ଏହି ସାମୁଦ୍ରିକ ଝଡ ପ୍ରଥମେ ୧୭ରେ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାପରେ ସାମଦ୍ରିକ ଝଡ଼ ନିଜର ଦିଗ ପରିବର୍ତ୍ତନ କରି ମେ ୧୮ ଓ ୧୯ ତାରିଖ ଯାଏଁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗରରେ ଗତି କରିବ ।
Trending Photos
ସୌମ୍ୟ ରଞ୍ଜନ ନାୟକ, ନୂଆଦିଲ୍ଲୀ: ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଘନୀଭୂତ ହେଲାଣି ଲଘୁଚାପ । ଏହା କ୍ରମକଶଃ ଘନୀଭୂତ ହୋଇ ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ୱେଲମାର୍କ-ଲୋ-ପ୍ରେସର ରୂପ ନେଇଛି । ଆସନ୍ତାକାଲି ଯାଏଁ ଏହା ଅବପାତର ରୂପ ନେଇପାରେ । ପରବର୍ତ୍ତୀ ସମୟରେ ଏହି ଅବପାତ ଆହୁରି ଘନୀଭୂତ ହୋଇ ମେ ୧୬ ବେଳକୁ ସାମୁଦ୍ରିକ ଝଡର ରୂପ ନେବା ସମ୍ଭାବନା ରହିଛି ।
ଏହି ସାମୁଦ୍ରିକ ଝଡ ପ୍ରଥମେ ୧୭ରେ ଯାଏଁ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାପରେ ସାମଦ୍ରିକ ଝଡ଼ ନିଜର ଦିଗ ପରିବର୍ତ୍ତନ କରି ମେ ୧୮ ଓ ୧୯ ତାରିଖ ଯାଏଁ ଉତ୍ତର-ଉତ୍ତର-ପୂର୍ବ ଦିଗରେ ଉତ୍ତର ବଙ୍ଗୋପସାଗରରେ ଗତି କରିବ । ଉତ୍ତର-ଉତ୍ତର-ପୂର୍ବ ଦିଗରେ ସାମୁଦ୍ରିକ ଝଡ଼ ଗତି କଲେ ତେବେ ଏହା ପଶ୍ଚିମବଙ୍ଗ ଓ ମିଆଁମାର ଆଡକୁ ମୁହାଁହେବ । ହେଲେ ଯଦି ସାମୁଦ୍ରିକ ଝଡ ପୁଣି ଗତି ବଦଳାଇ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇବା ସମ୍ଭାବନା ରହିଛି । ତାହା ହେଲେ ଓଡିଶା ମଧ୍ୟ ପ୍ରଭାବିତ ହେବ ବୋଲି ଆଶଙ୍କା କରାଯାଉଛି ।