ଋଣ ବୋଝରେ ବୁଡ଼ି ରହିଥିବା ପାକିସ୍ତାନ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର
Advertisement

ଋଣ ବୋଝରେ ବୁଡ଼ି ରହିଥିବା ପାକିସ୍ତାନ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର

Economy Of  Pakistan: ଚୀନ୍, ଭାରତ, ଆମେରିକା, ଫ୍ରାନ୍ସ, ଏବଂ ଋଷ ଭଳି ବଡ ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟରେ ଥିବାର ଖବର ସାମ୍ନାକୁ ଆସିଛି । କିନ୍ତୁ ଦୀର୍ଘ ଦିନ ଧରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Pakistan PM Imran Khan) ନିଜ ଦେଶର ଜନତାଙ୍କୁ ଏକ ଖୁସି ଖବର ଦେଇଛନ୍ତି ।

ଋଣ ବୋଝରେ ବୁଡ଼ି ରହିଥିବା ପାକିସ୍ତାନ ପାଇଁ ଆସିଲା ବହୁତ ବଡ଼ ଖୁସି ଖବର

ଇସଲାମାବାଦ: ପାକିସ୍ତାନର ଅର୍ଥନୀତି (Economy Of  Pakistan) ର ଖରାପ ସ୍ଥିତିର କାହାଣୀ ସମଗ୍ର ବିଶ୍ୱର ଗଣମାଧ୍ୟମରେ ଚର୍ଚ୍ଚାର ବିଷୟ ରହିଆସିଛି । ଋଣରେ ବୁଡି ରହିଥିବା ପାକିସ୍ତାନ ବିଷୟରେ ଆଲୋଚନା ସାଧାରଣରେ ଚାଲିଥିଲା, କିନ୍ତୁ ବର୍ତ୍ତମାନ ସ୍ଥିତି ସୁଧିବାର ସଙ୍କେତ ମିଳୁଛି । ଏପରି ଏକ ଖବର ସାମ୍ନାକୁ ଆସିଛି, ଯାହା ପରେ ସମସ୍ତେ ଚକିତ ହୋଇଯାଇଛନ୍ତି । ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ବୃଦ୍ଧି ହେବାର ଖବର ଆସିଛି । ଚୀନ୍, ଭାରତ, ଆମେରିକା, ଫ୍ରାନ୍ସ, ଏବଂ ଋଷ ଭଳି ବଡ ଦେଶର ଅର୍ଥ ବ୍ୟବସ୍ଥା ସଙ୍କଟରେ ଥିବାର ଖବର ସାମ୍ନାକୁ ଆସିଛି । କିନ୍ତୁ ଦୀର୍ଘ ଦିନ ଧରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ (Pakistan PM Imran Khan) ନିଜ ଦେଶର ଜନତାଙ୍କୁ ଏକ ଖୁସି ଖବର ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଅନୁଯାୟୀ, ସେପ୍ଟେମ୍ବରରେ ବିଦେଶରେ ରହୁଥିବା ଲୋକମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ପ୍ରାୟ ୨.୩ ବିଲିୟନ ଡଲାର ପଠାଇଛନ୍ତି । ଏହି କାରଣରୁ ବର୍ତ୍ତମାନ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଗତ ବର୍ଷ ତୁଳନାରେ ଚଳିତ ବର୍ଷ ୩୧ ପ୍ରତିଶତ ବୃଦ୍ଧି ପାଇଛି । ଏଥି ସହିତ ଅର୍ଥନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର ବୈଦେଶିକ ମୁଦ୍ରା ଭଣ୍ଡାର ଏକ ଭଲ ସ୍ଥିତିରେ ପହଞ୍ଚିଛି । ଅଧିକାଂଶ ଅର୍ଥ ଦୁବାଇ ଏବଂ ୟୁଏଇରୁ ଆସିଛି । ଏଥି ସହିତ ଜୁନ୍, ଜୁଲାଇ ଏବଂ ଅଗଷ୍ଟରେ ବିଦେଶରେ ରହୁଥିବା ପାକିସ୍ତାନୀମାନେ ସେମାନଙ୍କ ପରିବାର ସଦସ୍ୟଙ୍କୁ ୨ ବିଲିୟନ ଡଲାରରୁ ଅଧିକ ଅର୍ଥ ପଠାଇଥିଲେ ।

ଅଧିକ ପଢ଼ନ୍ତୁ:-ବଡ଼ ଖବର: ଏପରି ଚାଷୀଙ୍କ ଠାରୁ ଫେରାଇ ନିଆଯିବ 'ପିଏମ କିସାନ ନିଧି ସ୍କିମ୍'ର ୬୦୦୦ ଟଙ୍କା !

ଦୁନିଆ ସହିତ ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ପାକିସ୍ତାନର ନାଗରିକ ଯେଉଁମାନେ ବିଦେଶରେ ରହୁଛନ୍ତି, ସେମାନେ ଦେଶରେ ରହୁଥିବା ଲୋକଙ୍କୁ ଅଧିକ ଟଙ୍କା ପଠାଉଛନ୍ତି ଯାହା ଦ୍ୱାରା ସେମାନେ କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତୁ । ସରକାରଙ୍କ କହିବାନୁସାରେ, ସ୍ୱାଧୀନତା ପରଠାରୁ ପ୍ରଥମ ଥର ପାଇଁ ଏକ ମାସ ମଧ୍ୟରେ ବିଦେଶରୁ ଏତେ ଟଙ୍କା ଆସିଛି । ଗତ ବର୍ଷ ସେପ୍ଟେମ୍ବର ତୁଳନାରେ ଏଥର ସଂଗ୍ରହ ୩୧ ପ୍ରତିଶତ ଅଧିକ ରହିଛି । ଏଥି ସହିତ ଅଗଷ୍ଟ ରେମିଟେନ୍ସ ଅପେକ୍ଷା ଏହା ୯ ପ୍ରତିଶତ ଅଧିକ ହେବ ।