Trending Photos
)
Kashmir issue : ଭୁବନେଶ୍ୱର: ଭାରତ ସରକାର ଏବେ କଶ୍ମୀର ଫେରାଇ ଆଣିବାକୁ ଅପେକ୍ଷା କରିଛନ୍ତି। ଯେତେବଳେ ‘ଚୋରି ହୋଇଥିବା କଶ୍ମୀର’ ବା ବେଆଇନ ଭାବେ ପାକ୍ ଅଧିକୃତ କଶ୍ମୀର ଭାରତକୁ ଫେରି ଆସିବ ସେତେବଳେ ସମୁଦାୟ କଶ୍ମୀର ସମସ୍ୟା ସମାଧାନ ହେବ ବୋଲି କହିଛନ୍ତି ବୈଦେଶିକ ବ୍ୟାପର ମନ୍ତ୍ରୀ ଏସ୍ ଜୟଶଙ୍କର। ଲଣ୍ଡନ୍ର ଚଠମ୍ ହାଉସ୍ ଥିଙ୍କ୍ ଟ୍ୟାଙ୍କରେ ଆଲୋଚନା ଅବସରରେ ସେ ଏହା କହିଛନ୍ତି।
କଶ୍ମୀର ପ୍ରସଙ୍ଗକୁ ସମାଧାନ କରିବା ଲାଗି ଭାରତ ଅନେକ ପ୍ରକାରର କାର୍ଯ୍ୟକ୍ରମ ସଫଳତାର ସହ ହାତକୁ ନେଇଛି। ସେଥିରୁ ଗୋଟିଏ ପ୍ରମୁଖ ପ୍ରସଙ୍ଗ ହେଉଛି ଧାରା ୩୭୦ ଉଚ୍ଛେଦ। ଏହା ପରବର୍ତ୍ତୀ ସମୟରେ କଶ୍ମୀରରେ ଅର୍ଥନୀତିକ କାର୍ଯ୍ୟକ୍ରମକୁ ଆଗକୁ ନେବା, କଶ୍ମୀରରେ ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବା ପ୍ରଭୃତି ଅନ୍ତର୍ଭୁକ୍ତ। ଏଥର ନିର୍ବାଚନରେ ଲୋକଙ୍କ ଭାଗିଦାରୀ ପୂର୍ବାପେକ୍ଷା ଯଥେଷ୍ଟ ଅଧିକ ଥିଲା। କିନ୍ତୁ ‘ମୁଁ ଭାବୁଛି ଯେଉଁ ଭାଗଟିକୁ ଆମେ ଏବେ ଅପେକ୍ଷା କରିଛୁ ତାହା ହେଲା କଶ୍ମିରର ଚୋରି ହୋଇଥିବା ଅଂଶକୁ ଫେରାଇ ଆଣିବା। ଏହା ବେଆଇନ ଭାବେ ପାକିସ୍ତାନ ହେପାଜତରେ ରହିଛି। ଯେତେବେଳେ ତାହା ହୋଇଯିବ ସେତେବେଳେ ଯାଇ କଶ୍ମୀର ପ୍ରସଙ୍ଗର ସମାଧାନ ହେଲା ବୋଲି ମୁଁ କହିବି’ ବୋଲି କହିଛନ୍ତି ଜୟଶଙ୍କର।
ଏଠାରେ ସୂଚନା ଦିଆଯାଇପାରେ ଯେ, ୧୯୪୭ ଯୁଦ୍ଧ ସମୟରେ ପାକିସ୍ତାନ କଶ୍ମୀରର ଏହି ଅଂଶକୁ ଅଧିଗ୍ରହଣ କରିଥିଲା। ଇଂରେଜଙ୍କ ସମୟରେ ଜଣେ ହିନ୍ଦୁ ମହାରାଜାଙ୍କ ଦ୍ୱାରା ସମ୍ପୂର୍ଣ୍ଣ ଜମ୍ମୁ ଓ କଶ୍ମୀର ଶାସିତ ହେଉଥିଲା। ଯେତେବେଳେ ଇଂରେଜ ପଳାଇଲେ ମହାରାଜା ଭାରତ ସହ ମିଶ୍ରଣ ପାଇଁ ରାଜିନାମା କରିଥିଲେ କିନ୍ତୁ କିଛି ମୁସଲମାନ ଗୋଷ୍ଠୀ ଏହାକୁ ବିରୋଧ କରିଥିଲେ। ଏହାପରେ ପାକିସ୍ତାନ ସୈନ୍ୟ ବଳ ସହ ଆକ୍ରମଣ କରି ଏହା ଉପରେ ଶାସନ କରିବାକୁ ଚାହିଁଥିଲା। ସେ ସମୟରେ ଏହା ପ୍ରଥମ ଭାରତ-ପାକ୍ ଯୁଦ୍ଧ ଭାବେ ପରିଚିତ। ଏହି ସମୟରେ ଜାତିସଂଘର ହସ୍ତକ୍ଷେପ ପରେ ଯୁଦ୍ଧ ସମାପ୍ତ ହୋଇଥିଲା। ଜାତିସଂଘ ଦ୍ୱାରା ଏକ ନିୟନ୍ତ୍ରଣ ରେଖା ସ୍ଥିର କରାଯାଇଥିଲା। ସେହିଦିନଠାରୁ ଗିଲଗିଟ୍-ବାଲ୍ଟିସ୍ତାନ ଏବଂ ପିଓକେ ଅଞ୍ଚଳ ବିବାଦୀୟ ଅଞ୍ଚଳ ହୋଇ ରହି ଆସିଛି।