ସର୍ଭେ: ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତ ବିଜେପିକୁ ମିଳିବ କେତେ ଆସନ? ପିଏମ ମୋଦିଙ୍କ ଲୋକପ୍ରିୟତା ବଢ଼ିଛି ନା କମିଛି, ଜାଣନ୍ତୁ ସବୁକିଛି
Advertisement

ସର୍ଭେ: ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତ ବିଜେପିକୁ ମିଳିବ କେତେ ଆସନ? ପିଏମ ମୋଦିଙ୍କ ଲୋକପ୍ରିୟତା ବଢ଼ିଛି ନା କମିଛି, ଜାଣନ୍ତୁ ସବୁକିଛି

ଯଦି ଆଜି ଦେଶରେ ଲୋକସଭା ନିର୍ବାଚନ (Lok Sabha Elections) ଅନୁଷ୍ଠିତ ହୁଏ, ତେବେ ମୋଟ ୫୪୩ଟି ଆସନ ମଧ୍ୟରୁ ୨୯୬ଟି ଆସନ ବିଜେପି (BJP) ନେତୃତ୍ୱାଧୀନ ଏନଡିଏ (NDA) ଖାତାରେ ଆସିବ । 

ସର୍ଭେ: ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତ ବିଜେପିକୁ ମିଳିବ କେତେ ଆସନ? ପିଏମ ମୋଦିଙ୍କ ଲୋକପ୍ରିୟତା ବଢ଼ିଛି ନା କମିଛି, ଜାଣନ୍ତୁ ସବୁକିଛି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଏବଂ ମଣିପୁର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇସାରିଛି । କେଉଁ ରାଜ୍ୟରେ କେଉଁ ସରକାର ଆସିବେ ସେନେଇ ବିଭିନ୍ନ ଏଜେନ୍ସି ନିଜସ୍ୱ ସର୍ଭେ କରୁଛନ୍ତି । ଏହି କ୍ରମରେ ଇଣ୍ଡିଆ ଟୁଡେ ମୁଡ୍ ଅଫ୍ ଦି ନେସନ୍ ମଧ୍ୟ ନିଜର ସର୍ଭେ ଆଣିଛି, ଯାହା ଇଣ୍ଡିଆ ଟୁଡେ ଓ ସି ଭୋଟର ମିଳିତ ଭାବେ କରିଛି । ଏହି ସର୍ଭେରେ କୁହାଯାଇଛି ଯେ ଯଦି ଲୋକସଭା ନିର୍ବାଚନ (Lok Sabha Elections) ଅନୁଷ୍ଠିତ ହୁଏ, ତେବେ କେଉଁ ଦଳ କେତେ ଆସନ ପାଇବ? ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିବ କି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ଲୋକପ୍ରିୟତା ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି କି, ଯେଉଁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି ସେହି ରାଜ୍ୟରେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଙ୍କ ଲୋକପ୍ରିୟତା କିପରି ରହିଛି? ଆସନ୍ତୁ ଜାଣିବା ସର୍ଭେରେ ସାମ୍ନାକୁ ଆସିଥିବା ଆକଳନ...

ଯଦି ଆଜି ଦେଶରେ ଲୋକସଭା ନିର୍ବାଚନ (Lok Sabha Elections) ଅନୁଷ୍ଠିତ ହୁଏ, ତେବେ ମୋଟ ୫୪୩ଟି ଆସନ ମଧ୍ୟରୁ ୨୯୬ଟି ଆସନ ବିଜେପି (BJP) ନେତୃତ୍ୱାଧୀନ ଏନଡିଏ (NDA) ଖାତାରେ ଆସିବ । କଂଗ୍ରେସ (Congress) ନେତୃତ୍ୱାଧୀନ ୟୁପିଏ (UPA) ୧୨୬ଟି ଆସନ ପାଇବ ବୋଲି ଆକଳନ କରାଯାଇଛି । ଅନ୍ୟପଟେ ଅନ୍ୟମାନଙ୍କୁ ୧୨୦ଟି ଆସନ ମିଳୁଥିବାର ଜଣାପଡିଛି । ଦଳ ହିସାବରେ ଦେଖିବା ତ ବିଜେପି ଦେଶର ସବୁଠୁ ବଡ଼ ଦଳ ଭାବରେ ଉଭା ହେଉଛି । ଯଦି ଆଜି ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ବିଜେପି ନିଜେ ୨୭୧ଟି ଆସନ ପାଇପାରେ । ୨୦୧୯ ଲୋକସଭା ନିର୍ବାଚନ ତୁଳନାରେ ଦଳ ପ୍ରାୟ ୩୨ଟି ଆସନ ହରାଉଛି । ସେହିଭଳି, ବର୍ତ୍ତମାନ ନିର୍ବାଚନ ଅନୁଷ୍ଠିତ ହେଲେ କଂଗ୍ରେସ ପ୍ରାୟ ୬୨ଟି ଆସନ ପାଇପାରେ, ଅନ୍ୟମାନେ ୨୧୦ଟି ଆସନ ପାଇବେ ବୋଲି ଆଶା କରାଯାଉଛି ।

