ଭାରତୀୟ ବାୟୁସୀମା ଦେଇ ଉଡ଼ିଗଲେ ଇମ୍ରାନ
Advertisement

ଭାରତୀୟ ବାୟୁସୀମା ଦେଇ ଉଡ଼ିଗଲେ ଇମ୍ରାନ

ଭାରତୀୟ ବାୟୁସୀମା ଦେଇ ଉଡ଼ିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଭାରତୀୟ ବାୟୁସୀମା ଦେଇ ଇମ୍ରାନ ଖାନ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି । ଭାରତୀୟ ବାୟୁସୀମାକୁ ବ୍ୟବହାର କରିବାକୁ ପାକିସ୍ତାନ ସରକାର ଭାରତ ସରକାରଙ୍କ ଠାରୁ ଅନୁମତି ଲୋଡ଼ିଥିଲେ । ଭାରତ ସରକାରଙ୍କ ତରଫରୁ ଅନୁମତି ପ୍ରଦାନ କରାଯାଇଥିଲା ।  ସୂଚନାଯୋଗ୍ୟ ପାକିସ୍ତାନ

ଭାରତୀୟ ବାୟୁସୀମା ଦେଇ ଉଡ଼ିଗଲେ ଇମ୍ରାନ

ନୂଆଦିଲ୍ଲୀ: ଭାରତୀୟ ବାୟୁସୀମା ଦେଇ ଉଡ଼ିଗଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । ଭାରତୀୟ ବାୟୁସୀମା ଦେଇ ଇମ୍ରାନ ଖାନ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି । ଭାରତୀୟ ବାୟୁସୀମାକୁ ବ୍ୟବହାର କରିବାକୁ ପାକିସ୍ତାନ ସରକାର ଭାରତ ସରକାରଙ୍କ ଠାରୁ ଅନୁମତି ଲୋଡ଼ିଥିଲେ । ଭାରତ ସରକାରଙ୍କ ତରଫରୁ ଅନୁମତି ପ୍ରଦାନ କରାଯାଇଥିଲା । 

ସୂଚନାଯୋଗ୍ୟ ପାକିସ୍ତାନ ସରକାର ଇମ୍ରାନଙ୍କ ବିମାନ ଦିଲ୍ଲୀ ବାୟୁସୀମା ଦେଇ କଲମ୍ବୋ ଗସ୍ତରେ ଯାଇଥିଲା । ଏଥିପାଇଁ ଭାରତ ସରକାର ସୋମବାର ଅନୁମତି ପ୍ରଦାନ କରିଥିଲେ । ଦିଆଯାଇଥିବା ଅନୁମତି ଅନୁଯାୟୀ କୌଣସି ଦେଶର ପ୍ରଧାନମନ୍ତ୍ରୀ ଅବା ରାଷ୍ଟ୍ରପତି ଅନ୍ୟ ଦେଶର ବାୟୁସୀମା ବ୍ୟବହାର କଲେ ସ୍ୱତନ୍ତ୍ର ଭାବେ ଅନୁମତି ପ୍ରଦାନ କରିଥାଏ । ଅନୁମତି ପ୍ରଦାନ କରିଥିବା ଦେଶ ଯାତ୍ରା କରୁଥିବା ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥାଏ। 

ତେବେ ଶ୍ରୀଲଙ୍କା ଗସ୍ତରୁ ମଧ୍ୟ ଇମ୍ରାନ ଖାନ ଭାରତୀୟ ବାୟୁସୀମା ଦେଇ ପ୍ରତ୍ୟାବର୍ତ୍ତନ କରିବେ । ସେପଟେ କିନ୍ତୁ ପାକିସ୍ତାନ ଦୁଇ ଦୁଇ ଥର ଭାରତର ଅନୁମତି ଖାରଜ କରିଦେଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଗସ୍ତ ସମୟରେ ଭାରତ ପାକିସ୍ତାନର ଅନୁମତି ଲୋଡ଼ିଥିଲା । ମାତ୍ର ତାହାକୁ ଖାରଜ କରିଦେଇଥିଲା ପାକିସ୍ତାନ । ଜମ୍ମୁ କାଶ୍ମୀର ଓ ଲଦାଖରୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଉଠାଇ ଦେବା ପରେ ପାକିସ୍ତାନ ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି ।