Advertisement
Article Detail0/zeeodisha/odisha669214
Zee OdishaOdisha National-Internationalଯଦି IPL ହେବ ରଦ୍ଦ, ତେବେ BCCIକୁ ହେବ ଏତେ ଟଙ୍କାର କ୍ଷତି

ଯଦି IPL ହେବ ରଦ୍ଦ, ତେବେ BCCIକୁ ହେବ ଏତେ ଟଙ୍କାର କ୍ଷତି

ବିସିସିଆଇକୁ ହେବାର ଥିବା କ୍ଷତି ପରିମାଣରେ ଫ୍ରାଞ୍ଚାଇଜ୍ ରାଜସ୍ୱ, ଗେଟମୋନି, ପ୍ଲେୟାର ଫି, ପ୍ରାୟୋଜକ, ପ୍ରସାରଣ ଏବଂ ମିଡିଆ ଅଧିକାର, ଭ୍ରମଣ କୋଷ୍ଟ ଓ ହୋଷ୍ଟିଂ ଏବଂ ବନ୍ଦୋବସ୍ତ କରିବା ସାମିଲ ରହିଛି ।

ଯଦି IPL ହେବ ରଦ୍ଦ, ତେବେ BCCIକୁ ହେବ ଏତେ ଟଙ୍କାର କ୍ଷତି

ନୂଆଦିଲ୍ଲୀ: ବର୍ତ୍ତମାନ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL)ର ୧୩ତମ ସଂସ୍କରଣକୁ ସ୍ଥଗିତ କରିଦେଇଛି । ତେବେ ଏଥିପାଇଁ ବୋର୍ଡକୁ ଏକ ମୋଟା ଅଙ୍କର କ୍ଷତି ହୋଇପାରେ । ବାସ୍ତବରେ ଏହି ପରିମାଣ ଅଳ୍ପ ଧରଣର ହେବ ନାହିଁ, ବରଂ ବହୁତ ମୋଟା ଅଙ୍କର କ୍ଷତି ହେବ । ବିସିସିଆଇ କିପରି ଏହି କ୍ଷତିପୂରଣ ଦେବ, ତାହା ଏବେ ଦେଖିବାକୁ ରହିଯାଇଛି ।

ବିସିସିଆଇକୁ ହେବାର ଥିବା କ୍ଷତି ପରିମାଣରେ ଫ୍ରାଞ୍ଚାଇଜ୍ ରାଜସ୍ୱ, ଗେଟମୋନି, ପ୍ଲେୟାର ଫି, ପ୍ରାୟୋଜକ, ପ୍ରସାରଣ ଏବଂ ମିଡିଆ ଅଧିକାର, ଭ୍ରମଣ କୋଷ୍ଟ ଓ ହୋଷ୍ଟିଂ ଏବଂ ବନ୍ଦୋବସ୍ତ କରିବା ସାମିଲ ରହିଛି । ମୂଳ କାର୍ଯ୍ୟସୂଚୀ ଅନୁଯାୟୀ, ଆଇପିଏଲ୍ ମାର୍ଚ୍ଚ ୨୯ରୁ ଆରମ୍ଭ ହୋଇ ଏପ୍ରିଲ ୧୫ ପର୍ଯ୍ୟନ୍ତ ଜାରି ରଖିବାକୁ ସ୍ଥିର ହୋଇଥିଲା । କିନ୍ତୁ ବର୍ତ୍ତମାନ ଏହାର ଆୟୋଜନ ହିଁ ସମ୍ପୂର୍ଣ୍ଣ ରୂପେ ବନ୍ଦ ହେବାର ଆଶଙ୍କା ଦେଖାଦେଇଛି ।

ତେବେ କୋରୋନା ଭାଇରସ୍ ମହାମାରୀ ଯୋଗୁଁ କେବଳ ଆଇପିଏଲ୍ ନୁହେଁ, ୨୦୨୦ ଟୋକିଓ ଅଲିମ୍ପିକ୍, ୱିମ୍ବଲଡନ୍, ଫ୍ରେଞ୍ଚ ଓପନ୍, ଫର୍ମୁଲା ୱାନ୍ ଏବଂ NBA ପ୍ରତିଯୋଗିତା ମଧ୍ୟ ସ୍ଥଗିତ ରଖାଯାଇଛି । ଗୁରୁବାର ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆଇପିଏଲ୍ ସ୍ଥଗିତ ରଖିବାକୁ ବିସିସିଆଇ ଘୋଷଣା କରିଛି। କହିଛନ୍ତି ଯେ ଯେତେବେଳେ ସୁରକ୍ଷା ଦୃଷ୍ଟିରୁ ସବୁ ସୁରକ୍ଷିତ ହେବ, ସେତେବେଳେ ଟୁର୍ନାମେଣ୍ଟ ଆୟୋଜନ ହେବ ।

Add Zee News as a Preferred Source
About the Author