IFFCO ର ପ୍ରବନ୍ଧ ନିର୍ଦ୍ଦେଶକ ଡ଼ଃ ଉଦୟ ଶଙ୍କର ଅବସ୍ଥୀ ଏହି ପ୍ରୟାସକୁ ଭାରତୀୟ କୃଷି, କୃଷକମାନଙ୍କ ଏବଂ ଗ୍ରାମୀଣ ବିକାଶ ପାଇଁ ବଡ଼ ପଦକ୍ଷେପ ବୋଲି କହିଛନ୍ତି। ସେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସହକାରୀତା ମନ୍ତ୍ରୀ ଅମିତ ଶାହଙ୍କ ପ୍ରତି କୃତଜ୍ଞତା ଜଣାଇଛନ୍ତି।
Trending Photos
)
ନୂଆଦିଲ୍ଲୀ: ଲୋକସଭାରେ ପ୍ରସ୍ତାବିତ ଏବଂ ପାରିତ ତ୍ରିଭୁବନ ସହକାରୀ ବିଶ୍ଵବିଦ୍ୟାଳୟ ବିଲ୍ ୨୦୨୫କୁ ସ୍ଵାଗତ IFFCO ପକ୍ଷରୁ ସ୍ୱାଗତ କରାଯାଇଛି । ଏଥିସହ କୁହାଯାଇଛି ଯେ, ଏହି ଐତିହାସିକ ପଦକ୍ଷେପ ଦ୍ୱାରା ଗ୍ରାମୀଣ ଅର୍ଥନୀତି ମଜବୁତ ହେବ, ନୂଆ ରୋଜଗାର ସୃଷ୍ଟି ହେବ ଏବଂ ସହକାରୀ ମଣ୍ଡଳୀକୁ ଆଧୁନିକ ଶିକ୍ଷା ଏବଂ ଗବେଷଣା ସହିତ ସଂଯୁକ୍ତ କରାଯିବ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ଘୋଷଣା କରିଛନ୍ତି ଯେ, ଭାରତ ୭୫ ବର୍ଷ ପରେ ପ୍ରଥମ ସହକାରୀ ବିଶ୍ଵବିଦ୍ୟାଳୟ ପାଇବ। ଏହି ବିଶ୍ଵବିଦ୍ୟାଳୟ ନୂତନ ନେତୃତ୍ୱ ଗଢ଼ି ଉଠିବାରେ ସାହାଯ୍ୟ କରିବ ଏବଂ ସହକାରୀ ଅନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବ।
IFFCO ର ପ୍ରବନ୍ଧ ନିର୍ଦ୍ଦେଶକ ଡ଼ଃ ଉଦୟ ଶଙ୍କର ଅବସ୍ଥୀ ଏହି ପ୍ରୟାସକୁ ଭାରତୀୟ କୃଷି, କୃଷକମାନଙ୍କ ଏବଂ ଗ୍ରାମୀଣ ବିକାଶ ପାଇଁ ଏହାକୁ ଏକ ବଡ଼ ପଦକ୍ଷେପ ବୋଲି କହିଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଏନେଇ କୃତଜ୍ଞତା ଜଣାଇଛନ୍ତି।
IFFCO ର ଅଧ୍ୟକ୍ଷ ଦିଲୀପ ସଂଘାନୀଙ୍କ କହିବାନୁଯାୟୀ, ଏହି ବିଶ୍ଵବିଦ୍ୟାଳୟ ସହକାରୀ ନେତୃତ୍ୱକୁ ନୂଆ ଦିଗ ଦେଉଥିବା ସହିତ ସହକାରୀ ମଣ୍ଡଳୀର ଲୋକମାନଙ୍କୁ ବୃତ୍ତିଗତ ଶିକ୍ଷା ଏବଂ ପ୍ରଶିକ୍ଷଣ ଦେବ, ଯାହା ତାଙ୍କୁ ଆଧୁନିକ ପ୍ରବନ୍ଧନ ଏବଂ ବିପଣନୀରେ କୁଶଳ କରିବ।
ପ୍ରତି ବର୍ଷ ୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ହେଉଛି ବିଶ୍ଵବିଦ୍ୟାଳୟର ପ୍ରମୁଖ ବିଶେଷତା । ସହକାରୀ ସଂଗଠନର କର୍ମଚାରୀମାନଙ୍କ ପାଇଁ ବିଶେଷ ପାଠ୍ୟକ୍ରମ ରହିବ। ଅଞ୍ଚଳୀୟ ମାଡ଼ି ଆନ୍ତର୍ଜାତୀୟ ସ୍ତର ପର୍ଯ୍ୟନ୍ତ ସହକାରୀ ମଣ୍ଡଳୀକୁ ବୃଦ୍ଧି କରିବ ଏବଂ ନୂତନତ୍ୱ ଏବଂ ଗବେଷଣାରେ ଗୁରୁତ୍ୱ ଦିଆଯିବ।
ଆନ୍ତର୍ଜାତୀୟ ସହକାରୀ ସଂଘ (ICA) ର ମହାନିର୍ଦ୍ଦେଶକ ଜେରୋନ ଡଗ୍ଲସ ମଧ୍ୟ ଏହି ପ୍ରୟାସକୁ ସ୍ୱାଗତ କରିଛନ୍ତି ଏବଂ କହିଛନ୍ତି ଯେ, ଏହା ବିଶ୍ଵ ସହକାରୀ ଅନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରିବ। ସୂଚନାଯୋଗ୍ୟ ଯେ, IFFCO ହେଉଛି ବିଶ୍ୱର ନମ୍ବର ୧ ସହକାରୀ ସଂଗଠନ ।
Also Read- ବିମାନରେ ଧୂମ୍ରପାନ କରି ଗିରଫ ହେଲେ ବ୍ୟକ୍ତି
Also Read- Sun Mars Moon Transits: ତିନି ଗ୍ରହଙ୍କ ଶୁଭ ପ୍ରଭାବ ପଡିବ ୩ ରାଶିରେ, ମିଳିବ ଧନ !