ଋଷିଆରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୦୧୨ ନୂତନ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଫଳରେ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯ ହଜାର ୬୬୮ରେ ପହଞ୍ଚିଛି । ଏଥି ସହିତ ଏପର୍ଯ୍ୟନ୍ତ ଏହି ମହାମାରୀ ଭାଇରସ ଯୋଗୁଁ ୧ ହଜାର ୯୧୫ ଜଣଙ୍କ ମୃତ୍ୟୁ ଘଟିଛି । ଋଷିଆର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।
Trending Photos
ମସ୍କୋ: କୋରୋନା ଭାଇରସ୍ ମହାମାରୀ ଯୋଗୁଁ ସମଗ୍ର ବିଶ୍ୱ ପ୍ରଭାବିତ ହେଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦୁନିଆରେ ୨.୭୫ ଲକ୍ଷରୁ ଅଧିକ ଲୋକ କୋରୋନା ଭାଇରସ କାରଣରୁ ପ୍ରାଣ ହରାଇଛନ୍ତି । ୪୦ ଲକ୍ଷରୁ ଅଧିକ ଲୋକ ଏହାର ଶିକାର ହୋଇଛନ୍ତି । ଏହି ସମୟ ମଧ୍ୟରେ ଋଷିଆରେ କୋରୋନା ସଂକ୍ରମଣର ସଂଖ୍ୟା ୨ ଲକ୍ଷ ଅତିକ୍ରମ କରିଛି । ଋଷିଆରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୦୧୨ ନୂତନ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଫଳରେ ଦେଶରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯ ହଜାର ୬୬୮ରେ ପହଞ୍ଚିଛି । ଏଥି ସହିତ ଏପର୍ଯ୍ୟନ୍ତ ଏହି ମହାମାରୀ ଭାଇରସ ଯୋଗୁଁ ୧ ହଜାର ୯୧୫ ଜଣଙ୍କ ମୃତ୍ୟୁ ଘଟିଛି । ଋଷିଆର ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି ।
ଋଷିଆର ଅଧିକାରୀମାନେ କହିଛନ୍ତି ଯେ, ପରୀକ୍ଷଣର କ୍ଷମତା ବଢ଼ାଇବା ପରେ ହିଁ ଅଧିକ ସଂକ୍ରମଣ ମାମଲା ବାହାରୁଛି । ରାଜଧାନୀ ମସ୍କୋରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ମସ୍କୋରେ ଆଉ ଏକ ମାସ ପାଇଁ ଲକଡାଉନ କରାଯିବ । ଋଷିଆରେ ୫.୪ ମିଲିୟନ କୋରୋନା ପରୀକ୍ଷା କରାଯାଇଥିବା ବେଳେ ବ୍ରିଟେନରେ ଦୁଇ ମିଲିୟନରୁ କମ୍ ପରୀକ୍ଷା କରାଯାଇଛି ।
ମସ୍କୋ ମେୟର ଗତ ସପ୍ତାହରେ ଘୋଷଣା କରିଥିଲେ ଯେ, ଶିଳ୍ପ ଏବଂ ନିର୍ମାଣ ସ୍ଥାନଗୁଡିକ ମେ ୧୨ରୁ କାର୍ଯ୍ୟ ଆରମ୍ଭ କରିବ । ଯଦିଓ ସର୍ବସାଧାରଣ ସ୍ଥାନ ଏବଂ ଦୋକାନରେ ମାସ୍କ ଏବଂ ଗ୍ଲୋଭସ୍ ବାଧ୍ୟତାମୂଳକ ହେବ । ରୁଷର ରାଜଧାନୀରୁ ବାହାରିବା ପାଇଁ ସ୍ୱତନ୍ତ୍ର ପାସ୍ କରାଯାଇଛି । କିନ୍ତୁ ଅନେକ ଲୋକଙ୍କୁ ରାସ୍ତାରେ ଦେଖିବାକୁ ମିଳୁଛି ।