• ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ଦେଶ ପାଳୁଛି ପରାକ୍ରମ ଦିବସ
  • ପରାକ୍ରମ ଦିବସ ଅବସରରେ କୋଲକାତାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
  • ଛୋଟବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଉଥିଲା: ପ୍ରଧାନମନ୍ତ୍ରୀ
  • ଭିକ୍ଟୋରିଆ ମେମୋରିଆଲ ଉତ୍ସବରେ ଭାଷଣ ଦେଲେ ନାହିଁ ପଶ୍ଚିମବଙ୍ଗ CM ମମତା ବାନାର୍ଜୀ
  • କୋଏମ୍ୱାଟୁରରେ ରାହୁଲ ଗାନ୍ଧି ରୋଡ ଶୋ
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • କୃଷୀ ଆଇନ, ଚାଷୀ ଆନ୍ଦୋଳନକୁ ନେଇ ବିଜେପି ଡ୍ରାମା କରୁଛି: କଂଗ୍ରେସ
  • ଟିକାକରଣ ଅଭିଯାନ: ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ
  • ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ
  • କଟକ ଖାନନଗରରେ ୧୨ ଏକର ଜାଗାରେ ୬୫ କୋଟି ଟଙ୍କା ବ୍ୟୟରେ ହେବ ବସ୍ ଟର୍ମିନାଲ

ଅଧାରେ ଅଟକିଛି ମହାଭିଯୋଗ; ଉପରାଷ୍ଟ୍ରପତିଙ୍କ ହାତରେ ରାଷ୍ଟ୍ରପତିଙ୍କୁ ଧରାଶୟୀ କରିବାର ମହାଶକ୍ତି

ଆମେରିକା ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ହାତରେ ମହାଶକ୍ତିଶାଳୀଙ୍କୁ ଧରାଶୟୀ କରିବାର ମହାଶକ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ଆମେରିକା ସଂସଦର ନିମ୍ନ ସଦନରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ଆଗକୁ ବଢିପାରିନାହିଁ କାର୍ଯ୍ୟାନୁଷ୍ଠାନର ଧାରା। ଆସନ୍ତା ୨୦ ଜାନୁଆରୀରେ ଜୋ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର ପୂର୍ବରୁ ଟ୍ରମ୍ପଙ୍କୁ କ୍ଷମ

ଅଧାରେ ଅଟକିଛି ମହାଭିଯୋଗ; ଉପରାଷ୍ଟ୍ରପତିଙ୍କ ହାତରେ ରାଷ୍ଟ୍ରପତିଙ୍କୁ ଧରାଶୟୀ କରିବାର ମହାଶକ୍ତି

ନୂଆଦିଲ୍ଲୀ: ଆମେରିକା ଉପରାଷ୍ଟ୍ରପତି ମାଇକ ପେନ୍ସଙ୍କ ହାତରେ ମହାଶକ୍ତିଶାଳୀଙ୍କୁ ଧରାଶୟୀ କରିବାର ମହାଶକ୍ତି। ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ଆମେରିକା ସଂସଦର ନିମ୍ନ ସଦନରେ ମହାଭିଯୋଗ ପ୍ରସ୍ତାବ ପାରିତ ହୋଇଥିଲେ ମଧ୍ୟ ଆଗକୁ ବଢିପାରିନାହିଁ କାର୍ଯ୍ୟାନୁଷ୍ଠାନର ଧାରା। ଆସନ୍ତା ୨୦ ଜାନୁଆରୀରେ ଜୋ ବାଇଡେନଙ୍କୁ କ୍ଷମତା ହସ୍ତାନ୍ତର ପୂର୍ବରୁ ଟ୍ରମ୍ପଙ୍କୁ କ୍ଷମତାରୁ ହଟାଇବା ପାଇଁ ହୋଇଥିବା ଯୋଜନା ଏବେ ଏବେ ଅଧାରେ ପଡିରହିଛି। 

ଆମେରିକା ସମ୍ବିଧାନର ୨୫ ଧାରା ଉପଯୋଗ ଦ୍ୱାରା ହିଁ ରାଷ୍ଟ୍ରପତିଙ୍କୁ କ୍ଷମତାଚ୍ୟୁତ କରାଇବା ସମ୍ଭବପର କିନ୍ତୁ ଏଥିପାଇଁ ଉପରାଷ୍ଟ୍ରପତିଙ୍କ ମଞ୍ଜୁରୀ ମଧ୍ୟ ଜରୁରୀ। ସେପଟେ ପଦଚ୍ୟୁତ ହୋଇନଥିଲେ ମଧ୍ୟ ରାଷ୍ଟ୍ରପତି ଟ୍ରମ୍ପଙ୍କ ଉପରେ ଆସନ୍ତା ଗୋଟିଏ ସପ୍ତାହ ପାଇଁ ପ୍ରତିବନ୍ଧକ ଲଗାଇଛି ଭିଡିଓ ପ୍ଲାଟଫର୍ମ YouTube। ଦ୍ୱିତୀୟ ପର୍ଯ୍ୟାୟରେ ଆମେରିକା ସିନେଟରେ ମହାଭିଯୋଗ ଉପରେ ବିତର୍କ ମଧ୍ୟ ଜାରି ରହିଛି। ବୁଧବାର ରାତିରେ ମହାଭିଯୋଗ ଉପରେ ଭୋଟିଂ ହେବା ସମ୍ଭାବନା ରହିଛି।  

