• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଆଇଏମଡିର ପୂର୍ବାନୁମାନ; ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ପଶ୍ଚିମ ଉପକୂଳ ଏବଂ କେନ୍ଦ୍ରୀୟ ଭାରତରେ ହୋଇପାରେ ପ୍ରବଳ ବର୍ଷା

ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ଦେଶର ବିଭିନ୍ନ ଭାଗରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ।

ଆଇଏମଡିର ପୂର୍ବାନୁମାନ; ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ପଶ୍ଚିମ ଉପକୂଳ ଏବଂ କେନ୍ଦ୍ରୀୟ ଭାରତରେ ହୋଇପାରେ ପ୍ରବଳ ବର୍ଷା

ନୂଆଦିଲ୍ଲୀ: ଅଗଷ୍ଟ ୩ ତାରିଖ ସୋମବାର ଠାରୁ ଆହୁରି ସକ୍ରିୟ ହୋଇଉଠିବ ମୌସୁମୀ। ଏହାର ପ୍ରଭାବରେ କେନ୍ଦ୍ରୀୟ ଏବଂ ପଶ୍ଚିମ ଭାରତରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାଲ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ-ଆଇଏମଡି(India Meteorological Department-IMD)।ଏହାର ପ୍ରଭାବରେ ଅଗଷ୍ଟ ୫ ତାରିଖ ବୁଧବାର ପର୍ଯ୍ୟନ୍ତ ବର୍ଷା ଜାରି ରହିବ। 

ମୌସୁମୀ ସକ୍ରିୟ ରହିବା କାରଣରୁ ଅଗଷ୍ଟ ୩ ସୋମବାର ଠାରୁ ଅଗଷ୍ଟ ୫ ବୁଧବାର ପର୍ଯ୍ୟନ୍ତ ପଶ୍ଚିମ ଉପକୂଳ ଏବଂ କେନ୍ଦ୍ରୀୟ ଭାରତରେ ପ୍ରବଳ ବର୍ଷା ହେବା ନେଇ ପୂ୍ର୍ବନୁମାନ କରିଛି ଆଇଏମଡି । ଆଇଏମଡି ପୂର୍ବାନୁମାନ ଅନୁସାରେ ଅଗଷ୍ଟ ୪ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଏକ ନିମ୍ନ ଚାପ ଅଞ୍ଚଳ ସୃଷ୍ଟି ହେବାର ସମ୍ଭାବନା ରହିଛି । ଆଗାମୀ ୩-୪ ଦିନ ମଧ୍ୟରେ ମୌସୁମୀ ଦକ୍ଷିଣ ଦିଗକୁ ଅଗ୍ରସର ହେବା ସହ ଆହୁରି ସକ୍ରିୟ ରହିବ।

ଆଗାମୀ ୩-୪ ଦିନ ମଧ୍ୟରେ ଅର୍ଥାତ ଅଗଷ୍ଟ ୪ ତାରିଖରୁ ଦେଶର କେନ୍ଦ୍ରୀୟ ଏବଂ ଉପଦ୍ୱୀପ ଭାଗ ଆଡକୁ ମୁହାଁଇବ ମୌସୁମୀ। ଏହା ସହିତ ପାଣିପାଗ ବିଭାଗ ପକ୍ଷରୁ ହୋଇଥିବା ପୂର୍ବନୁମାନ ଅନୁସାରେ ଅଗଷ୍ଟ ୫ ବୁଧବାର ଗୁଜୁରାଟର ଉପକୂଳବର୍ତ୍ତୀ ଜିଲ୍ଲାରେ ଏବଂ ଅଗଷ୍ଟ ୬ ଗୁରୁବାର ସମଗ୍ର ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଇଏମଡି।   

ଚଳିତ ମାସ ୪-୫ ତାରିଖରେ ଓଡିଶା, ଛତିଶଗଡ, ମଧ୍ୟ ପ୍ରଦେଶ, ଝାଡଖଣ୍ଡ, ପଶ୍ଚିମବଙ୍ଗର ଗାଙ୍ଗେୟ ସମତଳ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ଅଗଷ୍ଟ ୪ ତାରିଖରେ ମହାରାଷ୍ଟ୍ର ଏବଂ ଗୋଆର ଉପକୂଳବର୍ତ୍ତୀ ଅଞ୍ଚଳ ଲାଗି ରେଡ ୱାର୍ଣ୍ଣିଂ ଜାରି କରିଛି ଆଇଏମଡି। ଏହା ସହିତ ଚଳିତ ମାସ ୩-୫ ତାରିଖ ମଧ୍ୟରେ ମୁମ୍ବାଇରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।