ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଲା, କେବଳ ମୁମ୍ୱାଇରେ ୧୦ ହଜାର ମାମଲା
Advertisement
Article Detail0/zeeodisha/odisha677026

ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ହଜାର ଟପିଲା, କେବଳ ମୁମ୍ୱାଇରେ ୧୦ ହଜାର ମାମଲା

ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୮୪୧ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏହି ସମୟରେ ୩୪ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ଭାରତରେ କୋରୋନା ଭାଇରସ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି । ଆଜି(ମଙ୍ଗଳବାର) ବର୍ତ୍ତମାନ ଯାଏ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୬ ହଜାରରୁ ଉର୍ଦ୍ଧ୍ୱ ପହଞ୍ଚିଛି । ଏଥିରୁ ୧୫୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହି ସମୟରେ ଦେଶର କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ତାଲିକାରେ ମହାରାଷ୍ଟ୍ର ଟପରେ ରହିଛି । ଏହି ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ଅତିକ୍ରମ  କରିସାରିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୮୪୧ଟି ନୂଆ କୋରୋନା ମାମଲା ସାମ୍ନାକୁ ଆସିଛି । ଏହି ସମୟରେ ୩୪ ଜଣଙ୍କ ମୃତ୍ୟୁ ମଧ୍ୟ ଘଟିଛି । ମହାରାଷ୍ଟ୍ରରେ ସଂକ୍ରମିତ ମୋଟ ସଂଖ୍ୟା ବର୍ତ୍ତମାନ ୧୫,୫୨୫ରେ ପହଞ୍ଚିଛି ।

ଅନ୍ୟପକ୍ଷରେ ଏସିଆର ସବୁଠୁ ବଡ ବସ୍ତି ମୁମ୍ବାଇର ଧାରାବିରେ କୋରୋନା ଭାଇରସ ସଂକ୍ରମଣର ୩୩ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏହା ପରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ଏଠାରେ ୬୬୫ରେ ପହଞ୍ଚିଛି । ବୃହନ୍ମୃମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି)ର ଜଣେ ଅଧିକାରୀ କହିଛନ୍ତି ଯେ, ଏପର୍ଯ୍ୟନ୍ତ ଏଠାରେ ୨୦ ଜଣଙ୍କ ମୃତ୍ୟୁ ଘଟିଛି । ଗତ ୭୨ ଘଣ୍ଟା ମଧ୍ୟରେ ସଂକ୍ରମଣ ଯୋଗୁଁ କୌଣସି ମୃତ୍ୟୁ ମାମଲା ସାମ୍ନାକୁ ଆସି ନାହିଁ ।

ସେ କହିଛନ୍ତି ଯେ, ଆମ୍ବେଦକର ଖାଲ, କୁମ୍ଭାରୱାଡା, ରାଜୀବ ଗାନ୍ଧୀ ନଗର, ମଦିନା ନଗର, ପିଏମଜିପି କଲୋନୀ, ବିଜୟ ନିଗର, ମୁକୁନ୍ଦ ନାଗର, ସାମାଜିକ ନଗର, ଟାଟା ନଗର ସମେତ ଅନ୍ୟାନ୍ୟ କ୍ଷେତ୍ରରେ ଏହି ନୂତନ ମାମଲା ସାମ୍ନାକୁ ଆସିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଧରାବୀରେ ୮୩,୫୦୦ଲୋକ ଯାଞ୍ଚ କରାଯାଇଛି । ଏଥି ସହିତ ୨୩୮୦ ଜଣଙ୍କୁ ଆଇସୋଲେଶନରେ ରଖାଯାଇଛି । ୧୯୬ ଜଣଙ୍କୁ ଚିକିତ୍ସା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି ।

;