ବଲିଉଡ଼ କଳାକାର ରବିନା ଟଣ୍ଡନ, ସୋନମ୍ କପୁର ଏବଂ ସ୍ୱରା ଭାସ୍କର ଭିଡିଓକୁ ସେୟାର କରିବା ସହ ଏହି ବୃଦ୍ଧ ଦମ୍ପତିକୁ ସାହାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ଦିଲ୍ଲୀର କାନ୍ତା ପ୍ରସାଦ ଓ ବାଦାମୀ ଦେବୀଙ୍କ ବୟସ ୮୦ ଛୁଇଁଲାଣି ।
Trending Photos
)
ନୂଆଦିଲ୍ଲୀ: ସୋସିଆଲ ମିଡିଆ (Social Media) ରେ ଭାଇରାଲ ପରେ ଦିଲ୍ଲୀର ମାଲବ୍ୟ ନଗର (Malviya Nagar) ରେ ବାବା ଢାବା (Baba Dhaba) ରେ ଅସମ୍ଭାଳ ଭିଡ ସୃଷ୍ଟି ହୋଇଛି । ବାବାଙ୍କ ମଟର ପନିର ଖାଇବାକୁ ଦିଲ୍ଲୀର ବିଭିନ୍ନ ସ୍ଥାନରୁ ଲୋକ ଧାଇଁ ଆସୁଛନ୍ତି । ଏମିତିକି ବଲିଉଡ଼ରୁ ବି ବାବାଙ୍କ ପାଇଁ ସହାୟତାର ହାତ ବଢାଇଛନ୍ତି କିଛି କଳାକାର ।
ଗତକାଲି ବସୁନ୍ଧରା ତନଖା ଶର୍ମା (Vasundhara Tankha Sharma) ନାମକ ଟ୍ୱିଟର ହ୍ୟାଣ୍ଡେଲ (Twitter Handle) ରୁ ଏହି ଢାବାର ଭିଡିଓ ଅପଲୋଡ କରାଯାଇଥିଲା । ଯେଉଁଥିରେ ଜଣେ ବୃଦ୍ଧ କୋରୋନା ସମୟରେ ବେପାର ନହେବାରୁ କାନ୍ଦୁଥିବାର ନଜର ଆସିଥିଲେ । ପରେ ଭିଡିଓକୁ ଅଧିକରୁ ଅଧିକ ଲୋକ ସେୟାର ଫଳରେ ଭିଡିଓଟି ଭାଇରାଲ ହୋଇଥିଲା ।

ବଲିଉଡ଼ କଳାକାର ରବିନା ଟଣ୍ଡନ, ସୋନମ୍ କପୁର ଏବଂ ସ୍ୱରା ଭାସ୍କର ଭିଡିଓକୁ ସେୟାର କରିବା ସହ ଏହି ବୃଦ୍ଧ ଦମ୍ପତିକୁ ସାହାର୍ଯ୍ୟ କରିବା ପାଇଁ ଅନୁରୋଧ କରିଥିଲେ । ଦିଲ୍ଲୀର କାନ୍ତା ପ୍ରସାଦ ଓ ବାଦାମୀ ଦେବୀଙ୍କ ବୟସ ୮୦ ଛୁଇଁଲାଣି । ଅନେକ ବର୍ଷରୁ ଦୁହେଁ ଏହି ଛୋଟିଆ ଢାବାକୁ ଚଳାଉଛନ୍ତି । ବାବାଙ୍କର ମଧ୍ୟ ଗୋଟିଏ ପୁଅ ଓ ଝିଅ ଅଛନ୍ତି ହେଲେ କେହି ସାହାର୍ଯ୍ୟ କରନ୍ତି ନାହିଁ ।
ଫଳରେ ଢାବାର ସମସ୍ତ କାମ ବାବା ନିଜେ କରନ୍ତି । ଆଇପିଲ୍ ଦିଲ୍ଲୀ କ୍ୟାପିଟାଲର ଆର ଅଶ୍ୱିନୀ ମଧ୍ୟ ଏହି ଭିଡିଓକୁ ସେୟାର କରି ଜନ ସାଧାରଣକୁ ଅନୁରୋଧ କରି କହିଛନ୍ତି 'ଚାଲ ଆମେ ସମସ୍ତେ ଏହି ବୃଦ୍ଧଙ୍କ ଦୁଖର ଲୁହକୁ ଖୁସିର ଲୁହ କରିଦେବା । ବର୍ତ୍ତମାନ କୋରନା ସମୟରେ ବେପାର ହେଉନି କିନ୍ତୁ ଦିଲ୍ଲୀର ଲୋକ ନିଶ୍ଚିତ ସାହାଯ୍ୟ କରିବେ ବୋଲି ଆଶା । ଆଉ ଏବେ ବାବାଙ୍କ ଢ଼ାବାରେ ଲାଗୁଛି ଜବରଦସ୍ତ ଭିଡ଼ ।