ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶନିବାର
Advertisement

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶନିବାର

Horoscope of January 16: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶନିବାର

Horoscope of January 16: ମେଷ- ହସ ଖୁସିର ଦିନ ଅତିବାହିତ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ପ୍ରତିଯୋଗିତା ମନୋଭାବ ନେଇ କାର୍ଯ୍ୟ କରିବେ । ବ୍ୟବସାୟରେ ଅଭିବୃଦ୍ଧି ହେବ । ସନ୍ତାନଙ୍କ କାର୍ଯ୍ୟ କଳାପ ଆପଣଙ୍କୁ ଖୁସି ପ୍ରଦାନ କରିବ ।  

ଅଧିକ ପଢ଼ନ୍ତୁ:-ସର୍ଭେ: ଦେଶର ବେଷ୍ଟ ସିଏମ କ୍ଷେତ୍ରରେ ନବୀନଙ୍କ ବାଜିମାତ୍, ଜାଣନ୍ତୁ ସବୁଠାରୁ ଖରାପ ମୁଖ୍ୟମନ୍ତ୍ରୀ କିଏ?

ବୃଷ- ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ଅଶାନ୍ତିର କାରଣ ହେବ । ସନ୍ତାନଙ୍କ ପଢାପଢି ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । କୋର୍ଟ  କଚେରୀ ସମ୍ପର୍କିତ ରାୟ ଆପଣଙ୍କ ବିପକ୍ଷରେ ଯିବ ।  

ମିଥୁନ- ଘାତ ଚନ୍ଦ୍ର ଭୋଗ ହେତୁ ମାନସିକ ଅବସାଦ ଦେଖାଦେବ । କର୍ମ କ୍ଷେତ୍ରରେ କର୍ମ ଚାପ ବଢିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ପାରିବାରିକ ଜୀବନରେ ବୁଝାମଣାର ଅଭାବ ପରିଲକ୍ଷିତ ହେବ । 

ଅଧିକ ପଢ଼ନ୍ତୁ:-ନିଜ ସରକାରକୁ ହିଁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ, କହିଲେ-ରାଜ୍ୟରେ ଦୁର୍ନୀତିର ଗୁଡ଼ି ବହୁତ ଉଚ୍ଚରେ ଉଡୁଛି 

କର୍କଟ- ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ । ବ୍ୟବସାୟରେ ଲାଭବାନ ହେବେ । ପରିବାରରେ ହସଖୁସିର ଲହରୀ ଲାଗି ରହିବ । ପଡୋଶୀଙ୍କ ସହ ସମ୍ପର୍କ ସୁଦୃଢ ହେବ ।  

ସିଂହ- ଶରୀର ଅସୁସ୍ଥ ରହିବ । ଚିଡିଚିଡା ସ୍ୱଭାବର ହେବେ । ପାରିବାରିକ ଅଶାନ୍ତି ଦେଖାଦେବ । ବ୍ୟବସାୟ ସ୍ୱଳ୍ପଲାଭ ଯୁକ୍ତ ହେବ । ସନ୍ତାନଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ରହିବେ ।  

କନ୍ୟା- ଦିନଟି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିରେ ବିଳମ୍ବ ହେବ । ଅବସର ସମୟର ସଦଉପଯୋଗ କରିବେ । ପାରିବାରିକ ବିଶୃଙ୍ଖଳା ଦେଖାଦେବ ।  

ଅଧିକ ପଢ଼ନ୍ତୁ:-ଗାଦି ଛାଡିବା ପୂର୍ବରୁ ଚୀନକୁ ଆଉ ଏକ ବଡ଼ ଝଟକା ଦେଲେ ଟ୍ରମ୍ପ

ତୁଳା- ପାରିବାରିକ ସୁଖସମ୍ମାନ ଲାଭ କରିବେ । ସେବା ପୂଜା ପ୍ରତି ମନ ବଳିବ । ମନ ପ୍ରସନ୍ନ ରହିବ । କାର୍ଯ୍ୟାଳୟରେ ଅଧିକ ଉର୍ତ୍ସଗୀକୃତ ହୋଇ କାର୍ଯ୍ୟ କରିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ । ମାଲି ମୋକଦ୍ଦମାରେ ବିଜୟୀ ହେବେ ।

ବିଛା- ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଳିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭଜନକ ହେବ । ସନ୍ତାନଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟି ପ୍ରକାଶ କରିବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦୂରଯାତ୍ରା ସଫଳ ହେବ ।

ଧନୁ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ ।

ଅଧିକ ପଢ଼ନ୍ତୁ:-ମୁକେଶ ଅମ୍ବାନୀଙ୍କୁ ହିଁ କୋଟି କୋଟି ଟଙ୍କାର ଚୂନା ଲଗାଇଲେ ଏହି ବ୍ୟକ୍ତି  

ମକର- ଅସୁସ୍ଥତାରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ ସ୍ଥିତି ଅନୁକୂଳ ରହିବ । ବନ୍ଧୁ ସୂତ୍ରରୁ ଲାଭବାନ ହେବେ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭମୟ ଅଟେ ।  

କୁମ୍ଭ- ଶରୀର ସୁସ୍ଥ ରହିବ । ପ୍ରତିଟି କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ଆର୍ଥିକ ଅଭିବୃଦ୍ଧି ଘଟିବ । କାର୍ଯ୍ୟାଳୟରେ ଅଧ୍ୟସ୍ତନ କର୍ମଚାରୀଙ୍କ ଦ୍ୱାରା ସମ୍ମାନ ପାଇବେ । ଅପରାହ୍ନରେ ବନ୍ଧୁ ମିଳନର ଯୋଗ ରହୁଛି ।  

ମୀନ- ଶାରୀରିକ କ୍ଲେଶ ବୃଦ୍ଧିପାଇବ । ମାନସିକ ଅବସାଦ ଦେଖାଦେବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଘାତ ଚନ୍ଦ୍ର ଭୋଗ ହେତୁ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଗାଡିମଟର ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।