କୋରୋନା ମାମଲାରେ ଋଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚିଲା ଭାରତ
Advertisement
Article Detail0/zeeodisha/odisha706711

କୋରୋନା ମାମଲାରେ ଋଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚିଲା ଭାରତ

କୋରୋନା ଦ୍ୱାରା ଅଧିକ ପ୍ରଭାବିତ ଦେଶ ତାଲିକାରେ ଭାରତ ବର୍ତ୍ତମାନ ଆମେରିକା ଏବଂ ବ୍ରାଜିଲ ପଛରେ ରହିଛି । ଆମେରିକାରେ ବର୍ତ୍ତମାନ ଯାଏ ୨୮ ଲକ୍ଷ ୩୯ ହଜାରରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସିଛି ।

କୋରୋନା ମାମଲାରେ ଋଷକୁ ପଛରେ ପକାଇ ତୃତୀୟ ସ୍ଥାନରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ: କୋରୋନା ଭାଇରସ ଦ୍ୱାରା ଅଧିକ ପ୍ରଭାବିତ ଦେଶ ତାଲିକାରେ ଋଷକୁ ପଛରେ ପକାଇ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଛି । ଭାରତରେ ବିଳମ୍ବିତ ସନ୍ଧ୍ୟାରେ କେତେକ ରାଜ୍ୟରୁ ମିଳିଥିବା ତଥ୍ୟ ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬ ଲକ୍ଷ ୯୦ ହଜାର ଅତିକ୍ରମ କରିଛି । ଦେଶରେ ଏପର୍ଯ୍ୟନ୍ତ ୧୯ ହଜାର ୨୦୦ରୁ ଅଧିକ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଅନ୍ୟପକ୍ଷରେ ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟର ତଥ୍ୟ ଅନୁଯାୟୀ ବର୍ତ୍ତମାନ ଋଷରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୮୦ ହଜାର ୨୮୩ ରହିଛି ।

କୋରୋନା ଦ୍ୱାରା ଅଧିକ ପ୍ରଭାବିତ ଦେଶ ତାଲିକାରେ ଭାରତ ବର୍ତ୍ତମାନ ଆମେରିକା ଏବଂ ବ୍ରାଜିଲ ପଛରେ ରହିଛି । ଆମେରିକାରେ ବର୍ତ୍ତମାନ ଯାଏ ୨୮ ଲକ୍ଷ ୩୯ ହଜାରରୁ ଅଧିକ କୋରୋନା ମାମଲା ସାମ୍ନାକୁ ଆସିଛି । ସେହିପରି ବ୍ରାଜିଲରେ ୧୫ ଲକ୍ଷ ୭୭ ହଜାର କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଯୁକ୍ତରାଷ୍ଟ୍ରରେ ଏହି ମହାମାରୀ ଭୂତାଣୁ ଯୋଗୁଁ ୧ ଲକ୍ଷ ୨୯ ହଜାର ୬୦୦ରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଅନ୍ୟପକ୍ଷେ ବ୍ରାଜିଲରେ ୬୪ ହଜାରରୁ ଅଧିକ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

;