ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର
Advertisement

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

Horoscope of October 22: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହି ଶୁକ୍ରବାର...

ପ୍ରତୀକାତ୍ମକ ଫଟୋ

Horoscope of October 22: ମେଷ- ଅସୁସ୍ଥତା ଦେଖାଦେବ । ମନ ଭାରାକ୍ରାନ୍ତ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀମାନେ ପାଠପଢା ପ୍ରତି ଅବହେଳା ପ୍ରଦର୍ଶନ କରିବେ ।

ବୃଷ- ଦାୟିତ୍ୱବାନ୍ ହେବେ । କର୍ମ ଚଞ୍ଚଳ ରହିବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ସୁସମ୍ବାଦ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ମିଥୁନ- ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିବେ । ଦେହ ଓ ମନ ଭଲ ରହିବ । କାର୍ଯ୍ୟାଳୟର ପରିବେଶ ଅନୁକୂଳ ରହିବ । ପରିବାରରେ ବୁଝାମଣା ଭଲ ରହିବ । ନୂତନ ବ୍ୟବସାୟ ପାଇଁ ଇଚ୍ଛା ପ୍ରକଟ କରିବେ ।

କର୍କଟ- ପ୍ରତ୍ୟେକ କାର୍ଯ୍ୟରେ ନିଜର ପ୍ରାଧାନ୍ୟତା ଜାହିର କରିବେ । ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ କାର୍ଯ୍ୟକୁ ସରଳ କରିଦେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବିବାହ ଆଦି ଶୁଭକାର୍ଯ୍ୟରେ ଯୋଗ ଦେବେ ।

ସିଂହ- ମନୋବଳ ଦୃଢ ରହିବ । କର୍ତ୍ତବ୍ୟ ନିଷ୍ଠ ହେବେ । ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବେ । କର୍ମ କ୍ଷେତ୍ର ସହଜ ସରଳ ବୋଧଗମ୍ୟ ହେବ । ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ । ଛାତ୍ରଛାତ୍ରୀମାନେ ପଠନ ପ୍ରିୟ ହେବେ ।

କନ୍ୟା- ପରାମର୍ଶ ନେଇ କାର୍ଯ୍ୟ  କରନ୍ତୁ । କୃତକାର୍ଯ୍ୟ ହେବେ । କର୍ମ କ୍ଷେତ୍ର ସହଜ,ସରଳ ଓ ଆନନ୍ଦଦାୟକ ହେବ । ଆୟ ଅବ୍ୟାହତ ରହିବ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ ।

ତୁଳା-ଦିନଟି ଆପଣଙ୍କ ପାଇଁ କର୍ମଚଞ୍ଚଳ ଭରା ରହିବ । ଦେହ ଆରୋଗ୍ୟ ରହିବ ଓ ମନ ଭଲ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ । ପାରିବାରିକ ଜୀବନ ସୁଖ ସମୃଦ୍ଧି ଭରା ହେବ । ବ୍ୟବସାୟରେ ଆଶିଂକ ସଫଳତା ପ୍ରାପ୍ତି ହେବ ।

ବିଛା- ଅସୁସ୍ଥତା ଦେଖାଦେବ । ମନ ଭାରାକ୍ରାନ୍ତ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀମାନେ ପାଠପଢା ପ୍ରତି ଅବହେଳା ପ୍ରଦର୍ଶନ କରିବେ ।

ଧନୁ- ଶାରୀରିକ କ୍ଲେଶ ଦେଖାଦେବ । ଚିଡିଚିଡା ସ୍ୱଭାବର ହେବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ବିଦ୍ୟାର୍ଥୀମାନେ ପଢାପଢିରେ ଭଲ କରିବେ ।

ମକର-  ଜୀବନ ଆନନ୍ଦମୟ ହେବ । ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ । ଅବସର ସମୟର ସଦ୍‌ଉପଯୋଗ କରିବେ । ଅପରାହ୍ନରେ ଦୂରଯାତ୍ରା କରିବେ । ପାରିବାରିକ ଜୀବନ ସମୃଦ୍ଧ ହେବ ।

କୁମ୍ଭ- ମନ ପ୍ରସନ୍ନ ରହିବ । ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବେ । ସନ୍ତାନଙ୍କ ପଢାପଢିରେ ଅଧିକ ଖର୍ଚ୍ଚ କରିବେ । ପରିବାରରେ ବୁଝାମଣା ଭଲ ରହିବ ।

ମୀନ-ନାନା ବାଧା ବିଘ୍ନର ସାମ୍ନା କରିବେ । ବାଦ ବିବାଦ ଦେଖାଦେବ । ଆଇନ୍ ଅଦାଲତର ଦ୍ୱାରସ୍ଥ ହେବେ । ପାରିବାରିକ ସୁଖଶାନ୍ତି ବାଧାପ୍ରାପ୍ତି ହେବ । ଖର୍ଚ୍ଚାନ୍ତ ହେବେ ।

ଏହା ବି ପଢ଼ନ୍ତୁ:-ଏହି ୫ଟି କାରଣରୁ ଆର୍ୟନଙ୍କୁ ମିଳିନାହିଁ ଜାମିନ

ଏହା ବି ପଢ଼ନ୍ତୁ:-LIC ସମସ୍ତ ପଲିସି ଧାରକଙ୍କ ପାଇଁ ଜାରି କରିଛି ଜରୁରୀ ସୂଚନା, ଜାଣି ନିଅନ୍ତୁ ନଚେତ ହୋଇପାରେ ବଡ଼ ଅସୁବିଧା

ଏହା ବି ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍: କୋରୋନା ଭ୍ୟାକ୍ସିନ ମାମଲାରେ ଇତିହାସ ରଚିଲା ଭାରତ

ଏହା ବି ପଢ଼ନ୍ତୁ:-ପ୍ରଥମ ଥର ପାଇଁ ଭାରତକୁ ନେଇ ଏହି ବଡ଼ ଦାବି କଲା ତାଲିବାନ