Advertisement
Article Detail0/zeeodisha/odisha2696741

Loksabha: ଲୋକସଭାରେ ପାରିତ ହେଲା ପ୍ରବାସୀ ଓ ବିଦେଶୀ ବିଲ୍‍: ହଟିବ ପାସପୋର୍ଟ ଆଇନ ସମେତ ୪ ପୁରୁଣା ଆଇନ

Loksabha: ପୁଣି ଯେଉଁମାନେ ଶିକ୍ଷା ପାଇଁ ବିଭିନ୍ନ ସ୍କୁଲ୍‍, କଲେଜ ଓ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ବିଦେଶରୁ ଆସୁଛନ୍ତି ସେମାନଙ୍କ ପାଇଁ ଏହି ଆଇନ ବଳରେ ସମସ୍ତ ତଥ୍ୟ ସହ ପଞ୍ଜିକରଣ କରିବା ବାଧ୍ୟତାମୂଳକ ରହିବ। ଏହାସହ ଯେଉଁମାନେ ଏହି ବିଦେଶୀଙ୍କୁ ପରିବହନ କରୁଛନ୍ତି ସେମାନେ ତାଙ୍କର ତଥ୍ୟ ଯାଞ୍ଚ କରିବା ଲାଗି କ୍ଷମତା ଦିଆଯାଇଛି। 

Loksabha: ଲୋକସଭାରେ ପାରିତ ହେଲା ପ୍ରବାସୀ ଓ ବିଦେଶୀ ବିଲ୍‍: ହଟିବ ପାସପୋର୍ଟ ଆଇନ ସମେତ ୪ ପୁରୁଣା ଆଇନ

ଭୁବନେଶ୍ୱର: ଆଜି ଲୋକସଭାରେ ଇମିଗ୍ରସନ୍‍ ଆଣ୍ଡ ଫରେନର୍ସ ବିଲ୍‍ ବା ପ୍ରବାସ ଓ ବିଦେଶୀ ବିଧେୟକ ୨୦୨୫ ପାରିତ ହୋଇଛି। ଏହା ଆଇନରେ ପରିଣତ ହେଲେ ୪ଟି  ପୁରୁଣା ଆଇନର ଅନ୍ତ ଘଟିବ। ଏହି ଆଇନଗୁଡ଼ିକ ଭିତରେ ରହିଛି ପାସ୍‍ପୋର୍ଟ ଆଇନ ୧୯୨୦, ବିଦେଶୀ ପଞ୍ଜିକରଣ ଆଇନ ୧୯୩୯, ବିଦେଶୀ ଆଇନ ୧୯୪୬ ଏବଂ ପ୍ରବାସ ଆଇନ ୨୦୦୦। ଭାରତକୁ ସାଧୁ ଉଦ୍ଦେଶ୍ୟ ନେଇ ଆସୁଥିବା ବ୍ୟକ୍ତିଙ୍କୁ ଏହି ଆଇନ ସ୍ୱାଗତ କରିବା ସହ ସମସ୍ତ ସୁବିଧା ଯୋଗାଇନଦେବ। କିନ୍ତୁ ଯେଉଁମାନେ ମନ୍ଦ ଉଦ୍ଦେଶ୍ୟ ନେଇ ଆସୁଛନ୍ତି ସେମାନଙ୍କୁ ୫ ଲକ୍ଷ ଟଙ୍କାର ଜୋରିମାନା ସହ ୫ ବର୍ଷ ଯାଏ ଜେଲ୍‍ ବ୍ୟବସ୍ଥା ଏହି ଆଇନରେ ରହିଛି। 

ପୁଣି ଯଦି କେହି ଜାଲ୍‍ ପାସ୍‍ପୋର୍ଟରେ ଦେଶରେ ପ୍ରବେଶ କରନ୍ତି ତେବେ ତାଙ୍କୁ ୧୦ ଲକ୍ଷ ଟଙ୍କାର ଜୋରିମାନା ସହ ୭ ବର୍ଷ ଯାଏ ଜେଲ୍‍ ଦଣ୍ଡ ବ୍ୟବସ୍ଥା କରାଯାଇଛି। ପୁରୁଣା ଆଇନଗୁଡ଼ିକରେ ଏହି କଠୋର ଦଣ୍ଡ ବ୍ୟବସ୍ଥା ନଥିଲା। ଲୋକସଭାରେ ପ୍ରାୟ ୩ ଘଣ୍ଟାର ଦୀର୍ଘ ଆଲୋଚନା ପରେ ଏହି ବିଧେୟକକୁ ପାରିତ କରାଯାଇଛି। 

