ମିଳିଥିବା ସୂଚନା ଅନୁଯାୟୀ, ନିହଙ୍ଗୋମାନେ ଆକ୍ରମଣ ପରେ ଗୁରୁଦ୍ୱାରରେ ଲୁଚି ରହିଥିଲେ। ପୋଲିସ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଛି ।
Trending Photos
)
ପଟିଆଲା: ପାସ୍ ମାଗିବାରୁ ପୋଲିସ ଉପରେ ଆକ୍ରମଣ କଲେ କିଛି ଲୋକ । ଘଟିଣାଟି ପଞ୍ଜାବର ପଟିଆଲା ଜିଲ୍ଲାର ସାନୌର ସ୍ଥିତ ସବ୍ଜି ମଣ୍ଡି ବାହାରେ ଘଟିଛି । ଆଜି (ରବିବାର) ନିହଙ୍ଗଙ୍କ ଏକ ଦଳ ପୋଲିସ ଉପରେ ଆକ୍ରମଣ କରିଛି । ଏହି ଘଟଣାଟି ସକାଳ ୬ ଟାରେ ଘଟିଛି ବୋଲି ଜଣାପଡ଼ିଛି । ଏହି ଆକ୍ରମଣରେ ବହୁ ପୋଲିସ କର୍ମୀ ଆହତ ହୋଇଛନ୍ତି । ନିହଙ୍ଗୋମାନେ ମଣ୍ଡି ବୋର୍ଡର ଜଣେ ଅଧିକାରୀଙ୍କୁ ମଧ୍ୟ ପିଟିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ନିହଙ୍ଗୋ ଶିଖମାନେ ଖଣ୍ଡା ଦ୍ୱାରା ପୋଲିସ ଉପରେ ଆକ୍ରମଣ କରିଥିଲେ । ସେମାନେ ଜଣେ ASIର ହାତକୁ କାଟି ଦେଇଛନ୍ତି । ASIକୁ ଚଣ୍ଡିଗଡ଼ ସ୍ଥିତ PGIକୁ ରେଫର୍ କରାଯାଇଛି । ସେଠାରେ ତାଙ୍କର ଅସ୍ତ୍ରୋପଚାର କରାଯାଉଛି । ଅନ୍ୟ ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ନିହଙ୍ଗୋମାନେ ଆକ୍ରମଣ ପରେ ଗୁରୁଦ୍ୱାରରେ ଲୁଚି ରହିଥିଲେ। ପୋଲିସ ସେମାନଙ୍କୁ ଆତ୍ମସମର୍ପଣ କରିବାକୁ କହିଛି ।
In an unfortunate incident today morning, a group of Nihangs injured a few Police officers and a Mandi Board official at Sabzi Mandi, Patiala. ASI Harjeet Singh whose hand got cut-off has reached PGI Chandigarh.
— DGP Punjab Police (@DGPPunjabPolice) April 12, 2020
ପଞ୍ଜାବର ଡିଜିପି ଦୀନକର ଗୁପ୍ତା ଏ ବିଷୟରେ ଏକ ଟ୍ୱିଟ୍ କରି କହିଛନ୍ତି ଯେ, ଆଜି ସକାଳେ ଏକ ଦୁର୍ଭାଗ୍ୟଜନକ ଘଟଣାରେ ନିହଙ୍ଗୋର ଏକ ଦଳ ପଟିଆଲାର ସବ୍ଜୀ ମଣ୍ଡିରେ କିଛି ପୋଲିସ କର୍ମୀ ଏବଂ ମଣ୍ଡି ବୋର୍ଡର ଜଣେ ଅଧିକାରୀଙ୍କୁ ଆହତ କରିଦେଇଛନ୍ତି । ହରଜିତ ସିଂ, ଏଏସଆଇ, ଯାହାର ହାତ କଟାଯାଇଥିଲା, ତାଙ୍କୁ ପିଜିଆଇ ଚଣ୍ଡିଗଡ଼ରେ ଭର୍ତ୍ତି କରାଯାଇଛି । ମୁଁ PGIର ନିର୍ଦ୍ଦେଶକଙ୍କ ସହ କଥା ହୋଇଛି ଯିଏ ଅସ୍ତ୍ରୋପଚାର ପାଇଁ PGIର ସର୍ବୋଚ୍ଚ ପ୍ଲାଷ୍ଟିକ୍ ସର୍ଜନଙ୍କୁ ନିଯୁକ୍ତ କରିଛନ୍ତି । ଅସ୍ତ୍ରୋପଚାର ଆରମ୍ଭ ହୋଇଛି । ନିହଙ୍ଗୋ ଗୋଷ୍ଠୀକୁ ଗିରଫ କରାଯିବ ଏବଂ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।