ନୂଆ ମହାମରୀର ସଙ୍କେତ; ଗଙ୍ଗାରେ ଭାସୁଛି ଶତାଧିକ ସନ୍ଦିଗ୍ଧ କୋରୋନା ମୃତଦେହ!
Advertisement

ନୂଆ ମହାମରୀର ସଙ୍କେତ; ଗଙ୍ଗାରେ ଭାସୁଛି ଶତାଧିକ ସନ୍ଦିଗ୍ଧ କୋରୋନା ମୃତଦେହ!


କିଛି ଦିନ ତଳେ ଉତ୍ତର ପ୍ରଦେଶ ହାମିରପୁରରେ ଜମୁନା ନଦୀକୂଳରୁ ୧୦ରୁ ଊର୍ଦ୍ଧ୍ୱ ମୃତଦେହ ଠାବ କରାଯାଇଥିଲା। ଏହି ଘଟଣାକୁ ସପ୍ତାହେ ନପୁରୁଣୁ ଗଙ୍ଗା ନଦୀରେ ଠିକ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ରବିବାର ବିହାରର ବକ୍ସର ଜିଲ୍ଲା ମୁକ୍ତିଧାମ ଘାଟରେ ଶତାଧିକ ମୃତଦେହ ଭାସୁଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। 

ଡିଜାଇନ ଫଟୋ

ପାଟନା: କୋରୋନାର ଆତଙ୍କ ବେଳେ ବିହାରରୁ ସାମନାକୁ ଆସିଛି ଏକ ଲୋମ ଟାଙ୍କୁରା ଦୃଶ୍ୟ। ଜମୁନା ପରେ ଗଙ୍ଗାରେ ଭାସୁଛି କୁଢ କୁଢ ମୃତଦେହ। ବକ୍ସର ଜିଲ୍ଲାର ମୁକ୍ତିଧାମ ଘାଟରେ ଶତାଧିକ ମୃତଦେହ ଲାଗିଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ତେବେ ଏହା କେଉଁଠୁ ଏବଂ କିପରି ଆସିଲା ତାହା ସ୍ପଷ୍ଟ ଭାବରେ ଜଣାପଡନାହିଁ। କିନ୍ତୁ କୋରୋନାରେ ଦେହାନ୍ତ ପରେ ମୃତଦେହକୁ ଗଙ୍ଗାରେ ପ୍ରବାହିତ କରାଯାଇଥିବା ସନ୍ଦେହ କରାଯାଉଛି। 

କିଛି ଦିନ ତଳେ ଉତ୍ତର ପ୍ରଦେଶ ହାମିରପୁରରେ ଜମୁନା ନଦୀକୂଳରୁ ୧୦ରୁ ଊର୍ଦ୍ଧ୍ୱ ମୃତଦେହ ଠାବ କରାଯାଇଥିଲା। ଏହି ଘଟଣାକୁ ସପ୍ତାହେ ନପୁରୁଣୁ ଗଙ୍ଗା ନଦୀରେ ଠିକ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। ରବିବାର ବିହାରର ବକ୍ସର ଜିଲ୍ଲା ମୁକ୍ତିଧାମ ଘାଟରେ ଶତାଧିକ ମୃତଦେହ ଭାସୁଥିବା ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି। କିଛି ମୃତଦେହ ଭାସି ଆସି କୂଳରେ ଲାଗିଥିଲା। ଆଉ ସେଗୁଡିକୁ କୁକୁର, ଶାଗୁଣା, କାଉ ଖାଉଥିଲା। ଯାହାର ଦୃଶ୍ୟ ଅତି ବିଭତ୍ସ ଥିଲା ବୋଲି ଲୋକେ କୁହନ୍ତି।

Also Read: ଯମୁନା ନଦୀରେ ଭାସୁଛି ୧୦ରୁ ଊର୍ଦ୍ଧ୍ୱ ମୃତଦେହ, କାରଣ ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ଏତେ ସଂଖ୍ୟକ ମୃତଦେହ କିପରି ଆସିଲା ଓ ତାକୁ କିଏ ପ୍ରବାହିତ କରିଛି ତାହା ବର୍ତ୍ତମାନ ଅସ୍ପଷ୍ଟ ଅଛି। ବକ୍ସର ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣା
ସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି। କିନ୍ତୁ ମୃତଦେହକୁ କଣ କରାଯିବ ସେ ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ଏହା ସହ ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି। ସେପଟେ ମୃତଦେହ ଗୁଡିକ କୋରୋନା ରୋଗୀଙ୍କର ହୋଇଥିବା ସନ୍ଦେହରେ ଗଙ୍ଗା ନଦୀକୂଳିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ପୂର୍ବାପେକ୍ଷା କୋରୋନା କାଳରେ ଅଧିକ ଲୋକଙ୍କ ମୃତ୍ୟୁ ହେଉଛି। ଫଳରେ ଶବ ସତ୍କାର କରୁଥିବା ଲୋକଙ୍କ ଡିମାଣ୍ଡ ବଢିଛି। ପୂର୍ବରୁ କର୍ମକାଣ୍ଡ ପାଇଁ ଯେତିକି ଟଙ୍କା ଖର୍ଚ୍ଚ ହେଉଥିଲା ତାହାର ୩-୪ ଗୁଣ ଟଙ୍କା ଏବେ ବିଭିନ୍ନ ଘାଟରେ ମାଗୁଛନ୍ତି। ତେଣୁ ଗରିବ ଲୋକ ଟଙ୍କା ଦେଇନପାରି ନିଜ ପରିଜନଙ୍କ ମୃତଦେହକୁ ଜଳ ସମାଧି ଦେଉଛି। ଆଉ ଉପର ମୁଣ୍ଡରେ ପ୍ରବାହିତ ମୃତଦେହ ଆସି ତଳିଆ ଅଞ୍ଚଳରେ ଲାଗୁଛି।

Also Read: Red Zoneରେ ୨୬ ଜିଲ୍ଲା: ପଞ୍ଚମ ଦିନରେ ବି ୧୦୦୦୦ ଟପିଲା କୋରୋନା ମାମଲା

NGTର ନିୟମାନୁସାରେ ନଦୀରେ ମୃତଦେହ ପ୍ରବାହ କରିବା ବେଆଇନ। ମୃତଦେହ ନଦୀରେ ପଚି-ସଢିବା ଫଳରେ ଜଳ ପ୍ରଦୂଷଣ ହୁଏ। ଆଉ ଏତେ ସଂଖ୍ୟକ ମୃତଦେହ ନଦୀରେ ଏକା ସହ ପଚିଲେ ଜଳରେ ଅନେକ ମାରାତ୍ମକ ବ୍ୟାକ୍ଟେରିଆ ଜନ୍ମ ନେବେ ଓ ପାଣିକୁ ବିଶାକ୍ତ କରିଦେବେ। ଆଉ ଯେଉଁମାନେ ଏହାକୁ ବ୍ୟବହାର କରିବେ ସେମାନେ ନାନା ରୋଗରେ ଆକ୍ରାନ୍ତ ହେବେ। ଯଦି ଏହା କୋରୋନା ଆକ୍ରାନ୍ତଙ୍କ ମୃତଦେହ ହୋଇଥାଏ ଏବଂ ପାଣିରେ କୋରୋନା ବ୍ୟାପେ ତେବେ ସ୍ଥିତି ସାଙ୍ଘାତିକ ହେବ ବୋଲି ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି।