Advertisement
Article Detail0/zeeodisha/odisha2668954
Zee OdishaOdisha National-InternationalDDU ଜଙ୍କସନରେ କିପରି ୨ ଖଣ୍ଡ ହେଲା ନନ୍ଦନକାନନ ଏକ୍ସପ୍ରେସ, ଜାଣନ୍ତୁ...

DDU ଜଙ୍କସନରେ କିପରି ୨ ଖଣ୍ଡ ହେଲା ନନ୍ଦନକାନନ ଏକ୍ସପ୍ରେସ, ଜାଣନ୍ତୁ...

Nandan Kanan Express: ନନ୍ଦନକାନନ ଏକ୍ସପ୍ରେସ ଟ୍ରେନର ଅଧା ଅଂଶ ପଣ୍ଡିତ DDU ଜଙ୍କସନର ୭ ନମ୍ବର ପ୍ଲାଟଫର୍ମରେ ରହିଥିଲା ଏବଂ ଅନ୍ୟ ଅନ୍ୟ ଅଧା ଅଂଶ ୮ ନମ୍ବର ପ୍ଲାଟଫର୍ମରେ ରହିଥିଲା । ଆନନ୍ଦ ବିହାରରୁ ପୁରୀ ଯାଉଥିବା ନନ୍ଦନ କାନନ ଏକ୍ସପ୍ରେସ୍ ସୋମବାର ରାତି ପ୍ରାୟ ୯ଟା ସମୟରେ ଡିଡିୟୁ ଜଙ୍କସନ ଛାଡ଼ି ଆଗକୁ ବଢ଼ିଥିଲା। ଟ୍ରେନରେ ଥିବା ଯାତ୍ରୀଙ୍କ କହିବା ଅନୁସାରେ, ଟ୍ରେନଟି ପ୍ରାୟ ୧୫ ମିନିଟ୍ ଚାଲିବା ପରେ ଏକ ଝଟକା ମାରିଥିଲା ଫଳରେ ଟ୍ରେନଟି ଦୁଇଟି ଭାଗରେ ବିଭକ୍ତ ହୋଇଯାଇଥିଲା । 

DDU ଜଙ୍କସନରେ କିପରି ୨ ଖଣ୍ଡ ହେଲା ନନ୍ଦନକାନନ ଏକ୍ସପ୍ରେସ, ଜାଣନ୍ତୁ...

Nandan Kanan Express: ଆନନ୍ଦ ବିହାରରୁ ପୁରୀ ଯାଉଥିବା ୧୨୮୧୬ ନନ୍ଦନ କାନନ ଏକ୍ସପ୍ରେସ୍ ଦୁଇ ଭାଗରେ ବିଭକ୍ତ ହୋଇଯାଇଛି । ଉତ୍ତର ପ୍ରଦେଶର ଚନ୍ଦୌଲିର ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜଙ୍କସନ (DDU)ର ରେଳବାଇ ୟାର୍ଡରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି। ପ୍ରାଥମିକ ସୂଚନା ଅନୁଯାୟୀ ଯେଉଁ ରିପୋର୍ଟ ମିଳିଛି ସେଥିରୁ ଜଣାପଡିଛି ଯେ, କପଲିଂ ଭାଙ୍ଗିଯିବା କାରଣରୁ ଏପରି ଘଟଣା ଘଟିଛି।

ରେଳବାଇ ୟାର୍ଡରେ ଘଟିଥିବା ଏହି ଘଟଣା କାରଣରୁ ଉକ୍ତ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଅନ୍ୟପକ୍ଷରେ, ଏହି ସୂଚନା ମିଳିବା ମାତ୍ରେ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ରେଳ ଡିଭିଜନର ଅଧିକାରୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ରେଳ ବିଭାଗ ପକ୍ଷରୁ ନନ୍ଦନକାନନ ଏକ୍ସପ୍ରେସର ଉଭୟ ଅଂଶକୁ ପୃଥକ ଭାବରେ DDU ଜଙ୍କସନକୁ ଫେରାଇ ଅଣାଯାଇଥିଲା। ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଯାଞ୍ଚ କରିଥିଲେ । ଏହା ପରେ, ଟ୍ରେନର ଉଭୟ ଅଂଶକୁ ପୁନଃସଂଯୋଗ କରାଯାଇଥିଲା ଏବଂ ଟ୍ରେନକୁ ଆଗକୁ ବଢିଥିଲା । ଏପରି ତୃଟି ପାଇଁ ଟ୍ରେନ୍ ଟି ପ୍ରାୟ ୩ ଘଣ୍ଟା ପର୍ଯ୍ୟନ୍ତ ଜଙ୍କସନରେ ଅଟକି ରହିଥିଲା।

