ଆମେରିକା, ବ୍ରାଜିଲ, ଋଷ ଏବଂ ବ୍ରିଟେନ ପରେ ଭାରତ ବର୍ତ୍ତମାନ କୋରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ଦେଶ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି ।
Trending Photos
)
ନୂଆଦିଲ୍ଲୀ: ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ସ୍ପେନକୁ ପଛରେ ପକାଇ ଏହି ଭୂତାଣୁ ଦ୍ୱାରା ବିଶ୍ୱର ଅଧିକ ପ୍ରଭାବିତ ଦେଶ ତାଲିକାରେ ଭାରତ ପଞ୍ଚମ ସ୍ଥାନରେ ପହଞ୍ଚିଛି । ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୪୧ ହଜାରରୁ ଅଧିକ ହୋଇଯାଇଛି ।
ଶନିବାର ସକାଳେ କୋରୋନା ଭୂତାଣୁ ଦ୍ୱାରା ବିଶ୍ୱର ପ୍ରଭାବିତ ଦେଶଗୁଡ଼ିକ ତାଲିକାରେ ଭାରତ ଷଷ୍ଠ ସ୍ଥାନରେ ପହଞ୍ଚିଥିଲା । ପୂର୍ବରୁ ଇଟାଲୀ ଷଷ୍ଠ ସ୍ଥାନରେ ଥିଲା । ଶନିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ସଂଖ୍ୟକ କୋରୋନା ସଂକ୍ରମିତ ଦେଶରେ ଚିହ୍ନଟ ହୋଇଛନ୍ତି । ଫଳରେ କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା ୨,୩୬,୬୫୭କୁ ବୃଦ୍ଧି ପାଇଛି । ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ଶନିବାର ସକାଳ ଆଠଟା ପର୍ଯ୍ୟନ୍ତ ୨୯୪ କୋରୋନା ଭାଇରସରେ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିଲା । ଏହା ପରେ ଦେଶରେ ମୃତ୍ୟୁ ସଂଖ୍ୟା ୬,୬୪୨କୁ ବୃଦ୍ଧି ପାଇଥିଲା ।
ଆମେରିକା, ବ୍ରାଜିଲ, ଋଷ ଏବଂ ବ୍ରିଟେନ ପରେ ଭାରତ ବର୍ତ୍ତମାନ କୋରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ଦେଶ ତାଲିକାରେ ପଞ୍ଚମ ସ୍ଥାନରେ ରହିଛି ।