Advertisement
Article Detail0/zeeodisha/odisha696140
Zee OdishaOdisha National-Internationalସୁଶାନ୍ତ ସିଂ ରାଜପୁତଙ୍କ ଶବର ଫଟୋ ସେୟାର୍ କଲେ କାର୍ଯ୍ୟାନୁଷ୍ଠାନ, ମହାରାଷ୍ଟ୍ର ପୋଲିସର ଚେତାବନୀ

ସୁଶାନ୍ତ ସିଂ ରାଜପୁତଙ୍କ ଶବର ଫଟୋ ସେୟାର୍ କଲେ କାର୍ଯ୍ୟାନୁଷ୍ଠାନ, ମହାରାଷ୍ଟ୍ର ପୋଲିସର ଚେତାବନୀ

ଫ୍ୟାନଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଜଗତ ଏବେ ସୁଶାନ୍ତଙ୍କୁ ଝୁରୁଛି । ଅଳ୍ପ ବୟସରେ ଫ୍ୟାନଙ୍କୁ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି । କେଉଁ କାରଣରୁ ସେ ସୁଇସାଇଡ କଲେ, ଉତ୍ତର କାହା ପାଖରେ ନାହିଁ ।

ଫାଇଲ ଫଟୋ
ଫାଇଲ ଫଟୋ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ନେଇ ଅନେକ ପ୍ରଶ୍ନ । ଫ୍ୟାନଙ୍କ ଠାରୁ ଆରମ୍ଭ କରି ଫିଲ୍ମ ଜଗତ ଏବେ ସୁଶାନ୍ତଙ୍କୁ ଝୁରୁଛି । ଅଳ୍ପ ବୟସରେ ଫ୍ୟାନଙ୍କୁ ସେ ଗୋଟିଏ ପରେ ଗୋଟିଏ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି । କେଉଁ କାରଣରୁ ସେ ସୁଇସାଇଡ କଲେ, ଉତ୍ତର କାହା ପାଖରେ ନାହିଁ । ଆତ୍ମହତ୍ୟା ନା ହତ୍ୟା ? ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ପୋଲିସ ଘଟଣାର ତଦନ୍ତ କରୁଛି । 

ଏଭଳି ସ୍ଥଳେ ସାଇବର ପୋଲିସଙ୍କୁ ଚିନ୍ତାରେ ପକାଇଛି ସୁଶାନ୍ତଙ୍କ ଭାଇରାଲ୍ ଶବ ଫୋଟୋ । ସୁଶାନ୍ତ ମୁମ୍ବାଇର ବାନ୍ଦ୍ରାସ୍ଥିତ ନିଜ ଘରେ ଫାଶୀ ଲଗାଇ ରବିବାର ଆତ୍ମହତ୍ୟା କରିଛନ୍ତି ।  ଏବେ କିନ୍ତୁ ସେହି ଫଟୋ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେଉଛି । ଫୋଟୋରେ ସୁଶାନ୍ତ କଳା ରଙ୍ଗର ଟି-ସାର୍ଟ ପିନ୍ଧିଛନ୍ତି । ତାଙ୍କ ବେକରେ ରକ୍ତ ଦାଗ ମଧ୍ୟ ରହିଛି । ଏଭଳି ଫୋଟୋ ଦେଖି ମହାରାଷ୍ଟ୍ର ସାଇବର ପୋଲିସ୍ ଉଦବେଗ ପ୍ରକାଶ କରିଛନ୍ତି । ଫୋଟୋ ଅଦାଲତର ନିର୍ଦ୍ଦେଶ ଅବମାନନା କରୁଥିବା ଦର୍ଶାଇଛି ପୋଲିସ୍  । 

fallback

Add Zee News as a Preferred Source

ମହାରାଷ୍ଟ୍ର ସାଇବର ପୋଲିସ କହିଛି ଯେ, ବର୍ତ୍ତମାନର ଯୁଗ ହେଉଛି ଡିଜିଟାଲ ମିଡିଆର ଯୁଗ । ତଥ୍ୟ ହେଉକି ଫଟୋ ପୋଷ୍ଟ କରିବା ସମୟରେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । କାରଣ ଏହା ସାଧାରଣ ଜନତାଙ୍କ ମାନସିକ ସ୍ଥିତି ଉପରେ ଗଭୀର ପ୍ରଭାବ ପକାଇଥାଏ । ସମାଜକୁ ଭୁଲ୍ ବାର୍ତ୍ତା ଯାଇଥାଏ । ତେଣୁ ପୋଷ୍ଟ କରିବା ପୂର୍ବରୁ ସତର୍କ ହେବା ଆବଶ୍ୟକ ।  ନିୟମ ନମାନିଲେ ପୋଷ୍ଟ କରୁଥିବା ବ୍ୟକ୍ତିଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବ ମହାରାଷ୍ଟ୍ର ପୋଲିସ୍ । ତଦନ୍ତ ସମୟରେ ସୁଶାନ୍ତଙ୍କ ବାସ ଭବନରୁ କୌଣସି ସୁଇସାଇଡାଲ୍ ନୋଟ୍ ମିଳିନାହିଁ । କୌଣସି ସନ୍ଦେହଜନକ ସାମଗ୍ରୀ ଏପର୍ଯ୍ୟନ୍ତ ମିଳି ନ ଥିବା ପୋଲିସ କହିଛି ।

About the Author