ଲକ୍ଷ୍ନୌ: ଅଯୋଧ୍ୟାରେ କରସେବକଙ୍କ ଉପରେ ଗୁଳି ଚଳାଇବାକୁ ଆଦେଶ ନଦେଇ ନିଜକୁ ଗର୍ବିତ ମନେ କରୁଛି। ଏପରି ବିବୃ୍ତ୍ତି ଦେଇଛନ୍ତି ସେତେବେଳେର ତତ୍କାଳୀନ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ରାଜସ୍ଥାନର ପୂର୍ବତନ ରାଜ୍ୟପାଳ କଲ୍ୟାଣ ସିଂହ। ଧର୍ମ ନଗରୀ ଅଯୋଧ୍ୟାର ରାମ ଜନ୍ମଭୂମି ପରିସରରେ ଥିବା ବାବ୍ରି ମସଜିଦକୁ ୧୯୯୨ ମସିହାରେ କରସେବକଙ୍କ ଉପସ୍ଥିତି ଭଙ୍ଗା ଯାଇଥିଲା।     


COMMERCIAL BREAK
SCROLL TO CONTINUE READING

୧୯୯୧ ମସିହା ଜୁନ ୨୪ ତାରିଖରୁ ୧୯୯୨ ଡିସେମ୍ବର ୬ ପର୍ଯ୍ୟନ୍ତ ପ୍ରଥମ ଦଫାରେ ଏବଂ ୧୯୯୭ ସେପ୍ଟମ୍ବର ୨୧ ତାରିଖରୁ ୧୯୯୯ ଡିସେମ୍ବର ୧୧ ପର୍ଯ୍ୟନ୍ତ ଏପରି ଭାବେ ଦୁଇ ଥର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଛନ୍ତି କଲ୍ୟାଣ ସିଂହ। ଏହା ପରେ ରାଜସ୍ଥାନର ରାଜ୍ୟପାଳ ଭାବେ ୨୦୧୪ ସେପ୍ଟମ୍ବର ୪ ତାରିଖରୁ ୮ ସେପ୍ଟମ୍ବର ୨୦୧୯ ପର୍ଯ୍ୟନ୍ତ ରାଜସ୍ଥାନର ରାଜ୍ୟପାଲ ଦାୟିତ୍ୱ ଗ୍ରହଣ କରିଥିଲେ।    


ବାବ୍ରି ମସଜିଦ ଭଙ୍ଗା ଘଟଣାରେ ମତ ରଖି ସେ କହିଛନ୍ତି, "୧୯୯୨ ମସିହରେ ଯେତେବେଳେ ମୁଁ ମୁଖ୍ୟମନ୍ତ୍ରୀ ଥିଲି, ସେତେବେଳେ ମୁଁ ନିର୍ଦ୍ଦେଶ ଦେଇଥିଲି ଯେ ଅଯୋଧ୍ୟାରେ ଏକାଠି ହୋଇଥିବା କରସେବକଙ୍କ ଉପରେ ଗୁଳି ଚଳାଯିବ ନାହିଁ। ଅଯୋଧ୍ୟା ଜିଲ୍ଲା ପ୍ରଶାସନ ମୋତେ ଚିଠି ଲେଖି ଜଣାଇଥିଲା ଯେ, ୪ ବାଟାଲିୟନ କେନ୍ଦ୍ରୀୟ ବାହିନୀ ସାକେତ କଲେଜ ନିକଟରେ ଅଟକି ରହିଛି, ଯେଉଁଠାରେ କରସେବକ ଏକାଠି ହୋଇଥିଲା। "


"ଅଯୋଧ୍ୟାରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ମୁଁ ଏହା ପରେ ଲିଖିତ ଭାବରେ ନିର୍ଦ୍ଦେଶ ଦେଇଥିଲି, ୩ ଲକ୍ଷ କର ସେବକଙ୍କ ଉପରକୁ ଗୁଳି ଚଳାଇବା ଉଚିତ ନୁହେଁ ଏବଂ ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ ଉପାୟ ବାବଦରେ ଚିନ୍ତା କରିବା ଦରକାର । ମୁଁ ଏହି ନିଷ୍ପତ୍ତି ନେଇଥିଲି କାରଣ ଗୁଳି ଚଳାଇବା ଦ୍ୱାରା ସେଠାରେ ଉପସ୍ଥିତି ଥିବା ଅନେକ କରସେବକ ନିଜର ପ୍ରାଣବଳୀ ଦେଇଥିଲେ। ଯେହେତୁ ସମଗ୍ର ଦେଶରୁ ଲୋକ ଆସି ଅଯୋଧ୍ୟାରେ ପହଞ୍ଚିଥିଲେ, ଯଦି ତାଙ୍କ ଉପରକୁ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆ ଯାଇଥାନ୍ତା, ତାହେଲେ ଏହା ଦ୍ୱାରା ଦେଶରେ ଅଶାନ୍ତି ସୃଷ୍ଟି ହୋଇଥାନ୍ତା । ମୁଁ ଗର୍ବିତ ଯେ ସେହି ସମୟ ମଧ୍ୟରେ କୌଣସି କରସେବକଙ୍କ ମୃତ୍ୟୁ ହୋଇନଥିଲା । " 


କଲ୍ୟାଣ ସିଂ ଆହୁରି କହିଛନ୍ତି, ମୋର କୌଣସି ଦୁଃଖ ନାହିଁ, କାରଣ ପ୍ରଭୁ ରାମଙ୍କ ଉଦ୍ଦେଶ୍ୟରେ ରାଜ୍ୟ ସରକାର ବାହାରିଛନ୍ତି ଏବଂ ମୋର ତାଙ୍କ ଉପରେ ବିଶ୍ୱାସ ରହିଛି । ଦୀର୍ଘ ୫୦୦ ବର୍ଷର ସଂଗ୍ରାମ ଫଳରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବାକୁ ଯାଉଛି ।     


ଅଯୋଧ୍ୟାରେ ରାମ ମନ୍ଦିର ଲାଗି ଭୂମି ପୂଜନ ଚଳିତ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଅନୁଷ୍ଠିତ ହେବାକୁ ଯାଉଛି। ଏହା ମୋ ପାଇଁ ଗର୍ବ ଏବଂ ଖୁସିର ବିଷୟ। ୧୫୨୮ ମସିହାରେ ବିଦେଶୀ ଆକ୍ରମଣକାରୀ ବାବରଙ୍କ ସେନାପତି  ମୀର ବାକି ରାମ ମନ୍ଦିରକୁ ଭାଙ୍ଗିବା ସହ ଅଯୋଧ୍ୟାରେ ବାବ୍ରି ମସଜିଦ ନିର୍ମାଣ କରିଥିଲା । ଏହା ଆଧ୍ୟାତ୍ମିକ ଉଦ୍ଦେଶ୍ୟରେ ନୁହେଁ ବରଂ ହିନ୍ଦୁଙ୍କୁ ଅପମାନିତ କରିବା ପାଇଁ ତିଆରି କରାଯାଇଥିଲା। ଦୀର୍ଘ ୫୦୦ ବର୍ଷର ସଂଘର୍ଷ ଫଳରେ ପରେ ଅଯୋଧ୍ୟାରେ ମନ୍ଦିର ନିର୍ମାଣ ହେବାକୁ ଯାଉଛି ବୋଲି କହିଛନ୍ତି ସେ ।