ଆସୁଛି Cyclone Gulab; ମୁକାବିଲା ପାଇଁ ପ୍ରସ୍ତୁତ NDRF
Advertisement

ଆସୁଛି Cyclone Gulab; ମୁକାବିଲା ପାଇଁ ପ୍ରସ୍ତୁତ NDRF

ଆସନ୍ତା ରବିବାର ସନ୍ଧ୍ୟା ସୁଦ୍ଧା ଏହି ବାତ୍ୟା କଳିଙ୍ଗପଟ୍ଟନମସ୍ଥିତ ଉତ୍ତର ଆନ୍ଧ୍ର ଉପକୂଳ ଏବଂ ଏହା ସଂଲଗ୍ନ ଦକ୍ଷିଣ ଓଡିଶା ଉପକୂଳ ପାରି କରିପାରେ।  

ଆସୁଛି Cyclone Gulab; ମୁକାବିଲା ପାଇଁ ପ୍ରସ୍ତୁତ NDRF

ନୂଆଦିଲ୍ଲୀ: ବାତ୍ୟାର ରୂପ ନେଇପାରେ ବଙ୍ଗୋପ ସାଗର ଠାରେ କେନ୍ଦ୍ରୀଭୂତ ଅବପାତ। ଏହାକୁ ଦୃଷ୍ଟିରେ ରଖି ଉଭୟ ଓଡି଼ଶା ଏବଂ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଉପକୂଳବର୍ତ୍ତୀ ଅଞ୍ଚଳ ପାଇଁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ସତର୍କତା। ବଙ୍ଗୋପ ସାଗର ଠାରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ପୁର୍ବାନୁମାନ କରିଛି।

ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା 'ଗୁଲାବ' ଉତ୍ତର ଆନ୍ଧ୍ର ପ୍ରଦେଶ (Northern Andhra Pradesh) ଏବଂ ଏହା ସଂଲଗ୍ନ ଦକ୍ଷିଣ ଓଡି଼ଶା (South Odisha) ମଧ୍ୟରେ ଅତିକ୍ରମ କରିପାରେ। ଏହି ବାତ୍ୟାର ପ୍ରକୋପକୁ ନଜରରେ ରଖି ଭାରତୀୟ ପାଣିପାଗ ବିଭାଗ (India Meteorological Department) ଆଇଏମଡି (IMD) ପକ୍ଷରୁ ଜାରିହୋଇଛି ୟେଲୋ ଆଲର୍ଟ (Yellow Alert)।

ଏନେଇ ଆଇଏମଡି ପକ୍ଷରୁ ଜାରି କରାଯାଇଥିବା ଚେତାବନୀରେ କୁହାଯାଇଛି ଉତ୍ତର ବଙ୍ଗୋପ ସାଗର (Bay of Bengal) ଠାରେ ସୃଷ୍ଟି ହୋଇଥିବା ଅବପାତ ଗଭୀର ଅବପାତରେ ପରିଣତ ହୋଇଛି। ଯାହା ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାତ୍ୟା ରୂପରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ବାତ୍ୟା ଆସନ୍ତା ୨୬ ତାରିଖ ରବିବାର ସନ୍ଧ୍ୟା ସୁଦ୍ଧା କଳିଙ୍ଗପଟ୍ଟନମସ୍ଥିତ (Kalingapatnam) ଉତ୍ତର ଆନ୍ଧ୍ର ଉପକୂଳ ଏବଂ ଏହା ସଂଲଗ୍ନ ଦକ୍ଷିଣ ଓଡିଶା ଉପକୂଳ ପାରି କରିପାରେ।  

Also Read: ଓଡ଼ିଶାକୁ ପୁଣି ଏକ ବାତ୍ୟା ଆଶଙ୍କା, ୪ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

ଏହି ବାତ୍ୟାର ପ୍ରଭାବରେ ପଶ୍ଚିମବଙ୍ଗର (West Bengal) ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହାକୁ ନଜରରେ ରଖି କୋଲକାତା ପୋଲିସ (Kolkatta Police) ପକ୍ଷରୁ ୟୁନିଫାଏଡ କମାଣ୍ଡ ସେଣ୍ଟର (Unified Command Center) ନାମରେ ଏକ କଣ୍ଟ୍ରୋଲ ରୁମ୍ (Cyclone Control Room) ଖୋଲାଯାଇଛି। ଏହା ସହିତ ସ୍ଥାନୀୟ ପୋଲିସ ଷ୍ଟେସନ ସହ ବିଭାଗୀୟ କର୍ମଚାରୀଙ୍କୁ ସତରକ୍ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟାର ମୁକାବିଲା କରିବା ପାଇଁ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଅଞ୍ଚଳରେ (West Bengal Coast) ୧୫ ଏବଂ କୋଲକାତା ଠାରେ ୪ଟି ଏନଡିଆରଏଫ ଟିମ୍ ନିୟୋଜିତ କରାଯାଇଛି।