ଆପଣଙ୍କୁ ସୂଚନା ଦେବାକୁ ଚାହୁଁ ଯେ, ନନ୍ଦନକାନନ ଏକ୍ସପ୍ରେସ ଟ୍ରେନର ଅଧା ଅଂଶ ପଣ୍ଡିତ DDU ଜଙ୍କସନର ୭ ନମ୍ବର ପ୍ଲାଟଫର୍ମରେ ରହିଥିଲା ଏବଂ ଅନ୍ୟ ଅନ୍ୟ ଅଧା ଅଂଶ ୮ ନମ୍ବର ପ୍ଲାଟଫର୍ମରେ ରହିଥିଲା । ଆନନ୍ଦ ବିହାରରୁ ପୁରୀ ଯାଉଥିବା ନନ୍ଦନ କାନନ ଏକ୍ସପ୍ରେସ୍ ସୋମବାର ରାତି ପ୍ରାୟ ୯ଟା ସମୟରେ ଡିଡିୟୁ ଜଙ୍କସନ ଛାଡ଼ି ଆଗକୁ ବଢ଼ିଥିଲା। ଟ୍ରେନରେ ଥିବା ଯାତ୍ରୀଙ୍କ କହିବା ଅନୁସାରେ, ଟ୍ରେନଟି ପ୍ରାୟ ୧୫ ମିନିଟ୍ ଚାଲିବା ପରେ ଏକ ଝଟକା ମାରିଥିଲା ଫଳରେ ଟ୍ରେନଟି ଦୁଇଟି ଭାଗରେ ବିଭକ୍ତ ହୋଇଯାଇଥିଲା । ଟ୍ରେନ୍‌ଟି ସ୍ଲିପର୍ କୋଚ୍ S5 ଏବଂ S4 ମଧ୍ୟରେ କିଛି ତୃଟି ହେବା କାରଣରୁ ଦୁଇଟି ବଗି ଅଲଗା ହୋଇଯାଇଥିଲା । ଟ୍ରେନ୍ ଟି ଦୁଇଟି ଭାଗ ହୋଇଯିବା ମାତ୍ରେ ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଆଶ୍ୱସ୍ତିର କଥା ଏହା ଯେ, ଟ୍ରେନ୍‌ର ଗତି ଅଧିକ ନଥିଲା ତେଣୁ କୌଣସି ବଡ଼ ଦୁର୍ଘଟଣା ଘଟିନାହିଁ।

Add Zee News as a Preferred Source

ଅନ୍ୟପକ୍ଷରେ, ରେଳ ବିଭାଗ ଅଧିକାରୀମାନେ ଏହି ଘଟଣା ସମ୍ପର୍କରେ ଜାଣିବା ପରେ ତୁରନ୍ତ ଆଉ ଏକ ଇଞ୍ଜିନ ପଠାଇଥିଲେ । ଟ୍ରେନର ଉଭୟ ଅଂଶକୁ ପଣ୍ଡିତ ଦୀନ ଦୟାଲ ଉପାଧ୍ୟାୟ ଜଙ୍କସନର ପ୍ଲାଟଫର୍ମ ନମ୍ବର ୭ ଏବଂ ୮ କୁ ପୃଥକ ଭାବରେ ଫେରାଇ ଅଣାଯାଇଥିଲା। ଏହା ପରେ ଦୁଇ ଭାଗରେ ବିଭକ୍ତ ହୋଇଥିବା ଟ୍ରେନକୁ ପୁନର୍ବାର ଯୋଡାଯାଇଥିଲା । ଏହି ସମୟ ମଧ୍ୟରେ ନନ୍ଦନକାନନ ଏକ୍ସପ୍ରେସ୍ ପ୍ରାୟ ୩ ଘଣ୍ଟା ଡିଡିୟୁ ଜଙ୍କସନରେ ଠିଆ ହୋଇଥିଲା।

Also Read- SSMB29: ଖୁସି ଖବର, ଓଡ଼ିଶାରେ ସୁଟିଂ ହେବ ମହେଶ ବାବୁଙ୍କ ସିନେମା !

Also Read- Budh Gochar 2025: ୭ ମଇ ପର୍ଯ୍ୟନ୍ତ ମୀନ ରାଶିରେ ରହିବେ ବୁଧ, ଜାଣନ୍ତୁ ପଡିବ କିପରି ପ୍ରଭାବ

About the Author