କୋରୋନାକୁ ମଶାଣି ଡର! ଘୋଡାର ଅନ୍ତିମ ଯାତ୍ରାରେ ସାମିଲ ହେଲେ ଶତାଧିକ ଲୋକ
Advertisement

କୋରୋନାକୁ ମଶାଣି ଡର! ଘୋଡାର ଅନ୍ତିମ ଯାତ୍ରାରେ ସାମିଲ ହେଲେ ଶତାଧିକ ଲୋକ

ରବିବାର ଶହ ଶହ ଲୋକ କର୍ଣ୍ଣାଟକର ବେଲାଗାଭିରେ ଘୋଡାକୁ ସମାଧି ଦେବା ପାଇଁ ଏକାଠି ହୋଇଥିଲେ। ସେହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମାରାଡିମଠ ଅଞ୍ଚଳରେ ଘଟିଥିବା ଘୋଡାଟିର ଅନ୍ତିମ ସଂସ୍କାର କରାଯାଇଥିଲା।  ସ୍ଥାନୀୟ ଅଞ୍ଚଳରେ ସେହି ମୃତ ଘୋଡାକୁ ଗ୍ରାମ ଦେବତା ଭାବେ ପୂଜା କରାଯାଉଥିଲା।

 ସୌ- ସୋସିଆଲ ମିଡିିଆ

ବେଙ୍ଗାଲୁରୁ: ଦେଶରେ ହୁ ହୁ ହୋଇ ମହାମାରୀ ବ୍ୟାପିବାରେ ଲାଗିଥିବା ବେଳେ ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ ହେଉଛି। ରବିବାର ଶହ ଶହ ଲୋକ କର୍ଣ୍ଣାଟକର ବେଲାଗାଭିରେ ଘୋଡାକୁ ସମାଧି ଦେବା ପାଇଁ ଏକାଠି ହୋଇଥିଲେ। ସେହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ମାରାଡିମଠ ଅଞ୍ଚଳରେ ଘଟିଥିବା ଘୋଡାଟିର ଅନ୍ତିମ ସଂସ୍କାର କରାଯାଇଥିଲା।  ସ୍ଥାନୀୟ ଅଞ୍ଚଳରେ ସେହି ମୃତ ଘୋଡାକୁ ଗ୍ରାମ ଦେବତା ଭାବେ ପୂଜା କରାଯାଉଥିଲା।

କୋରୋନା ନିୟମ ଭାଙ୍ଗି ଘୋଡାର ଅନ୍ତିମ ସଂସ୍କାର (Horse last rites) ଘଟଣାକୁ ନେଇ କର୍ଣ୍ଣାଟକ ଗୃହମନ୍ତ୍ରୀ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ଏହି ଘଟଣାର ତଦନ୍ତ କରିବ ଏବଂ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ବର୍ତ୍ତମାନ ସୁଦ୍ଧା ପ୍ରଶାସନ କଣ ପଦକ୍ଷେପ ନେଇଛି ତାହାର ସୂଚନା ମିଳିନାହିଁ। କିନ୍ତୁ ଏହା ସ୍ପଷ୍ଟ ଯେ, କୋରୋନା ନିୟମକୁ ଉଲ୍ଲଙ୍ଘନ କରି ଶହ ଶହ ଗ୍ରାମବାସୀ ଘୋଡା଼ର ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ।

Also Read: Allopathyକୁ ନେଇ ବିବାଦୀୟ ବୟାନ; କେନ୍ଦ୍ର ମନ୍ତ୍ରୀଙ୍କ କଥା ରଖିଲେ ରାମଦେବ

ମେ ୨୧ରେ କର୍ଣ୍ଣାଟକ (Karnatak) ସରକାର ଲକଡାଉନକୁ ଜୁନ୍ ୭ ପର୍ଯ୍ୟନ୍ତବୃଦ୍ଧି କରିବାକୁ ଘୋଷଣା କରିଥିଲେ। ବିଶେଷଜ୍ଞଙ୍କ ପରାମର୍ଶ ଅନୁସାରେ ଲକଡାଉନ (Lockdown)କୁ ମେ ୨୪ରୁ ଜୁନ୍ ୪ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛୁ ବୋଲି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ  B S Yediyurappa କହିଛନ୍ତି। ସର୍ବସାଧାରଣ ସ୍ଥାନରେ ମାସ୍କ ପିନ୍ଧିବା, ସର୍ବସାଧାରଣ ସ୍ଥାନରେ ସ୍ୱଚ୍ଛତା ଏବଂ ସାମାଜିକ ଦୂରତା ବଜାୟ ରଖିବା ପାଇଁ ମୁଁ ଲୋକଙ୍କୁ ଅନୁରୋଧ କରୁଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

 

କର୍ଣ୍ଣାଟକରେ ମେ ୨୩ରେ କୋରୋନା (Coronavirus)ର ପ୍ରାୟ ୨୬ ହଜାର ନୂତନ ମାମଲା ଚିହ୍ନଟ ହୋଇଥିଲା। ରାଜ୍ୟରେ ୬୨୬ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ରବିବାର ଦିନ ରିପୋର୍ଟ ହୋଇଥିବା ମାମଲା ମଧ୍ୟରୁ ୭ ହଜାରରୁ ଊର୍ଦ୍ଧ୍ୱ ବେଙ୍ଗାଲୁରୁ (Bengaluru) ସହରାଞ୍ଚଳରୁ ଆସିଥିବାରୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।