କେବଳ ମୁମ୍ବାଇରେ ୩୫୮ ମାମଲା ରହିଛି । ମୁମ୍ୱାଇରେ ଆଜି ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଏଥି ସହିତ ମୁମ୍ବାଇରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୪୦୭ ରେ ପହଞ୍ଚିଛି । ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ରରେ କୋରୋନା ଯୋଗୁଁ ଏପର୍ଯ୍ୟନ୍ତ ୩୪୨ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ସଂକ୍ରମିତ ସଂଖ୍ୟା ୮,୦୬୮ରେ ପହଞ୍ଚିଛି ।
Trending Photos
)
ମୁମ୍ବାଇ: କୋରୋନା ଭାଇରସ ସାରା ଦେଶରେ ଆତଙ୍କ ସୃଷ୍ଟି କରୁଛି । ଭାରତରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୭ ହଜାର ଲୋକ କୋରୋନା ସଂକ୍ରମିତ ହୋଇଛନ୍ତି । ଏଥିରୁ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଏହି ସମୟରେ ଦେଶରେ ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ଶୀର୍ଷରେ ମହାରାଷ୍ଟ୍ର ରହିଛି । ଏଠାରେ କରୋନାରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୮,୦୦୦ ଅତିକ୍ରମ କରିସାରିଛି । ରବିବାର ମହାରାଷ୍ଟ୍ରରେ ୪୪୦ ନୂତନ କୋରୋନା ମାମଲା ସାମ୍ନାକୁ ଆସିଛି । ଏହି ସମୟ ମଧ୍ୟରେ ୧୯ ଜଣଙ୍କ ମୃତ୍ୟୁ ହୋଇଛି ।
ସେଥିମଧ୍ୟରୁ କେବଳ ମୁମ୍ବାଇରେ ୩୫୮ ମାମଲା ରହିଛି । ମୁମ୍ୱାଇରେ ଆଜି ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଏଥି ସହିତ ମୁମ୍ବାଇରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫,୪୦୭ ରେ ପହଞ୍ଚିଛି । ଏଠାରେ କହି ରଖୁଛୁ ଯେ, ମହାରାଷ୍ଟ୍ରରେ କୋରୋନା ଯୋଗୁଁ ଏପର୍ଯ୍ୟନ୍ତ ୩୪୨ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ସଂକ୍ରମିତ ସଂଖ୍ୟା ୮,୦୬୮ରେ ପହଞ୍ଚିଛି ।
ଏହାପୂର୍ବରୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରବିବାର କହିଛନ୍ତି ଯେ, ରାଜ୍ୟରେ ଲାଗୁ କରାଯାଇଥିବା ପ୍ରତିବନ୍ଧକକୁ ହଟାଇବାର ନିଷ୍ପତ୍ତି ଦେଶବ୍ୟାପୀ ଲକଡାଉନ ମେ ୩ରେ ଶେଷ ହେବା ପରେ ସ୍ଥିତିର ସମୀକ୍ଷା ପରେ ନିଆଯିବ । ରାଜ୍ୟରେ କୋରୋନା ଭାଇରସ ସ୍ଥିତି ବିଷୟରେ ଟେଲିଭିଜନରେ ଦେଇଥିବା ସମ୍ବୋଧନରେ ସେ କହିଛନ୍ତି, ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ଲକଡାଉନ୍ ସ୍ଥିତିର ସମୀକ୍ଷା ଆସନ୍ତା ସପ୍ତାହରେ କରାଯିବ । ଏହା ପରେ ଆମେ ଲକଡାଉନକୁ କୋହଳ କରିବାକୁ ପଦକ୍ଷେପ ଉପରେ ନିଷ୍ପତ୍ତି ନେବୁ ।