ସରକାରଙ୍କ ଆଦେଶ, ଯଦି ଗ୍ରାହକ ଚାହିଁବେ ତେବେ ଲକଡାଉନରେ ବିମାନ କମ୍ପାନୀ ଟିକେଟ ଟଙ୍କା ଫେରାଇବାକୁ ବାଧ୍ୟ
Advertisement
Article Detail0/zeeodisha/odisha668619

ସରକାରଙ୍କ ଆଦେଶ, ଯଦି ଗ୍ରାହକ ଚାହିଁବେ ତେବେ ଲକଡାଉନରେ ବିମାନ କମ୍ପାନୀ ଟିକେଟ ଟଙ୍କା ଫେରାଇବାକୁ ବାଧ୍ୟ

ଅନ୍ୟପକ୍ଷେ ବିଗତ ଦିନରେ ଲକଡାଉନ୍ ବୃଦ୍ଧି ପାଇବା ପରେ ବିମାନ କମ୍ପାନୀଗୁଡିକ ଟିକେଟ୍ ଟଙ୍କା ଫେରସ୍ତ ନକରିବାକୁ ନିଷ୍ପତ୍ତି ନେଇଥିଲା । ଏହା ବଦଳରେ ଗ୍ରାହକଙ୍କୁ ଏକ ନୂତନ ତାରିଖରେ ଯାତ୍ରା କରିବାର ସୁବିଧା ଦେବ ବୋଲି କମ୍ପାନୀ କହିଥିଲା । ସର୍ବସାଧାରଣ ବନ୍ଦ ଯୋଗୁଁ ଦେଶରେ ବାଣିଜ୍ୟିକ ଯାତ୍ରୀ ବିମାନ ସେବା ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି ।

ସରକାରଙ୍କ ଆଦେଶ, ଯଦି ଗ୍ରାହକ ଚାହିଁବେ ତେବେ ଲକଡାଉନରେ ବିମାନ କମ୍ପାନୀ ଟିକେଟ ଟଙ୍କା ଫେରାଇବାକୁ ବାଧ୍ୟ

ନୂଆଦିଲ୍ଲୀ:  କେନ୍ଦ୍ର ସରକାରଙ୍କ ଆଦେଶ । ଯଦି ଗ୍ରାହକ ଚାହୁଁଛନ୍ତି ତେବେ ସେମାନଙ୍କ ଟିକେଟ ଟଙ୍କା ଫେରାଇବାକୁ ବାଧ୍ୟ ବିମାନ କମ୍ପାନୀ । ସରକାର ଏୟାରଲାଇନ୍ସ କମ୍ପାନୀକୁ ଆଦେଶ ଦେଇଛନ୍ତି ଯେ ଯଦି ଗ୍ରାହକ ଚାହିଁବେ ତେବେ ଲକଡାଉନ୍ ସମୟରେ ବୁକ୍ ହୋଇଥିବା ଟିକେଟ୍ ଟଙ୍କା ଫେରସ୍ତ କରିଯାଉ । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ) ଗୁରୁବାର କହିଛି ଯେ, ୩ ସପ୍ତାହ ମଧ୍ୟରେ କୋଭିଡ-19 ଲକଡାଉନ୍ ବେଳେ କରାଯାଇଥିବା ବୁକିଂ ଟିକେଟର ପଇସା ବିନା ବାତିଲ ଶୁଳ୍କରେ ଗ୍ରାହକଙ୍କୁ ଫେରସ୍ତ କରିବାକୁ ପଡିବ । ଏହି ଆଦେଶ କୋରୋନା ଭାଇରସ୍ ବିସ୍ତାରକୁ ରୋକିବା ପାଇଁ ଲକଡାଉନ୍ ସମୟରେ ଯାତ୍ରା ଟିକେଟ୍ ପାଇଁ ଲାଗୁ ହେବ ।

ଅନ୍ୟପକ୍ଷେ ବିଗତ ଦିନରେ ଲକଡାଉନ୍ ବୃଦ୍ଧି ପାଇବା ପରେ ବିମାନ କମ୍ପାନୀଗୁଡିକ ଟିକେଟ୍ ଟଙ୍କା ଫେରସ୍ତ ନକରିବାକୁ ନିଷ୍ପତ୍ତି ନେଇଥିଲା । ଏହା ବଦଳରେ ଗ୍ରାହକଙ୍କୁ ଏକ ନୂତନ ତାରିଖରେ ଯାତ୍ରା କରିବାର ସୁବିଧା ଦେବ ବୋଲି କମ୍ପାନୀ କହିଥିଲା । ସର୍ବସାଧାରଣ ବନ୍ଦ ଯୋଗୁଁ ଦେଶରେ ବାଣିଜ୍ୟିକ ଯାତ୍ରୀ ବିମାନ ସେବା ଉପରେ ମଧ୍ୟ ନିଷେଧାଦେଶ ଜାରି କରାଯାଇଛି ।

ମାର୍ଚ୍ଚ ୨୫ରୁ ଏପ୍ରିଲ ୧୪ ମଧ୍ୟରେ ବୁକ୍ ହୋଇଥିବା ଟିକେଟ ଟଙ୍କା ଫେରସ୍ତ କରିବା ପରିବର୍ତ୍ତେ, ବିମାନ କମ୍ପାନୀ ଗ୍ରାହକମାନଙ୍କୁ ପରିବର୍ତ୍ତିତ ତାରିଖରେ ଟିକେଟ ବୁକ୍ କରିବାକୁ ଅନୁମତି ଦେଇଥିଲା । ତେବେ ଏୟାର ଇଣ୍ଡିଆ ବ୍ୟତୀତ ଅଧିକାଂଶ ବିମାନ କମ୍ପାନୀ ଏପ୍ରିଲ ୧୪ ପରେ ଘରୋଇ ବିମାନ ବୁକ୍ ଜାରି ରଖିଥିଲେ ।

;