'ଇମର୍ତ୍ତି ଦେବୀ ହେଉଛନ୍ତି ଆଇଟମ ଜଲେବୀ',ବୟାନକୁ ନେଇ କମଲନାଥଙ୍କୁ ଘେରିଲେ ସିନ୍ଧିଆ
Advertisement

'ଇମର୍ତ୍ତି ଦେବୀ ହେଉଛନ୍ତି ଆଇଟମ ଜଲେବୀ',ବୟାନକୁ ନେଇ କମଲନାଥଙ୍କୁ ଘେରିଲେ ସିନ୍ଧିଆ

ପୁରୁଷ ନେତାଙ୍କ ମଧ୍ୟରେ ଚାଲିଥିବା ଏଭଳି ବାକ୍ୟଯୁଦ୍ଧ ଅର୍ଥ ବୁଢାପଡୁଛି ହେଲେ ଯେତେବେଳେ ଜଣେ ରାଜନେତ୍ରୀଙ୍କ ପାଇଁ ଏପରି କଦର୍ଯ୍ୟ ଭାଷା ବ୍ୟବହାର କରାଯାଏ ସେତେବେଳେ ତାହା ଗ୍ରହଣଯୋଗ୍ୟ ନହୋଇ ବିବାଦୀୟ ହୋଇଯାଇଥାଏ। 

'ଇମର୍ତ୍ତି ଦେବୀ ହେଉଛନ୍ତି ଆଇଟମ ଜଲେବୀ',ବୟାନକୁ ନେଇ କମଲନାଥଙ୍କୁ ଘେରିଲେ ସିନ୍ଧିଆ

ଭୋପାଳ: ଚଳିତ ବର୍ଷ ମଧ୍ୟ ପ୍ରଦେଶରେ ହେବାକୁ ଉପନିର୍ବାଚନ (MP By Poll 2020) ଲାଗି ଦିନ ପାଖେଇ ଆସୁଥିବା ବେଳେ ଏବେ ରାଜ୍ୟରେ ଜୋରସୋରରେ ଚାଲିଛି। ଦଳୀୟ ପ୍ରଚାର କରିବା ବେଳେ ବିଭିନ୍ନ ଦଳର ନେତାଙ୍କ ପକ୍ଷରୁ କରାଯାଉଥିବା ଭାଷା ସେମାନଙ୍କୁ ବିବାଦଘେରକୁ ଟାଣିନେଉଛି। ଯାହା ବିରୋଧି ପକ୍ଷ ଲାଗି ଏକ ରାଜନୈତିକ ଅସ୍ତ୍ର ଭାବେ ବ୍ୟବହୃତ ହେଉଛି। 

ବର୍ତ୍ତମାନ ରାଜ୍ୟରେ କ୍ଷମତାସୀନ ବିଜେପି (BJP) ଏବଂ ବିରୋଧି କଂଗ୍ରେସ (Congres) ନେତାଙ୍କ ମଧ୍ୟରେ ବାକ୍ୟ ଯୁଦ୍ଧ ଚାଲିଛି। ପୂର୍ବରୁ ଜଣେ କଂଗ୍ରେସ ନେତା ମୁଖ୍ୟମନ୍ତ୍ରୀ (MP CM) ଶିବରାଜ ସିଂହ ଚୌହ୍ୱାନ (Shivraj Singh Chouhan) ଙ୍କୁ ଭୋକିଲା କହିଥିବା ବେଳେ, ଏହାର ମୁହଁତୋଡ ଜବାବ ଦେଇଥିଲା ବିଜେପି। ପୁରୁଷ ନେତାଙ୍କ ମଧ୍ୟରେ ଚାଲିଥିବା ଏଭଳି ବାକ୍ୟଯୁଦ୍ଧ ଅର୍ଥ ବୁଢାପଡୁଛି ହେଲେ ଯେତେବେଳେ ଜଣେ ରାଜନେତ୍ରୀଙ୍କ ପାଇଁ ଏପରି କଦର୍ଯ୍ୟ ଭାଷା ବ୍ୟବହାର କରାଯାଏ ସେତେବେଳେ ତାହା ଗ୍ରହଣଯୋଗ୍ୟ ନହୋଇ ବିବାଦୀୟ ହୋଇଯାଇଥାଏ । 