ପୁଣି ଯେଉଁମାନେ ଶିକ୍ଷା ପାଇଁ ବିଭିନ୍ନ ସ୍କୁଲ୍‍, କଲେଜ ଓ ବିଶ୍ୱବିଦ୍ୟାଳୟରେ ନାମ ଲେଖାଇବାକୁ ବିଦେଶରୁ ଆସୁଛନ୍ତି ସେମାନଙ୍କ ପାଇଁ ଏହି ଆଇନ ବଳରେ ସମସ୍ତ ତଥ୍ୟ ସହ ପଞ୍ଜିକରଣ କରିବା ବାଧ୍ୟତାମୂଳକ ରହିବ। ଏହାସହ ଯେଉଁମାନେ ଏହି ବିଦେଶୀଙ୍କୁ ପରିବହନ କରୁଛନ୍ତି ସେମାନେ ତାଙ୍କର ତଥ୍ୟ ଯାଞ୍ଚ କରିବା ଲାଗି କ୍ଷମତା ଦିଆଯାଇଛି। 

Add Zee News as a Preferred Source

ସମସ୍ତ ପ୍ରବାସ ଗତିବିଧି ଲାଗି ଗୋଟିଏ ଏକକ କେନ୍ଦ୍ରୀୟ ଏଜେନ୍ସୀ ରହିବ। ଏହି ଏଜେନ୍ସୀ ଯେଉଁମାନେ ଭାରତରେ ପ୍ରବେଶ କରିଛନ୍ତି ସେମାନଙ୍କ ରହଣୀ, ଯାତାୟାତ ବାବଦରେ ଟିକିନିଖି ବିବରଣୀ ରକ୍ଷା କରିବେ। ଏହାସହ ଭିସା ପ୍ରଦାନ କରିବେ। ପୁଣି ଏହି ଏଜେନ୍ସୀ କୌଣସି ବିଦେଶୀଙ୍କ ଭାରତ ପ୍ରବେଶ ବା ଭ୍ରମଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାର କ୍ଷମତା ରକ୍ଷା କରୁଛନ୍ତି। କୌଣସି ବିଦେଶୀ ଆମ ଦେଶରେ ନିଜର ନାଁ ପରିର୍ତ୍ତନ କରିପାରିବେ ନାହିଁ। ଏଥିଲାଗି ସରକାରଙ୍କ ଅନୁମତି ନେବାକୁ ପଡ଼ିବ। ଏଭଳି କଠୋର ଆଇନକୁ ଆଜି ପାରିତ କରି ଦେଶରେ ନୂଆ ନିୟମ ଲାଗୁ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଜାତୀୟ ସୁରକ୍ଷାକୁ ଏହି ବିଧେୟକରେ ଗୁରୁତ୍ୱ ଦିଆଯାଇଛି। 

ବିଧେୟକକୁ ୧୧ ତାରିଖ ଦିନ ଗୃହରାଜ୍ୟମନ୍ତ୍ରୀଙ୍କ ଦ୍ୱାରା ଆଗତ କରାଯାଇଥିଲା। ଆଜି ଏହାର ଆଲୋଚନା ପରେ ପାରିତ କରାଯାଇଛି। ଗୃହରେ ବିବୃତ୍ତି ରଖି ଗୃହମନ୍ତ୍ରୀ ଅମିତ ଶାହ ଆଜି  ସାଂସଦମାନେ ଉଠାଇଥିବା ପ୍ରଶ୍ନର ଉତ୍ତର ରଖିବା ସହ ବିଦେଶରେ ଥିବା ବିଭିନ୍ନ ବ୍ୟବସ୍ଥା ବାବଦରେ ଧାରଣା ଦେଇଛନ୍ତି। ଏହି ବିଧେୟକ ଆଇନରେ ପରିଣତ ହେଲେ ତାହା ଦେଶର ସୁରକ୍ଷା, ଅର୍ଥନୀତିକୁ ବୃଦ୍ଧି ଦିଗରେ ସହାୟକ ହେବ। ବିଭିନ୍ନ ଦେଶରୁ ଭାରତକୁ ପାଠ ପଢିବା ଲାଗି ଆସୁଥିବା ଛାତ୍ରଛାତ୍ରୀଙ୍କୁ ଏହା ଅତ୍ୟନ୍ତ ସହାୟକ ହେବା ସହ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ ଭାରତୀୟ ଅନୁଷ୍ଠାଗୁଡ଼ିକର ଖ୍ୟାତି ବଢ଼ାଇବ ବୋଲି ଶ୍ରୀ ଶାହା କହିଛନ୍ତି।

About the Author