• ୯୮ ବର୍ଷ ବୟସରେ MDH ମସଲା ମାଲିକ ମହାଶୟ ଧର୍ମପାଲ ଗୁଲାଟିଙ୍କ ମୃତ୍ୟୁ । ଦିଲ୍ଲୀର ଏକ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ସୂଚନା ॥
  • ଧର୍ମପାଲଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତଙ୍କ ଶୋକ ପ୍ରକାଶ ॥
  • ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲଙ୍କ ମଧ୍ୟ ଶୋକ ପ୍ରକାଶ
  • ପରୀ ହତ୍ୟା ମାମଲାରେ CBI ତଦନ୍ତ ଓ ମନ୍ତ୍ରୀ ଅରୁଣ ସାହୁଙ୍କ ବହିଷ୍କାର ଦାବି କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ।
  • ପରୀକୁ ନ୍ୟାୟ ଦେବାକୁ କଂଗ୍ରେସ ଚାହେଁନି । ଡିସେମ୍ବର ୧୫ରୁ ପ୍ରତି ବ୍ଲକରେ ପଦଯାତ୍ରା କରିବ ବିଜେପି : ପ୍ରତାପ ଷଡ଼ଙ୍ଗୀ ॥
  • ରାଜ୍ୟରେ ବିଗତ ୨୪ ଘଣ୍ଟା ମଧ୍ୟରେ ୫ ଜଣଙ୍କ ମୃତ୍ୟୁ । ମୃତ୍ୟୁ ସଂଖ୍ୟା ୧୭୫୫ ଛୁଇଁଲା ।
  • ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୪୩୪ କୋରୋନା ସଂକ୍ରମିତ ଚିହ୍ନଟ ॥

ମାଛ ଜାଲରେ ପଶିଲା ବିଶାଳ ଅଜଗର; ଆାକାର ଦେଖି ଉଡିଯିବ ହୋସ

ଭାଇରାଲ ଭିଡଓରେ ଏହାର ଆକାର ଖୁବ ବିଶାଳକାୟ ରହିଥିଲା ।

ମାଛ ଜାଲରେ ପଶିଲା ବିଶାଳ ଅଜଗର; ଆାକାର ଦେଖି ଉଡିଯିବ ହୋସ

ନୂଆଦିଲ୍ଲୀ: ନିକଟରେ ଏକ ବିଶାଳକାୟ ଆନାକୋଣ୍ଡ (Anaconda)ଭିଡିଓ ସାମ୍ନାକୁ ଆସିବା ପରେ ଏହା ସୋସିଆଲ ମିଡିଆରେ (Social Media)ଖୁବ ଭାଇରାଲ ହୋଇଥିଲା। ଏହି  ଚଳଚ୍ଚିତ୍ରରେ ଦୃଶ୍ୟମାନ ହୋଇଥିବା ସାପ ଭଳି ଦେଖାଯାଉଥିଲା। ଭାଇରାଲ ଭିଡଓରେ ଏହାର ଆକାର ଖୁବ ବିଶାଳକାୟ ରହିଥିଲା ।

ଏହି ସାପ ପ୍ରଥମେ ପ୍ଲାଷ୍ଟିକ ଡ୍ରମ ପରେ ପାଣିକାଦୁଅରେ ଫସି ଯାଇଥିଲା। ପ୍ରାୟ ୨ ବର୍ଷ ପୂର୍ବେ ଇଣ୍ଟରେନଟରେ ଉପଲବ୍ଧ ହୋଇଥିବା ଭିଡିଓ (Viral Video)ଏତେ ମାତ୍ରାରେ ଭାଇରାଲ ହୋଇଥିଲା ଯେ ଚ୍ୱିଟରରେ (Twitter)ଏହାକୁ ୧୦ ଲକ୍ଷରୁ ଅଧିକ ଥର ଦେଖାଯାଇଥିଲା। ତଥ୍ୟ ଯାଞ୍ଚ କରୁଥିବା ଏକ ସ୍ନୁପ୍ସ ୱେବସାଇଟ (Snopes Website)ଅନୁସାରେ ଭାଇରାଲ ହୋଇଥିବା ଭିଡିଓରେ ପ୍ରଦର୍ଶିତ ହୋଇଥିବା ପ୍ରକୃତ ପକ୍ଷେ ଏତେ ବିଶାଳକାୟ ନୁହେଁ।

 

ଏହି ଭିଡିଓକୁ ଏଡିଟିଂ କରାଯାଇ ସୋସିଆଲ ମିଡିଆରେ ଭାଇରାଲ କରାଯାଇଛି। ଯେତେବେଳେ ଆପଣ ଏହି ପ୍ରକୃତ ଭିଡିଓକୁ ଦେଖିବେ ସେତେବେଳେ ନିଜେ ବୁଝିବେ ଯେ  ଏଥିରେ ଦର୍ଶାଯାଇଥିବା ସାପ ନିଶ୍ଚିତ ଭାବେ କିଛି ବଡ ହେଲେ ଏହି ସାପର ଭିଡିଓକୁ ଏଡିଟିଂ କରି ଦର୍ଶାଯାଇଛି। ପରି, ଯଦିଓ ଏହା ଆନାକୋଣ୍ଡା ଚଳଚ୍ଚିତ୍ର (Anaconda Film) ଭଳି ଭୟଙ୍କର ନୁହେଁ। ଭିଡିଓରେ ଦେଖାଯାଇଥିବା ବଡ ନୀଳ ଡ୍ରମ୍ ମଧ୍ୟ ଏକ ଛୋଟ ପାଇପ୍। 

ଏହା ପ୍ରଥମ ଥର ନୁହେଁ ଯେ ସାପର ଏକ ଭିଡିଓକୁ ଏହିପରି ବ୍ୟବହାର କରାଯାଇଛି। ଏହା ପୂର୍ବରୁ ଛୋଟ ସାପକୁ ମଧ୍ୟ ଏଡିଟିଂ ମାଧ୍ୟମରେ ବିଶାଳକାୟ ବୋଲି ଦର୍ଶାଯାଇଏହାକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା। ଏହି ଆନାକୋଣ୍ଡାର ଲମ୍ବ ୫୦ ଫୁଟ ବୋଲି ଏକ  ମିଥ୍ୟା ଦାବି କରାଯାଇଥିଲା।