Advertisement
Article Detail0/zeeodisha/odisha2701124
Zee OdishaOdisha National-InternationalIFS ନିଧି ତିୱାରୀ କିଏ? ଯିଏ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସଚିବ

IFS ନିଧି ତିୱାରୀ କିଏ? ଯିଏ ହେଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସଚିବ

Who is Nidhi Tewari: ଆଇଏଫଏସ ନିଧି ତିୱାରୀଙ୍କୁ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ମାର୍ଚ୍ଚ ୨୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସଚିବ ଭାବରେ ନିଯୁକ୍ତ କରାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ଅଧିକାରୀ କିଏ...

 

IFS ନିଧି ତିୱାରୀ କିଏ?
IFS ନିଧି ତିୱାରୀ କିଏ?

IFS Nidhi Tewari: ଭାରତ ସରକାର ସୋମବାର ଦିନ ୨୦୧୪ ବ୍ୟାଚ୍ IFS ଅଧିକାରୀ ନିଧି ତିୱାରୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟକ୍ତିଗତ ସଚିବ ଭାବରେ ତୁରନ୍ତ ପ୍ରଭାବ ସମେତ ନିଯୁକ୍ତ କରିଛନ୍ତି। ଡିପାର୍ଟମେଣ୍ଟ ଅଫ୍ ପର୍ସନାଲ ଏଣ୍ଡ ଟ୍ରେନିଂ (DoPT)ର ନିର୍ଦ୍ଦେଶ ଅନୁଯାୟୀ କ୍ୟାବିନେଟର ନିଯୁକ୍ତି କମିଟି ନିଧି ତିୱାରୀଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି। IFS ଅଧିକାରୀ ନିଧି ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ରେ ଉପସଚିବ ଭାବରେ କାର୍ଯ୍ୟ କରୁଛନ୍ତି। ବିଜ୍ଞପ୍ତିରେ କୁହାଯାଇଛି ଯେ ତାଙ୍କର ଦରମା ପେ ମ୍ୟାଟ୍ରିକ୍ସର ସ୍ତର ୧୨ ଅଟେ।

ନିଧି ତିୱାରୀ କିଏ?
କହିରଖୁଛୁ ଯେ ନିଧି ତିୱାରୀ ୨୦୧୪ ବ୍ୟାଚର ଭାରତୀୟ ବୈଦେଶିକ ସେବା ଅଧିକାରୀ। ସେ ପିଏମଓରେ ଉପସଚିବ ଭାବରେ କାର୍ଯ୍ୟରତ ଥିଲେ। IFS ନିଧି ତିୱାରୀଙ୍କୁ ନଭେମ୍ବର ୨୦୨୨ ରେ PMOର ଉପସଚିବ କରାଯାଇଥିଲା। PMOରେ ଯୋଗଦେବା ପୂର୍ବରୁ ସେ ବୈଦେଶିକ ମନ୍ତ୍ରଣାଳୟ (MEA)ର ନିରସ୍ତ୍ରୀକରଣ ଏବଂ ଅନ୍ତର୍ଜାତୀୟ ସୁରକ୍ଷା ବ୍ୟାପାର ବିଭାଗରେ ଉପସଚିବ ଥିଲେ। ଏହି ଅଧିକାରୀଙ୍କ ଘର ବାରାଣସୀର ମେହମୁରଗଞ୍ଜର ଅଟେ। ସେ ୨୦୧୩ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ୯୬ତମ ସ୍ଥାନ ହାସଲ କରିଥିଲେ। ତାଙ୍କ ପ୍ରସ୍ତୁତି ସମୟରେ ତାଙ୍କୁ ବାରାଣସୀରେ ସହାୟକ କମିଶନର (ବାଣିଜ୍ୟିକ ଟିକସ) ଭାବରେ ନିଯୁକ୍ତି ଦିଆଯାଇଥିଲା।

fallback

Add Zee News as a Preferred Source

କଣ ରହିବ ନିଧିଙ୍କ କାମ? 
ପ୍ରଧାନମନ୍ତ୍ରୀ ମୋଦିଙ୍କ ବ୍ୟକ୍ତିଗତ ସଚିବ ଦାୟିତ୍ୱ ପାଇବା ପରେ ନିଧି ତିୱାରୀଙ୍କୁ ତାଙ୍କର ଦୈନନ୍ଦିନ କାର୍ଯ୍ୟର ସମନ୍ୱୟ କରିବାକୁ ପଡିବ। ଏହା ସହିତ ନିଧି ତିୱାରୀଙ୍କୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜନ ଏବଂ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସମନ୍ୱୟ ସହ ଜଡିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଦାୟିତ୍ୱ ମଧ୍ୟ ତୁଲାଇବାକୁ ପଡିବ। ଏଥିରୁ ଏହା ସ୍ପଷ୍ଟ ଯେ ନିଧି ହିଁ ପ୍ରଥମ ବ୍ୟକ୍ତି ହେବେ ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରତ୍ୟେକ ବୈଠକ, ପ୍ରତ୍ୟେକ କାର୍ଯ୍ୟକ୍ରମ ଏବଂ ପ୍ରତ୍ୟେକ ଗସ୍ତ ବିଷୟରେ ସୂଚନା ପାଇବେ।

ଗଣମାଧ୍ୟମ ରିପୋର୍ଟକୁ ଯଦି ବିଶ୍ୱାସ କରାଯାଏ ତେବେ PMMO କାର୍ଯ୍ୟାଳୟରେ ବ୍ୟକ୍ତିଗତ ସଚିବ ପଦବୀରେ କାର୍ଯ୍ୟରତ ଅଧିକାରୀମାନେ ପେ ମ୍ୟାଟ୍ରିକ୍ସ ସ୍ତର ୧୪ ଅନୁଯାୟୀ ସେମାନଙ୍କର ଦରମା ପାଆନ୍ତି। ଏହି ସ୍ତରରେ ଥିବା ଅଧିକାରୀଙ୍କ ଦରମା ପ୍ରତି ମାସରେ ୧,୪୪,୨୦୦ ଟଙ୍କା। ଏହା ବ୍ୟତୀତ ଏହି ଅଧିକାରୀମାନଙ୍କୁ ମହଙ୍ଗା ଭତ୍ତା, ଘର ଭଡା, ଯାତ୍ରା ଭତ୍ତା ଏବଂ ଅନ୍ୟାନ୍ୟ ଅନେକ ଭତ୍ତା ଦିଆଯାଏ। ଏହା ବ୍ୟତୀତ ସେମାନଙ୍କୁ ଏକ କାର, ପ୍ରଧାନମନ୍ତ୍ରୀ ବାସଭବନ ନିକଟରେ ଏକ ଘର ଏବଂ ଜଣେ ଚୌକିଦାର ଏବଂ ସୁରକ୍ଷା କର୍ମୀ ମଧ୍ୟ ଦିଆଯାଇଥାଏ।

About the Author