇନ୍ ହୋଇପାରିବେ କୋରୋନା ପଜିଟିଭ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ଭୂତାଣୁ ବୃଦ୍ଧି ପାଇବାରେ ଲାଗିଛି । ପ୍ରତିଦିନ ହଜାର ହଜାର କୋରୋନା ଭୂତାଣୁ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ସେପଟେ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ବା ଉପରାଜ୍ୟପାଳ  ଅନିଲ ବୈଜଲ ୫ ଦିନ ପାଇଁ ଅନୁଷ୍ଠାନିକ କ୍ୱାରେଣ୍ଟାଇନ୍ ରହିବାର ନିଷ୍ପତ୍ତିକୁ ପ୍ରତ୍ୟାହାର କରି ନେଇଛନ୍ତି ।

ବାସ୍ତବରେ ବିଗତ ଦିନରେ ଦିଲ୍ଲୀର ଉପରାଜ୍ୟପାଳ ଅନିଲ ବୈଜଲ କୋରୋନା ଭାଇରସ ପଜିଟିଭ ରୋଗୀଙ୍କୁ ଘର କ୍ୱାରେଣ୍ଟାଇନ ରହିବାକୁ ବାରଣ କରିଥିଲେ । ପ୍ରଥମ ୫ ଦିନ ପାଇଁ ଦିଲ୍ଲୀରେ କୋରୋନା ସଂକ୍ରମିତ ରୋଗୀଙ୍କୁ ବାଧ୍ୟତାମୂଳକ ଆନୁଷ୍ଠାନିକ କ୍ୱାରେଣ୍ଟାଇନ୍ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ସେ । ତେବେ ବର୍ତ୍ତମାନ ଉପରାଜ୍ୟପାଳ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରି ନେଇଛନ୍ତି ।

ଏହି ପ୍ରସଙ୍ଗରେ ଦିଲ୍ଲୀର ଡେପୁଟି ସିଏମ୍ ମନୀଷ ସିସୋଡିଆ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କୁ କହିଛନ୍ତି ଯେ ହୋମ୍ ଆଇସୋଲେଶନ ଶେଷ କରିବାରୁ ସମସ୍ୟା ସୃଷ୍ଟି ହେବ । ସେ କହିଛନ୍ତି ଯେ, ସରକାରୀ ଡାକ୍ତରଖାନା ଓ ଅନ୍ୟାନ୍ୟ ସରକାରୀ ବ୍ୟବସ୍ଥାରେ ବର୍ତ୍ତମାନ କେବଳ ୬ ହଜାର ଶଯ୍ୟା ଉପଲବ୍ଧ ରହିଛି । ବର୍ତ୍ତମାନ ୧୦ ହଜାର ଲୋକ ଦିଲ୍ଲୀରେ ଘରେ ଆଇସୋଲେଶନ ରହୁଛନ୍ତି । ଏବେ ପ୍ରଶ୍ନ ହେଉଛି ସେମାନଙ୍କୁ କେଉଁଠାରେ ରଖାଯିବ ।

Add Zee News as a Preferred Source
About the Author