Advertisement
Article Detail0/zeeodisha/odisha677075

କୋରୋନା ଭ୍ୟାକ୍ସିନ କାର୍ଯ୍ୟକ୍ରମର ପ୍ରଗତିକୁ ନେଇ ପିଏମ ମୋଦିଙ୍କ ଅଧ୍ୟକ୍ଷତାରେ ହେଲା ଗୁରୁତ୍ୱପୂର୍ଣ୍ଣ ବୈଠକ

ପିଏମ ମୋଦି କୋରୋନା ଭ୍ୟାକ୍ସିନ ବା ଟୀକାର ବିକାଶ, ଯାଞ୍ଚ ଏବଂ ପରୀକ୍ଷଣ ଉପରେ ଟାସ୍କ ଫୋର୍ସର ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ସେ କୋରୋନା ଭାଇରସ ଟୀକାର ବିକାଶ, ଅନୁସନ୍ଧାନ ଏବଂ ପରୀକ୍ଷଣ ସମ୍ବନ୍ଧରେ ଭାରତର ସାମ୍ପ୍ରତିକ ସ୍ଥିତିର ସମୀକ୍ଷା କରି ବିସ୍ତୃତ ସୂଚନା ଗ୍ରହଣ କରିଛନ୍ତି । 

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ସଙ୍କଟ ମଧ୍ୟରେ କୋରୋନା ଭାଇରସ ଟୀକା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କରେ ଆଜି(ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ପିଏମ ମୋଦି କୋରୋନା ଭ୍ୟାକ୍ସିନ ବା ଟୀକାର ବିକାଶ, ଯାଞ୍ଚ ଏବଂ ପରୀକ୍ଷଣ ଉପରେ ଟାସ୍କ ଫୋର୍ସର ବୈଠକରେ ଅଧ୍ୟକ୍ଷତା କରିଛନ୍ତି । ଏହି ବୈଠକରେ ସେ କୋରୋନା ଭାଇରସ ଟୀକାର ବିକାଶ, ଅନୁସନ୍ଧାନ ଏବଂ ପରୀକ୍ଷଣ ସମ୍ବନ୍ଧରେ ଭାରତର ସାମ୍ପ୍ରତିକ ସ୍ଥିତିର ସମୀକ୍ଷା କରି ବିସ୍ତୃତ ସୂଚନା ଗ୍ରହଣ କରିଛନ୍ତି । ଭାରତୀୟ କମ୍ପାନୀଗୁଡିକ ଦୁନିଆ ସାରା ନିଜ ଗୁଣବତ୍ତା, ଉତ୍ପାଦନ କ୍ଷମତା ପାଇଁ ଜଣାଶୁଣା । ବର୍ତ୍ତମାନ ସେମାନେ ଟିକା ବିକାଶର ପ୍ରାରମ୍ଭିକ ପର୍ଯ୍ୟାୟରେ ସେମାନଙ୍କର ନୂତନ ଚିନ୍ତାଧାରା ଆଣିଛନ୍ତି । ଭାରତର ଏକାଡେମିକ୍ ଜଗତ ମଧ୍ୟ ଏଥିରେ ଯୋଗଦାନ କରିଛି । ୩୦ ପ୍ରକାରର ଏପରି ଟୀକା ଅଛି ଯାହା ବିଭିନ୍ନ ପର୍ଯ୍ୟାୟରେ କାମ କରାଯାଉଛି ଏବଂ ପରୀକ୍ଷା ଚାଲିଛି ।

ଔଷଧ ବିକାଶରେରେ ୩ଟି ଉପାୟରେ କାର୍ଯ୍ୟ କରାଯାଉଛି । ପ୍ରଥମେ, ବର୍ତ୍ତମାନ ଯେଉ ଔଷଧଗୁଡିକ ରହିଛି । ତାହାର ପୁନଃ କାର୍ଯ୍ୟ କରାଯାଉଛି । ଅତିକମରେ ୪ଟି  ଔଷଧ ଅଛି । ଯାହା ପରୀକ୍ଷା କରାଯାଉଛି । ଦ୍ୱିତୀୟରେ ନୂତନ ପ୍ରକାରର ଔଷଧ ତିଆରି କରାଯାଉଛି । ସେଗୁଡିକ ଏକାସାଙ୍ଗରେ ଲାବୋରେଟୋରୀରେ ପରୀକ୍ଷା କରାଯାଉଛି । ତୃତୀୟରେ ଗଛ, ଉଦ୍ଭିଦଗୁଡିକରେ ଆଣ୍ଟି-କୋରୋନା ଭାଇରସ ଉପାଦାନଗୁଡିକ ଖୋଜା ଚାଲିଛି । ଯାହା ଟୀକା ଉତ୍ପାଦନରେ ସାହାଯ୍ୟ କରିପାରିବ । ଅନେକ ଏକାଡେମିକ୍ ଗବେଷଣା ପ୍ରତିଷ୍ଠାନ ଏହି ଦିଗରେ କାର୍ଯ୍ୟ କରୁଛନ୍ତି । ଏହା ସହିତ ଅନେକ ଷ୍ଟାର୍ଟଅପ୍ ମଧ୍ୟ ସହଯୋଗ କରୁଛନ୍ତି । ଆଣ୍ଟିବଡି ପରୀକ୍ଷା ଦିଗରେ କାର୍ଯ୍ୟ କରାଯାଉଛି । ସମଗ୍ର ଦେଶରେ ଲାବୋରେଟୋରୀଗୁଡିକ ଯୋଗ କରାଯାଇଛି । ଯାହା ଦ୍ୱାରା ସେମାନଙ୍କର ସମସ୍ତ ସମ୍ଭାବନା ଏହି ଟୀକା ତିଆରିରେ ବ୍ୟବହାର କରାଯାଇପାରିବ ।

Add Zee News as a Preferred Source
About the Author