କୋରୋନାର ତାଣ୍ଡବଲୀଳା: ନ୍ୟୁୟର୍କରେ ୨୪ ଘଣ୍ଟାରେ ୭୩୧ ଜଣଙ୍କ ମୃତ୍ୟୁ, ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ

ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଆମେରିକାରେ ୧୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।

କୋରୋନାର ତାଣ୍ଡବଲୀଳା: ନ୍ୟୁୟର୍କରେ ୨୪ ଘଣ୍ଟାରେ ୭୩୧ ଜଣଙ୍କ ମୃତ୍ୟୁ, ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ

ନ୍ୟୁୟର୍କ: ବିଶ୍ୱର ପ୍ରାୟ 180ଟି ଦେଶ କୋରୋନା ଭାଇରସ୍ ସହିତ ଯୁଦ୍ଧ କରୁଛନ୍ତି । କୋରୋନା ଯୋଗୁଁ ଏପର୍ଯ୍ୟନ୍ତ ଦୁନିଆରେ ୭୬ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି । ଏହି ପରିସ୍ଥିତରେ ଗତ ୨୪ ଘଣ୍ଟା ମଧ୍ୟରେ ନ୍ୟୁୟର୍କରେ ୭୩୧ ଜଣଙ୍କ ମୃତ୍ୟୁ ଘଟିଛି । ଗୋଟିଏ ଦିନରେ ମୃତ୍ୟୁ ବରଣ କରିଥିବା ଏହା ହେଉଛି ସବୁଠାରୁ ଅଧିକ ମାମଲା । ନ୍ୟୁୟର୍କ ଗଭର୍ଣ୍ଣର ଆଣ୍ଡ୍ରିୟୁ କାଇମୋ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଡାକ୍ତରଖାନାରେ ମୃତଦେହର ଗଦା ପଡ଼ି ରହିଥିବାର ଦେଖାଯାଉଛି ।

ଆଣ୍ଡ୍ରିୟୁ କାଇମୋ ଆହୁରି କହିଛନ୍ତି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ୭୩୧ ଜଣ କୋରୋନା ଭାଇରସ୍ ଯୋଗୁଁ ଜୀବନ ହରାଇଛନ୍ତି । ଏହା ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୫୪୮୯ ରେ ପହଞ୍ଚିଛି । ଏହାପୂର୍ବରୁ ଗୋଟିଏ ଦିନରେ ସର୍ବାଧିକ ୬୩୦ ଜଣଙ୍କ ମୃତ୍ୟୁ ଘଟିଥିଲା ।

ଏଠାରେଲ କହି ରଖୁଛୁ ଯେ, ଆମେରିକାରେ କୋରୋନା ଭାଇରସ୍ କାରଣରୁ ୧୧ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏଥିରୁ ନ୍ୟୁୟର୍କରେ ଅର୍ଦ୍ଧାଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଆମେରିକାରେ ୧୧ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି ।