• ତପନ ଚାନ୍ଦ ବେଦାନ୍ତ କମ୍ପାନିର ଆବାସିକ ନିର୍ଦେଶକ ନିଯୁକ୍ତ
  • ୨୧ ବର୍ଷ ପରେ ଭାରୋତ୍ତୋଳନରେ ଭାରତକୁ ଅଲିମ୍ପିକ ପଦକ
  • ମହିଳା ୪୯ କେଜି ବର୍ଗରେ ମୀରାବାଈ ଚାନୁଙ୍କୁ ରୌପ୍ୟ ପଦକ
  • ମୀରାବାଈ ଚାନୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି
  • ତୀରନ୍ଦାଜି ମିକ୍ସଡ ରିକର୍ଭ କ୍ବାର୍ଟର ଫାଇନାଲରେ ଦୀପିକା କୁମାରୀ ଓ ପ୍ରବୀଣ ଯାଦବ ପରାସ୍ତ
  • ଗତ ୨୪ ଘଣ୍ଟାରେ ଦେଶରେ ୩୯,୦୯୭ ନୂଆ କୋରୋନା ମାମଲା ଚିହ୍ନଟ, ୫୪୬ ମୃତ
  • ରାଜ୍ୟରେ ଦିନକରେ ଆଉ ୧୮୬୪କୋରୋନା ଆକ୍ରାନ୍ତ ଚିହ୍ନଟ, ୬୮ ମୃତ
  • ଚତୁର୍ଥ ପର୍ଯ୍ୟାୟ ଜାତୀୟ ସେରୋ ସର୍ଭେର ଓଡ଼ିଶା ରିପୋର୍ଟ
  • ୬୫.୧୨% ସାଧାରଣ ଲୋକ, ୮୫.୫୩% ସ୍ବାସ୍ଥ୍ୟକର୍ମୀଙ୍କ ଦେହରେ ଅଛି ଆଣ୍ଟିବଡି
  • ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୦.୯% ଲୋକଙ୍କ ଦେହରେ ଆଣ୍ଟିବଡି

ଯଦି ଆପଣଙ୍କର ମଧ୍ୟ ଅଛି PF ଆକାଉଣ୍ଟ୍ ତ ଫ୍ରିରେ ନେଇପାରିବେ ୭ ଲକ୍ଷ ଟଙ୍କାର ଏହି ସୁବିଧା, ଜାଣନ୍ତୁ କିପରି ପାଇବେ ଲାଭ?

କର୍ମଚାରୀ ଭବିଷ୍ୟତ ନିଧି ସଙ୍ଗଠନ (EPFO) ମଧ୍ୟ ଏହାର ସବ୍ସକ୍ରାଇବର୍ସ/ମେମ୍ୱର ଏମ୍ପ୍ଲୋଇଙ୍କୁ ଜୀବନ ବୀମା ସୁବିଧା ଯୋଗାଇଥାଏ । ସମସ୍ତ ଇପିଏଫ୍ ଖାତାଧାରୀଙ୍କୁ ଏମ୍ପ୍ଲୋଇ ଡିପୋଜିଟ ଲିଙ୍କ୍ଡ ଇନସୁରାନ୍ସ ସ୍କିମ୍ ୧୯୭୬(EDLI Insurance cover) ଅନ୍ତର୍ଗତ କଭର ମିଳିଥାଏ । 

ଯଦି ଆପଣଙ୍କର ମଧ୍ୟ ଅଛି PF ଆକାଉଣ୍ଟ୍ ତ ଫ୍ରିରେ ନେଇପାରିବେ ୭ ଲକ୍ଷ ଟଙ୍କାର ଏହି ସୁବିଧା, ଜାଣନ୍ତୁ କିପରି ପାଇବେ ଲାଭ?

ନୂଆଦିଲ୍ଲୀ: ଯଦି ଆପଣ ବେସରକାରୀ କିମ୍ବା ସରକାରୀ କମ୍ପାନୀରେ କାମ କରୁଛନ୍ତି, ତେବେ ଆପଣଙ୍କର ଦରମାରୁ PF ପାଇଁ ଟଙ୍କା ନିଶ୍ଚୟ କଟାଯାଉଥିବ । ଆଜ୍ଞା ହଁ, ଯଦି ଆପଣଙ୍କର PF ଆକାଉଣ୍ଟ (PF Account) ରୁ ଟଙ୍କା ମଧ୍ୟ କଟାଯାଇଥାଏ ତେବେ ଆପଣ ଏହି ସୁବିଧାର ଲାଭ ଉଠାଇ ପାରିବେ । ବାସ୍ତବରେ, EPFO ​​ସଦସ୍ୟଙ୍କୁ ବୀମା କଭରର ସୁବିଧା ଏମ୍ପ୍ଲୋଇ ଡିପୋଜିଟ ଲିଙ୍କ୍ଡ ଇନସୁରାନ୍ସ ସ୍କିମ୍ ((EDLI Insurance cover) ଅଧୀନରେ ମିଳିଥାଏ । ଏହି ସ୍କିମରେ ନୋମିନିଙ୍କୁ ବୀମା କଭର (EPF Covid Claim) ଅନୁଯାୟୀ ସର୍ବାଧିକ ୭ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥାଏ ।

ଏଠାରେ କହିରଖୁଛୁ ଯେ, କୋରୋନା ସଙ୍କଟ ସମୟରେ କର୍ମଚାରୀ ଭବିଷ୍ୟତ ନିଧି ସଙ୍ଗଠନ (EPFO) ପରିବାରକୁ ୭ ଲକ୍ଷ ଟଙ୍କା ଡେଥ୍ କ୍ଲେମ୍ କଭର ପ୍ରଦାନ କରୁଛି । ପୂର୍ବରୁ ପିଏଫ୍ ଆକାଉଣ୍ଟଧାରୀଙ୍କ ମୃତ୍ୟୁ କଭର ୬ ଲକ୍ଷ ଟଙ୍କା ଥିଲା, ବର୍ତ୍ତମାନ ଏହାକୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ।

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୪୯୯ ସଂକ୍ରମିତ

ଜାଣନ୍ତୁ ନୂଆ ନିୟମ କ’ଣ?

କର୍ମଚାରୀ ଭବିଷ୍ୟତ ନିଧି ସଙ୍ଗଠନ (EPFO) ମଧ୍ୟ ଏହାର ସବ୍ସକ୍ରାଇବର୍ସ/ମେମ୍ୱର ଏମ୍ପ୍ଲୋଇଙ୍କୁ ଜୀବନ ବୀମା ସୁବିଧା ଯୋଗାଇଥାଏ । ସମସ୍ତ ଇପିଏଫ୍ ଖାତାଧାରୀଙ୍କୁ ଏମ୍ପ୍ଲୋଇ ଡିପୋଜିଟ ଲିଙ୍କ୍ଡ ଇନସୁରାନ୍ସ ସ୍କିମ୍ ୧୯୭୬(EDLI Insurance cover) ଅନ୍ତର୍ଗତ କଭର ମିଳିଥାଏ । ତତ୍କାଳୀନ ଶ୍ରମ ମନ୍ତ୍ରୀ ସନ୍ତୋଶ ଗଙ୍ଗୱାରଙ୍କ ନେତୃତ୍ୱରେ ଇପିଏଫଓର କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡ (CBT) ସେପ୍ଟେମ୍ବର ୯, ୨୦୨୦ରେ EDLI ଯୋଜନା ଅଧୀନରେ ବୀମାଭୁକ୍ତ ହୋଇଥିବା ସର୍ବାଧିକ ରାଶି ୭ ଲକ୍ଷକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲା । ବିଶେଷ କଥା ହେଉଛି, EDLI ଯୋଜନା ଅଧୀନରେ ଉପଲବ୍ଧ ଏହି ବୀମା କଭର ପାଇଁ PF ଖାତଧାରୀଙ୍କୁ କୌଣସି ଅଲଗା ବୀମା ପ୍ରିମିୟମ ଦେବାକୁ ପଡିବ ନଥାଏ ।

ଅଧିକ ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ଦାମ୍, Fuel ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍

ଜାଣନ୍ତୁ EDLI ର ଲାଭ?

ଏହି ସ୍କିମ୍ ଅନ୍ତର୍ଗତ ବୀମା ଧାରକ ବ୍ୟକ୍ତିଙ୍କ ମୃତ୍ୟୁ କିମ୍ବା ଅକ୍ଷମତା ପରିସ୍ଥିତିରେ ପତି-ପତ୍ନୀ ଓ ବିଧବା ମା'ଙ୍କ ଜୀବନ ଯାପନ ଓ ପିଲାମାନଙ୍କୁ ୨୫ ବର୍ଷ ବୟସ ପର୍ଯ୍ୟନ୍ତ କର୍ମଚାରୀଙ୍କ ହାରାହାରି ଦୈନିକ ମଜୁରୀର ୯୦ ପ୍ରତିଶତ ଅଂଶର ସମାନ ପେନସନ୍ ମିଳିଥାଏ । ସେପଟେ ବୀମା ଧାରକଙ୍କ ଝିଅଙ୍କୁ ସେମାନଙ୍କ ବିବାହ ପର୍ଯ୍ୟନ୍ତ ଏହି ସୁବିଧା ମିଳିଥାଏ ।

ଅଧିକ ପଢ଼ନ୍ତୁ:-ଜାଣନ୍ତୁ କେବେଠୁ ଆରମ୍ଭ ହୋଇଥିଲା କାଉଡ଼ି ଯାତ୍ରା, କିଏ ଥିଲେ ପ୍ରଥମ କାଉଡ଼ିଆ..

ପରିବାର ସଦସ୍ୟଙ୍କୁ ମିଳିଥାଏ ଟଙ୍କା

EDLI ଅନ୍ତର୍ଗତ କ୍ଲେମ୍ ମେମ୍ୱର ଏମ୍ପ୍ଲୋଇଙ୍କ ନୋମିନିଙ୍କ ତରଫରୁ କର୍ମଚାରୀଙ୍କ ଅସୁସ୍ଥତା, ଦୁର୍ଘଟଣା କିମ୍ବା ପ୍ରାକୃତିକ ମୃତ୍ୟୁ ପରେ କରାଯାଇପାରିବ । ବର୍ତ୍ତମାନ ଏହି କଭର ସେହି କର୍ମଚାରୀଙ୍କ ପୀଡ଼ିତ ପରିବାର ପାଇଁ ମଧ୍ୟ ଉପଲବ୍ଧ, ଯେଉଁମାନେ ମୃତ୍ୟୁ ପୂର୍ବରୁ ୧୨ ମାସ ମଧ୍ୟରେ ଏକରୁ ଅଧିକ କମ୍ପାନୀରେ କାର୍ଯ୍ୟ କରିଛନ୍ତି । ଏଥିରେ ନୋମିନିଙ୍କୁ ପେମେଣ୍ଟ ଏକାଥରେ କରାଯାଇଥାଏ । ଯଦି ଏହି ସ୍କିମ୍ ଅଧୀନରେ କୌଣସି ନୋମିନେଶମ ହୋଇନାହିଁ, ତେବେ କ୍ଲେମ୍ କର୍ମଚାରୀଙ୍କ ଜୀବନସାଥୀ, ଅବିବାହିତା ପିଲା ଏବଂ ନାବାଳକ ପୁଅ / ଝିଅ କରିପାରିବେ । ଯଦି କୋରୋନା ମହାମାରୀ ହେତୁ EPFO ​​ଗ୍ରାହକ ମୃତ୍ୟୁ ବରଣ କରନ୍ତି, ତେବେ ନୋମିନି ବୀମା କ୍ଲେମ୍ କରିପାରିବେ ।