ସୂତ୍ରରୁ ପ୍ରକାଶ ଯେ, ଲକ୍ ଡାଉନ୍ ମଧ୍ୟରେ ସରକାର ଉତ୍ପାଦନ ୟୁନିଟକୁ କିଛି ପରିମାଣରେ ମଞ୍ଜୁରୀ ଦେଇପାରନ୍ତି ।
Trending Photos
ନୂଆଦିଲ୍ଲୀ: କୋରୋନା ଭାଇରସ୍ ଦେଶରେ ଆତଙ୍କ ସୃଷ୍ଟି କରିଛି । ଭାରତରେ ୯ ହଜାରରୁ ଅଧିକ ଲୋକ କୋରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି ଏବଂ ଏପର୍ଯ୍ୟନ୍ତ ୩୦୦ରୁ ଉର୍ଦ୍ଧ୍ୱ ଲୋକ ମୃତ୍ୟୁବରଣ କରିଛନ୍ତି । କୋରୋନାଙ୍କ ବିପଦକୁ ଦୃଷ୍ଟିରେ ରଖି ଦେଶରେ ଏପ୍ରିଲ ୧୪ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିଛି । ଏହାକୁ ବୃଦ୍ଧି କରିବାର ସଙ୍କେତ ମିଳୁଛି । ଅନ୍ୟପକ୍ଷରେ, ଯେଉଁଠାରେ କୋରୋନା ମାମଲା କମ୍ ରହିଛି, ସରକାର ଧୀରେ ଧୀରେ ସେଠାରୁ ଲକ୍ ଡାଉନ ହଟାଇବାକୁ ଚିନ୍ତା କରୁଛନ୍ତି । ସୂତ୍ରରୁ ପ୍ରକାଶ ଯେ, ଲକ୍ ଡାଉନ୍ ମଧ୍ୟରେ ସରକାର ଉତ୍ପାଦନ ୟୁନିଟକୁ କିଛି ପରିମାଣରେ ମଞ୍ଜୁରୀ ଦେଇପାରନ୍ତି ।
ଏହା ସହିତ ଔଷଧର ଉତ୍ପାଦନ ୟୁନିଟକୁ ମଧ୍ୟ ଅନୁମତି ମିଳିପାରେ । ତେବେ ବସ୍, ରେଳ ସେବା ଏବଂ ବିମାନ ଯାତ୍ରା ଉପରେ କୌଣସି ରିହାତି ମିଳିବାର ସମ୍ଭାବନା ଦେଖା ଯାଉନାହିଁ । ଏଥି ସହିତ କୋରୋନା ହଟସ୍ପଟ୍ ଭାବରେ ଘୋଷିତ ଅଞ୍ଚଳରେ କୌଣସି ରିହାତି ମିଳିବାର କୌଣସି ସମ୍ଭାବନା ନାହିଁ । ଅନ୍ୟାନ୍ୟ କ୍ଷେତ୍ରରେ ଉତ୍ପାଦନକୁ ଅନୁମତି ଦିଆଯାଇପାରେ । ରାଜ୍ୟଗୁଡିକ ମଧ୍ୟ ନିଷ୍ପତ୍ତି ନେବାର ଅଧିକାର ପାଇବେ ବୋଲି ସୂତ୍ରରୁ ପ୍ରକାଶ । ତେବେ ରାଜ୍ୟଗୁଡ଼ିକ ଏହାର ନିଷ୍ପତ୍ତି କେନ୍ଦ୍ର ଉପରେ ଛାଡ଼ିଛନ୍ତି ।
ଏଠାରେ କହି ରଖୁଛୁ ଯେ, ଦେଶର ୧୮ଟି ରାଜ୍ୟର ୯୧ଟି ଜିଲ୍ଲାରେ ୮୦ ପ୍ରତିଶତ କୋରୋନା ମାମଲା ଅଛି । ଦିଲ୍ଲୀ, ମୁମ୍ବାଇ, ଇନ୍ଦୌର ଏବଂ ପୁଣେ ଉପରେ ଅଧିକ ତୀକ୍ଷ୍ଣ ନଜର ରଖାଯାଇଛି । ଏହି ସବୁ ସ୍ଥାନରେ କୋରୋନା ମାମଲା କମ୍ ହେବା ପରେ ସଠିକ ମୂଲ୍ୟାଙ୍କନ କରାଯିବ । ଆକଳନ କରାଯାଇଛି ଯେ ମେ’ର ପ୍ରଥମ ସପ୍ତାହ ପରେ ପରିସ୍ଥିତି ସାମାନ୍ୟ ହେବାକୁ ଲାଗିବ । ଜମାତି ମାମଲାର ଚିହ୍ନଟ ପରେ ପରିସ୍ଥିତିର ମୂଲ୍ୟାଙ୍କନ ଭଲରେ କରିହେବ । ରାପିଡ ଆଣ୍ଟିବଡି ଟେଷ୍ଟ କିଟର ଏପର୍ଯ୍ୟନ୍ତ ଅପେକ୍ଷା କରାଯାଉଛି । ଏଥି ସହିତ, ବର୍ତ୍ତମାନ ଦେଶର ଡାକ୍ତରଖାନାଗୁଡ଼ିକରେ ୧ ଲକ୍ଷ ଶଯ୍ୟା ପ୍ରସ୍ତୁତ ରହିଛି । ଏହା ସହିତ କେବଳ ୨୦ ପ୍ରତିଶତ ରୋଗୀଙ୍କୁ ଅମ୍ଳଜାନ କିମ୍ବା ଭେଣ୍ଟିଲେଟର ଆବଶ୍ୟକ ବୋଲି କୁହାଯାଉଛି ।
ଅନ୍ୟପକ୍ଷରେ, ଲକଡାଉନ୍ ହଟାଇବା ପାଇଁ ପର୍ଯ୍ୟାୟ କ୍ରମରେ କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଦେଶକୁ ତିନୋଟି ଜୋନରେ ବିଭକ୍ତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଏହା ଅଧୀନରେ ଗ୍ରୀନ, ଅରେଞ୍ଜ ଏବଂ ରେଡ୍ ଜୋନ୍ ତିଆରି କରାଯାଉଛି । ଏହି ଜୋନ୍ ଅନୁଯାୟୀ ଲକ୍ ଡାଉନ୍ କାର୍ଯ୍ୟକାରୀ ହେବ ବୋଲି ଖବର ମିଳୁଛି ।