ଆମେରକାରେ ଗତ ୬ ଜାନୁଆରୀରେ ଗଣତନ୍ତ୍ରର ୨୪୪ ବର୍ଷର ଇତିହାସରେ ଲାଗିଥିଲା କଳଙ୍କ। ସଂସଦରେ ହିଂସାକାଣ୍ଡ ଘଟଣାରେ ଡେମୋକ୍ରାଟିକ ପାର୍ଟି ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୁଦ୍ଧରେ ଦୋଷାରପ କରିଥିଲା।  ହିଂସାକାଣ୍ଡ ପଛରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭୂମିକା ବିରୋଧରେ ଡେମୋକ୍ରାଟିକ ପାର୍ଟି ପକ୍ଷରୁ ଆମେରିକା ସଂସଦରେ ମହାଭିଯୋଗ ପ୍ରସ୍ତାବ ଆଗତ ହୋଇଥିଲା। ଏଥିରେ ଟ୍ରମ୍ପଙ୍କ ବିରୋଧରେ ବିଦ୍ରୋହ ପାଇଁ ଲୋକଙ୍କୁ ଉସୁକାଇଥିବାର ଅଭିଯୋଗ ହୋଇଥିଲା।

Also Read: ବିଦା ହେବେ ଆମେରିକା ଇତିହାସର କଳଙ୍କିତ ଅଧ୍ୟାୟର ମହାନାୟକ!

ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ସାଂସଦ ଜୈମୀ ରସ୍କିନ, ଡେଭିଡ ସିସିଲୀନ, ଟେଡ ଲ୍ୟୁ ଆଗତ କରିଥିଲେ। ପରେ ଏହାକୁ ଆମେରିକା ପ୍ରତିନିଧି ସଭାର ୨୧୧ ଜଣ ସଦସ୍ୟ ସମର୍ଥନ କରିଥିଲେ। ଉପରାଷ୍ଟ୍ରପତି ମାଇକ ପେନ୍ସ ଓ କ୍ୟାବିନେଟର ମଞ୍ଜୁରୀ ପରେ ହିଁ ଟ୍ରମ୍ପଙ୍କୁ ୨୫ ଧାରା ଅନୁସାରେ ପଦଚ୍ୟୁତ କରିବା ସମ୍ଭବପର। ହେଲେ ଏହି ମହାଭିଯୋଗକୁ ମଞ୍ଜୁରୀ ଦେବା ପାଇଁ ଉପରାଷ୍ଟ୍ରପତି ଅସମ୍ମତ ପ୍ରକାଶ କରିବା ସହ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ।

Also Read: ଇସ୍ତଫା ଦେବେ ନା ବିଦା ହେବେ ଟ୍ରମ୍ପ?

ଆଜକୁ  ୪ ବର୍ଷ ପୂର୍ବରୁ ମାଇକ ପେନ୍ସଙ୍କୁ ଟ୍ରମ୍ପ ହିଁ ଉପରାଷ୍ଟ୍ରପତି ପଦରେ ନିଯୁକ୍ତି ଦେଇଥିଲେ। ଏବେ ମାଇକ ପେନ୍ସ ହିଁ ନେବେ ଟ୍ରମ୍ପଙ୍କୁ ପଦଚ୍ୟୁତ କରିବା ପାଇଁ ନିର୍ଣ୍ଣାୟକ ଭୂମିକା। ଆମେରିକା ସମ୍ବିଧାନ ଅନୁସାରେ ସିନେଟ, ରାଷ୍ଟ୍ରପତିଙ୍କୁ ପଦରୁ ହଟାଇବା ପାଇଁ ଓ ଦୋଷୀ ସାବ୍ୟସ୍ତ କରିବା ପାଇଁ ଭୋଟିଂ କରିବା ଜରୁରୀ। ଟ୍ରମ୍ପଙ୍କ ପଦରୁ ହଟାଇବା ପାଇଁ ଦୁଇ-ତୃତୀୟାଂଶ ସିନେଟରଙ୍କ ସମର୍ଥନ ମଧ୍ୟ ଜରୁରୀ।