ସେହିପରି ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଥମ ପସନ୍ଦ ଭାବରେ ନରେନ୍ଦ୍ର ମୋଦି (Narendra Modi) ସର୍ଭେରେ ଆଗରେ ଅଛନ୍ତି । ୫୩ ପ୍ରତିଶତ ଲୋକ ତାଙ୍କୁ ଏହି ପଦ ପାଇଁ ପ୍ରଥମ ପସନ୍ଦ ବୋଲି ମନେ କରନ୍ତି । ଏଥି ସହିତ ୭ ପ୍ରତିଶତ ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରଥମ ପସନ୍ଦ ବୋଲି ମନେ କରିଛନ୍ତି, ୬ ପ୍ରତିଶତ ଯୋଗୀ ଆଦିତ୍ୟନାଥ (Yogi Adityanath) ଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଚୟନ କରିଥିବାବେଳେ ୪ ପ୍ରତିଶତ ଲୋକ ଅମିତ ଶାହ (Amit Shah) ଙ୍କୁ ସେମାନଙ୍କ ପସନ୍ଦ ବୋଲି କହିଛନ୍ତି ।

ସେପଟେ ଯଦି ଆମେ ୟୁପି ବିଷୟରେ ଆଲୋଚନା କରିବା ତ ଯେଉଁଠାରେ ଖୁବ୍ ଶୀଘ୍ର ଭୋଟିଂ ହେବାକୁ ଯାଉଛି । ଯଦି ଆଜି ଲୋକସଭା ନିର୍ବାଚନ ଅନୁଷ୍ଠିତ ହୁଏ, ତେବେ ବିଜେପି ନେତୃତ୍ୱାଧୀନ ଏନଡିଏ ୟୁପିରେ ୬୭ଟି ଲୋକସଭା ଆସନ ଜିତିବାର ସମ୍ଭାବନା ରହିଛି । ସେହିଭଳି ଏସପି ୧୦ଟି ଆସନ, ବିଏସପି ୨ ଏବଂ କଂଗ୍ରେସ ଗୋଟିଏ ଆସନ ଜିତିବେ ବୋଲି ପୂର୍ବାନୁମାନ କରାଯାଇଛି ।

ଏହା ବି ପଢ଼ନ୍ତୁ:-ସାଙ୍ଘାତିକ ହେଲାଣି କୋରୋନା ସ୍ଥିତି: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ଦିନକରେ ଆଖି ବୁଜିଲେ ୭୦୩ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ବାଇଡେନ ଓ ଜନସନଙ୍କୁ ପଛରେ ପକାଇ ପୁଣି ଥରେ ଦୁନିଆର ସବୁଠାରୁ ଲୋକପ୍ରିୟ ନେତା ହେଲେ ପିଏମ ମୋଦି

ଏହା ବି ପଢ଼ନ୍ତୁ:-ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନିଙ୍କ ବଢ଼ିଲା ଅସୁବିଧା, ନିର୍ବାଚନ ଆୟୋଗ ପହଞ୍ଚିଲା କଂଗ୍ରେସ

ଏହା ବି ପଢ଼ନ୍ତୁ:-ପୁଣି ବର୍ଷିବ ଅଦିନଆ ବର୍ଷା! ଚାଷୀଙ୍କ ପାଇଁ ଜାରି ହେଲା ଆଲର୍ଟ

 

ଚଳିତ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ​​ପ୍ରଧାନମନ୍ତ୍ରୀ ମୋଦି ଏକ ପ୍ରମୁଖ କାରଣ । ଯେତେବେଳେ ଏହି ରାଜ୍ୟବାସୀଙ୍କୁ ପଚରାଯାଇଥିଲା ଯେ ପିଏମ ମୋଦିଙ୍କ କାର୍ଯ୍ୟ ସେମାନଙ୍କ ନଜରରେ କିପରି ରହିଛି, ୭୫ ପ୍ରତିଶତ ଲୋକ ସେମାନଙ୍କ ପ୍ରଦର୍ଶନକୁ ଭଲ ବୋଲି କହିଛନ୍ତି । ୧୬ ପ୍ରତିଶତ ଲୋକ ଖରାପ ବୋଲି କହିଥିବାବେଳେ ୯ ପ୍ରତିଶତ ପିଏମ ମୋଦିଙ୍କ ପ୍ରଦର୍ଶନକୁ ହାରାହାରି ବୋଲି କହିଛନ୍ତି ।

ଅନ୍ୟପଟେ ପଞ୍ଜାବ ବିଷୟରେ କହିବାକୁ ଗଲେ ଯେଉଁଠାରେ ପିଏମ ମୋଦିଙ୍କ କାର୍ଯ୍ୟକୁ ଖରାପ ବୋଲି କହୁଥିବା ଲୋକଙ୍କ ସଂଖ୍ୟା ସର୍ବାଧିକ ଥିଲା । ଏହି ସର୍ଭେରେ ଯେତେବେଳେ ପଞ୍ଜାବର ଲୋକଙ୍କୁ ପିଏମ ମୋଦିଙ୍କ କାର୍ଯ୍ୟ ଉପରେ ମୂଲ୍ୟାୟନ କରିବା ପାଇଁ କୁହାଯାଇଥିଲା, ୩୭ ପ୍ରତିଶତ ଲୋକ ତାଙ୍କ କାର୍ଯ୍ୟକୁ ଭଲ ବୋଲି କହିଥିବାବେଳେ ୪୪ ପ୍ରତିଶତ ଲୋକ ଖରାପ ବୋଲି କହିଛନ୍ତି, ୧୬ ପ୍ରତିଶତ ଲୋକ ତାଙ୍କ କାର୍ଯ୍ୟକୁ ହାରାହାରି ବୋଲି କହିଛନ୍ତି ।