ରବିବାର ଡବରା ବିଧାନସଭା (Dabra Assembly Constituency) ଠାରେ ଆୟୋଜିତ ହୋଇଥିବା ଦଳୀୟ ଜନସଭାକୁ ସମ୍ବୋଧିତ କରିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ (Ex CM Kamalnath) ଏହି ଆସନର ବିଜେପି ପ୍ରାର୍ଥୀ ତଥା ମନ୍ତ୍ରୀ ଇମର୍ତ୍ତି ଦେବୀଙ୍କୁ ଥଟ୍ଟା କରିବା ସହ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଏନେଇ ସେ କହିଥିଲେ, "ଆପଣ ମୋ ଠାରୁ ତାଙ୍କୁ ଅଧିକ ଚିହ୍ନିଛ। ଆପଣ ମୋତେ ପୂର୍ବରୁ ସତର୍କ କରିଦେବାର ଥିଲା। ସେ ଜଣେ ଆଇଟମ୍। " ଏହା କହି କମଲନାଥ ହସି ଦେଇଥିଲେ। ଏହାକୁ ଶୁଣିବା ପରେ ଜନସଭାରେ ଉପସ୍ଥିତ ଥିବା ଲୋକେ ତାଳି ମାରିଥିଲେ। ଏପରିକି ଇମର୍ତ୍ତି ଦେବୀଙ୍କୁ ଜଲେବି ବୋଲି ମଧ୍ୟ କହିଥିଲେ ସେ।

ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଏପରି ବୟାନ ଆସିବା ପରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆ (Jyotiraditya Scindia) ତାଙ୍କୁ ଟାର୍ଗେଟ କରିଥିଲେ। ଏନେଇ ଏକ ଟ୍ୱିଟ୍ କରି କମଲନାଥଙ୍କୁ ଜବାବ ଦେବାକୁ କହିଥିଲେ। ଏନେଇ କରିଥିବା ଟ୍ୱିଟରେ ସେ ଲେଖିଛନ୍ତି, "ଏକ ଦରିଦ୍ର ତଥା ଶ୍ରମିକ ପରିବାରରୁ ଆସୁଥିବା ଦଳିତ ନେତ୍ରୀ ଇମର୍ତ୍ତି ଦେବୀଙ୍କୁ ଡବରାର ଲୋକଙ୍କ ଆଗରେ ଆଇଟମ୍ ଏବଂ ଜଲେବି କହିବା ଅତ୍ୟନ୍ତ ନିନ୍ଦନୀୟ ଏବଂ ଆପତ୍ତିଜନକ। ଏହା ତାଙ୍କର ନିମ୍ନ ମାନସିକତାକୁ ଦର୍ଶାଉଛି। ଏପରି ଏକ କୁଟିଳ ନେତାଙ୍କୁ ଶିକ୍ଷା ଦେବାର ସମୟ ଆସିଛି। ଯିଏ ମହିଳାଙ୍କ ସହିତ ସମଗ୍ର ଦଳିତ ସମାଜକୁ ଅପମାନିତ କରିଛନ୍ତି। "

 

 

ଦଳୀୟ ପ୍ରାର୍ଥୀଙ୍କ ପ୍ରତି ବିରୋଧି କଂଗ୍ରେସ ନେତାଙ୍କ ପକ୍ଷରୁ ଦିଆଯାଇଥିବା ବୟାନକୁ ନେଇ ସତର୍କ ହୋଇଉଠିଛି ଶାସକ ବିଜେପି। ଏନେଇ ମଧ୍ୟ ପ୍ରଦେଶ ବିଜେପି ଅଧ୍ୟକ୍ଷ (MP BJP Chief) ବିଷ୍ଣୁଦତ୍ତ ଶର୍ମା (Vishnudatt Sharma) କମଲନାଥଙ୍କ ଉପରେ ବର୍ଷିବା ସହ କହିଛନ୍ତି, "ବର୍ତ୍ତମାନ ସମଗ୍ର ଦେଶ ପବିତ୍ର ନବରାତ୍ରୀ ପର୍ବ ପାଳନ କରୁଥିବାବେଳେ ନାରୀଶକ୍ତିର ଆରାଧନା କରୁଛି। ହେଲେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଆମର ଭଉଣୀ ଇମର୍ତ୍ତି ଦେବୀଙ୍କ ଅପମାନଜନକ ଶବ୍ଦ ବ୍ୟବହାର କରୁଛନ୍ତି। ଏହି ନିର୍ବାଚନରେ ​​ରାଜ୍ୟବାସୀ ନିଶ୍ଚିତ ଭାବେ ସେମାନଙ୍କୁ ଜବାବ ଦେବେ। "