ଟଳିଲା ବିପଦ, ଶ୍ରୀନଗର-ବାରମୂଳା ରାଜରାସ୍ତାରୁ ଆଇଇଡି ଜବତ
Advertisement

ଟଳିଲା ବିପଦ, ଶ୍ରୀନଗର-ବାରମୂଳା ରାଜରାସ୍ତାରୁ ଆଇଇଡି ଜବତ

ଶ୍ରୀନଗର-ବାରମୂଳା ରାଜରାସ୍ତାରୁ ଆଇଇଡି ଜବତ କରାଯାଇଛି।

ଟଳିଲା ବିପଦ, ଶ୍ରୀନଗର-ବାରମୂଳା ରାଜରାସ୍ତାରୁ ଆଇଇଡି ଜବତ

ଶ୍ରୀନଗର: ପୁଣି ଥରେ କାଶ୍ମୀର ଘାଟିରେ ପୁଲୱାମା ଷ୍ଟାଇଲରେ ହୋଇଥିବା ଆକ୍ରମଣର ପୁନରାବୃ୍ତ୍ତି କରିବାକୁ ଉଦ୍ୟମ ହୋଇଛି। ଏହି କ୍ରମରେ ଶ୍ରୀନଗର-ବାରମୂଳା ରାଜରାସ୍ତାରୁ ମଙ୍ଗଳବାର(ଅଗଷ୍ଟ ୪, ୨୦୨୦) ଇମ୍ପ୍ରୋଭାଇସଡ୍ ଏକ୍ସପ୍ଲୋସିଭ ଡିଭାଇସ-ଆଇଇଡି(Improvised Explosive Device-IED) ଜବତ କରାଯାଇଛି। ଯାହାକୁ ବାରମୂଳା ଜିଲ୍ଲାର ପାଟନସ୍ଥିତ ଥାପର ଗ୍ରାମରେ ଠାବ କରାଯିବା ସହ ନିଷ୍କ୍ରିୟ କରି ଦିଆଯାଇଛି। ଜବତ ହୋଇଥିବା ଆଇଇଡିକୁ ସମ୍ଭବତଃ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିବା ଲାଗି ବ୍ୟବହାର କରାଯାଇଥାନ୍ତା।       

ଏନେଇ ମତ ରଖି ଜଣେ ପୋଲିସ ଅଧିକାରୀ କହିଛନ୍ତି ୨୯ ରାଷ୍ଟ୍ରୀୟ ରାଇଫଲ୍ସ( 29 Rastriya Rifles)ପକ୍ଷରୁ ରୁଟିନ ପାଟ୍ରୋଲିଂ(Routine Patrolling) ଚାଲିଥିବା ବେଳେ ଥାପର ଗ୍ରାମରେ ଥିବା ଏକ ଛୋଟ ପୋଲ ତଳୁ ଏହି ଆଇଇଡି ଜବତ କରାଯାଇଥିଲା। ଯାହାକୁ ଭାରତୀୟ ସେନାର ବୋମା ନିଷ୍କ୍ରିୟକାରୀ ଦଳ ପକ୍ଷରୁ ନିଷ୍କ୍ରିୟ କରାଯାଇଛି। ରୋଡ ଓପନିଂ ପାର୍ଟି ପକ୍ଷରୁ ଏହାକୁ ସ୍ଥାନୀୟ ଅଞ୍ଚଳର ଏକ ପେଟ୍ରୋଲ ପମ୍ପ ନିକଟରୁ ଜବତ କରାଯାଇଥିଲା।           

ଅନ୍ୟପଟେ ମଙ୍ଗଳବାର ସକାଳେ ପୁଞ୍ଜ ଜିଲ୍ଲାର କ୍ରୀଷ୍ଣା ଘାଟି ସେକ୍ଟରରେ ପାକିସ୍ତାନ ପଟୁ ଅସ୍ତ୍ରବିରତି ଉଲଂଘନ କରାଯାଇଛି। ପାକିସ୍ତାନୀ ସେନା ଛୋଟ ଅସ୍ତ୍ର ସାହାର୍ଯ୍ୟରେ ଭାରତୀୟ ଅଞ୍ଚଳକୁ ଟାର୍ଗେଟ କରି ଗୁଳିମାଡ କରିଥିଲେ ।