ଶୁକ୍ରବାର ରାଜ୍ୟରେ ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ୩୭ ଜଣଙ୍କ ମୃତ୍ୟୁ ଘଟିଛି । ଯାହା ପରେ ଏଠାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୭୩୧ରେ ପହଞ୍ଚିଛି
Trending Photos
ମୁମ୍ବାଇ: କୋରୋନା ଭାଇରସ ଦେଶରେ ଆତଙ୍କ ସୃଷ୍ଟି କରୁଛି । ଭାରତରେ କୋରୋନାରେ ୫୬ ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ୧୮୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ ଦେଶର ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମହାରାଷ୍ଟ୍ରର କୋରୋନାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୯ ହଜାରରୁ ଅଧିକ ପହଞ୍ଚିଛି । ଶୁକ୍ରବାର ମହାରାଷ୍ଟ୍ରରେ ୧୦୮୯ଟି ନୂଆ କୋରୋନା ମାମଲା ପୃଷ୍ଟି ହୋଇଛି । ମହାରାଷ୍ଟ୍ରରେ ସଂକ୍ରମିତ ମୋଟ ସଂଖ୍ୟା ୧୯,୦୬୩କୁ ବୃଦ୍ଧି ପାଇଛି । ଏଥି ସହିତ ମୁମ୍ବାଇରେ ୧୨, ୧୪୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛି ।
ଏଥି ସହିତ ଶୁକ୍ରବାର ରାଜ୍ୟରେ ଏହି ଭୂତାଣୁ ସଂକ୍ରମଣ ଯୋଗୁଁ ୩୭ ଜଣଙ୍କ ମୃତ୍ୟୁ ଘଟିଛି । ଯାହା ପରେ ଏଠାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୭୩୧ରେ ପହଞ୍ଚିଛି । ମୁମ୍ବାଇ ବିଷୟରେ କହିବାକୁ ଗଲେ ଏଠାରେ କେବଳ ଶୁକ୍ରବାର ୬୪୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ୨୫ ଜଣଙ୍କ ମୃତ୍ୟୁ ହୋଇଛି । ସହରରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବର୍ତ୍ତମାନ ୧୨,୧୪୨କୁ ବୃଦ୍ଧି ପାଇଛି ।
କୋରୋନା ଭାଇରସ ଭାରତରେ ବିପର୍ଯ୍ୟୟ ଘଟାଇ ଚାଲିଛି । ଦେଶରେ ଚାଲିଥିବା ଲକଡାଉନ୍ ସତ୍ତ୍ୱେ ସଂକ୍ରମିତ ସଂଖ୍ୟା ୫୬ ହଜାର ଅତିକ୍ରମ କରିଛି । ଭାରତରେ କୋରୋନା ସଂକ୍ରମଣର ସଂଖ୍ୟା ୫୬,୬୩୪୨କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୯୦ଟି କୋରୋନା ମାମଲା ପୃଷ୍ଟି ହୋଇଥିବାବେଳେ ୧୦୩ ଜଣଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୬,୫୪୦ ଲୋକ ଆରୋଗ୍ୟ ଲାଭ କରିଛନ୍ତି । ତଥାପି ସୁସ୍ଥ ହାର ଦୃଷ୍ଟିରୁ ଗତ 24 ଘଣ୍ଟା ମଧ୍ୟରେ ୨୯.୩୫ ପ୍ରତିଶତ ରିକଭରୀ ହାର ଅଛି । ଦେଶରେ କୋରୋନା ଭାଇରସ କାରଣରୁ ୧୮୮୬ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।